ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଗାଡ଼ିକୁ ଜବତ କରିବା ସହିତ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରିଥିବା ଜଣା ପଡ଼ିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଆଜି ଗଞ୍ଜାମ ଜିଲ୍ଲା, ହିଞ୍ଜିଳିକାଟୁ ଠାରେ ମଧ୍ୟରାତ୍ରିରେ ଗୋରୁ ବୋଝେଇ ଟ୍ରକକୁ ଜବତ କରିଛି ହିଞ୍ଜିଳି ପୋଲିସ। ସୂଚନା ଅନୁସାରେ ଏକ ଗୋରୁ ବୋଝେଇ ଭ୍ୟାନ୍ ହିଞ୍ଜିଳିରୁ ଆନ୍ଧ୍ର ପ୍ରଦେଶ ଅଭିମୁଖେ ଚାଲାଣ ହେଉଥିବା ବେଳେ ହିଞ୍ଜିଳି ବଜରଙ୍ଗ ଦଳର କିଛି କର୍ମୀ ମାନେ ଗୋରୁ ବୋଝେଇ ଭ୍ୟାନକୁ ଜବତ କରି ପୋଲିସକୁ ଜଣାଇଥିଲେ।
ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଗାଡ଼ିକୁ ଜବତ କରିବା ସହିତ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରିଥିବା ଜଣା ପଡ଼ିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡୋନାଲ୍ଡ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ପୋଷ୍ଟ କରି କହିଛନ୍ତି, ଐତିହାସିକ ବିଜୟ ପାଇଁ ମୋର ବନ୍ଧୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଶୁଭେଚ୍ଛା। ମୁଁ ଭାରତ-ଆମେରିକାର ବିସ୍ତୃତ ଗ୍ଲୋବାଲ ଏବଂ ଷ୍ଟ୍ରାଟେଜିକ ଭାଗିଦାରୀକୁ ଆହୁରି ମଜବୁତ କରିବାକୁ ଆମର ସହଯୋଗକୁ ନବୀକରଣ କରିବାକୁ ଅପେକ୍ଷା କରିଛି । ଆସନ୍ତୁ ମିଶି ଆମ ଲୋକଙ୍କ କଲ୍ୟାଣ ପାଇଁ ଏବଂ ବିଶ୍ୱ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧତା ପାଇଁ ଏକତ୍ର କାର୍ଯ୍ୟ କରିବା।
Heartiest congratulations my friend @realDonaldTrump on your historic election victory. As you build on the successes of your previous term, I look forward to renewing our collaboration to further strengthen the India-US Comprehensive Global and Strategic Partnership. Together,… pic.twitter.com/u5hKPeJ3SY — Narendra Modi (@narendramodi) November 6, 2024
ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ୍ସରେ ପୋଷ୍ଟ କରି ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ଇତିହାସର ସର୍ବଶ୍ରେଷ୍ଠ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରିୟ ଡୋନାଲ୍ଡଙ୍କୁ ଅଭିନନ୍ଦନ।
ସେହିପରି ଡୋନାଲ୍ଡ ଟ୍ରମ୍ପଙ୍କୁ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନେ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି। ଏକ୍ସରେ ପୋଷ୍ଟ କରି ସେ କହିଛନ୍ତି ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ତାଙ୍କ ବିଜୟ ପାଇଁ ଅଭିନନ୍ଦନ। ଅଷ୍ଟ୍ରେଲୀୟ ଏବଂ ଆମେରିକୀୟମାନେ ମହାନ ବନ୍ଧୁ ଏବଂ ପ୍ରକୃତ ସହଯୋଗୀ ଅଟନ୍ତି । ମିଳିତ ଭାବରେ କାର୍ଯ୍ୟ କରିବା, ଆମେ ନିଶ୍ଚିତ କରିପାରିବା ଯେ ଭବିଷ୍ୟତରେ ଆମର ରାଷ୍ଟ୍ର ଏବଂ ଲୋକଙ୍କ ମଧ୍ୟରେ ଭାଗିଦାରୀ ଦୃଢ ରହିବ।
ଅଧିକ ପଢ଼ନ୍ତୁ ବିଦେଶ ଖବର
ଅର୍ଗସ ବ୍ୟୁରୋ: ମେଘନାଦ ପାଚେରୀ ଫାଟ ପ୍ରସଙ୍ଗରେ ଏଏସଆଇ ଓ ଶ୍ରୀମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ବୈଠକ। ପ୍ରାରମ୍ଭିକ ପର୍ଯ୍ୟାୟରେ ପାଣି ଝରିବା ବନ୍ଦ କରିବା ଓ ଶିଉଳୀ ଛଡ଼ାଇବା କାର୍ଯ୍ୟ ଆରମ୍ଭ ହୋଇ ସାରିଛି ।ଶ୍ରୀମନ୍ଦିର ପରିସର ରେ ଥିବା ଡ୍ରେନେଜ୍ର ଶ୍ରୀମନ୍ଦିର ନିର୍ମାଣ ବିଭାଗ ପକ୍ଷରୁ ପ୍ରାରମ୍ଭିକ ପୂର୍ଣ୍ଣାଙ୍ଗ ମରାମତି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ବଡ ଆକାରରେ ଡ୍ରେନ କାମ କରିବାକୁ ଟେଣ୍ଡର କରାଯାଇ ସାରିଛି।
ପ୍ରାରମ୍ଭିକ ପର୍ଯ୍ୟାୟ ରେ ଗ୍ରାଉଟିଂ ଓ କେମିକାଲ ୱାଶିଂ ମଧ୍ୟ କରାଯାଇଛି। ପୂର୍ଣ୍ଣାଙ୍ଗ ଓ ଦୀର୍ଘସ୍ଥାୟୀ ମରାମତି ପାଇଁ ଏ ଏସ ଆଇ ମଧ୍ୟ ତାଙ୍କ ହେଡ କ୍ୱାର୍ଟର ଙ୍କୁ ବିସ୍ତୃତ ବିବରଣୀ ଜଣାଇ ସାରିଛନ୍ତି। ତେବେ ସ୍ଥାୟୀ ସମାଧାନ ପାଇଁ ଦୀର୍ଘ ସ୍ଥାୟୀ ଓ ପୂର୍ଣ୍ଣାଙ୍ଗ ମରାମତି ଓ ସଂରକ୍ଷଣ କାର୍ଯ୍ୟ ଏ ଏସ ଆଇ କରିବ ଏବଂ ଡ୍ରେନେଜ୍ କାମ ଶ୍ରୀମନ୍ଦିର ନିର୍ମାଣ ବିଭାଗ ତରଫ ରୁ କରାଯିବ। ଏଏସଆଇର ଚିଠିକୁ ନଜରରେ ରଖି ପ୍ରାରମ୍ଭିକ ପର୍ଯ୍ୟାୟରେ ଡ୍ରେନେଜ୍ ପାଇଁ ଯେଉଁ ଟେଣ୍ଡର କରାଯାଇଥିଲା ସେଥିରେ କୌଣସି ରେସ୍ପନସ ନ ଆସିବାରୁ ଦ୍ଵିତୀୟ ପର୍ଯ୍ୟାୟ ଟେଣ୍ଡର ହୋଇଛି।
ତେଣୁ ଆବଶ୍ୟକୀୟ ସ୍ଥାୟୀ ସମାଧାନ କରାଯିବ। ତେବେ ପଥର ପରିବର୍ତ୍ତନ କିମ୍ବା ଅନ୍ୟାନ୍ୟ ମରାମତି କାମ ଶ୍ରୀମନ୍ଦିର ନିର୍ମାଣ ବିଭାଗ ନକରି ଏ ଏସ ଆଇ କରିବ। ତେବେ ଏ ଏସ ଆଇ ର ଟେକ୍ନିକାଲ ଟିମର ପରାମର୍ଶ କ୍ରମେ ସମସ୍ତ ୬ ଟି ଯାକ ଡ୍ରେନର ମରାମତି କାମ କରାଯିବ। କାର୍ତ୍ତିକ ମାସ ଶେଷ ପରେ ଏଏସଆଇ ଆନୁଷଙ୍ଗିକ ପାଚେରୀ ମରାମତି କାମ କରିବ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ନଭେମ୍ବର ୧ରେ ରାଜ୍ୟରେ ଖୋଲିବ ଖରିଫ ଧାନ ମଣ୍ଡି। ବରଗଡ଼ ଜିଲ୍ଲାରୁ ଆରମ୍ଭ ହେବ ଧାନ କିଣା। ଏଥର ଚାଷୀଙ୍କଠାରୁ କ୍ବିଣ୍ଟାଲ ପିଛା ୩୧ଶହ ଟଙ୍କାରେ ଧାନ କିଣିବାକୁ ଘୋଷଣା କିରଛନ୍ତି ରାଜ୍ୟ ସରକାର। ଏଥିସହ ଧାନ କିଣା ପ୍ରକ୍ରିୟା ସୁବ୍ୟବସ୍ଥା କରିବାକୁ ମଣ୍ଡିରେ ରହିବେ ଅଧିକୃତ ଅଧିକାରୀ। ୪ ରୁ ୫ ଟି ମଣ୍ଡିକୁ ନେଇ ଜଣେ ଲେଖାଁଏ ସୁପରଭଇଜର ରହିବେ। ମଣ୍ଡିରେ ରହିବ କ୍ବାଲିଟି ଟେଷ୍ଟିଂ ମେସିନ। ଅଗାଡି ଏଫକ୍ୟୁ ଧାନ କୁ ଯାଞ୍ଚ କରାଯିବ। ମଣ୍ଡିରୁ ରାଇସ ମିଲ ପର୍ଯ୍ୟନ୍ତ ଧାନ ପରିବହନ ବ୍ୟବସ୍ଥା ତଦାରଖ କରିବ ପରିବହନ ବିଭାଗ। ସେପଟେ ପଡୋଶୀ ରାଜ୍ୟରୁ ଧାନ ଯେମିତି ଓଡ଼ିଶା ମଧ୍ୟକୁ ପ୍ରବେଶ ନକରେ ସେଥିପାଇଁ ପାଟ୍ରୋଲିଂ ଟିମ୍ ମୁତୟନ ସହ ସିସିଟିଭି ବ୍ୟବସ୍ତା କରାଯିବ। ଚାଷୀଙ୍କ ଧାନ ବିକ୍ରି ଟୋକନ୍ ଲାପସ ନହେବା ପାଇଁ ବ୍ୟବସ୍ଥା ମଧ୍ୟ କରାଯାଇଛି । ଏଥିପାଇଁ ତ୍ବରିତ ନିଷ୍ପତି ନେବାକୁ ଜିଲ୍ଲାପାଳମାନଙ୍କୁ ଦିଆଯାଇଛି ନିର୍ଦ୍ଦେଶ। ଆନ୍ତ ମନ୍ତ୍ରୀସ୍ତରୀୟ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।
ସେପଟେ ପୂର୍ବ ବିଜେଡି ସରକାର ଅମଳରେ ଯେଉଁଭଳି ଧାନକିଣାରେ ବ୍ୟାପକ ଦୁର୍ନୀତି ନେଇ ଅଭିଯୋଗ ଆସୁଥିଲା ତାକୁ ନଜରରେ ରଖି ଏବେଠାରୁ ସତର୍କ ରାଜ୍ୟ ସରକାର। ତେଣୁ ମଣ୍ଡିରେ ଦୁର୍ନୀତି ରୋକିବା ଦିଗରେ ରାଜ୍ୟ ସରକାରଙ୍କ ରୋଡ୍ ମ୍ୟାପ ନେଇ ଯୋଗାଣ ସହାୟକମାନଙ୍କୁ ସତର୍କ କରାଇଛନ୍ତି ଯୋଗାଣମନ୍ତ୍ରୀ। ଯୋଗାଣ ସହାୟକମାନଙ୍କର ବାର୍ଷିକ ସାଧାରଣ ପରିଷଦ ବୈଠକରେ ଚର୍ଚ୍ଚିତ ବଲିଉଡ୍ ସିନେମା ସିଂଘମର ଡାଇଲଗ୍ କହି ଯୋଗାଣ ସହାୟକମାନଙ୍କୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
ଏଥିସହ ଭୀଷ୍ଣ ସରଶଯ୍ୟା ଉପାଖ୍ୟାନ ଦେଇ ଯୋଗାଣ ସହାୟକମାନଙ୍କୁ ଚେତାବନୀ ବି ଦଇଛନ୍ତି ମନ୍ତ୍ରୀ। ଯେପରି ଭୀଷ୍ମ ପ୍ରତ୍ୟକ୍ଷ ଭାବେ ଅନ୍ୟାୟ କରିନଥିଲେ ବି କୌରବଙ୍କ ଅନ୍ୟାୟ ଦେଖି ଚୁପ୍ ରହିଥିଲେ ସେହିପରି ଯେଉଁମାନେ ଦୁର୍ନୀତି ଓ ଅନ୍ୟାୟ ଦେଖି ଚୁପ୍ ରହୁଛନ୍ତି ସେମାନଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ।
ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ୍ ଅଧିନରେ ଓଡ଼ିଶର ପ୍ରାୟ ୩କୋଟି ୩୫ ଲକ୍ଷ ହିତାଧିକାରୀଙ୍କୁ ମିଳୁଛି ମାଗଣା ରାସନ୍। ଏହି ସ୍କିମ ଅଧୀନରେ ରହିଛନ୍ତି ରାଜ୍ୟର ସର୍ବାଧିକ ହିତାଧିକାରୀ। ଆଉ ଏହି ସ୍କିମରେ ହିଁ ହେଉଛି ସର୍ବାଧିକ ସ୍କାମ୍ ଅର୍ଥାତ ଦୁର୍ନୀତି। ମନ୍ତ୍ରୀ କହିଛନ୍ତି ବିଜେଡି ସରକାର ସମୟରେ ପୁଳା ପୁଳା ଦୁର୍ନୀତି ହେଉଥିଲା କିନ୍ତୁ ମୁଁ ଶପଥ ନେଇଛି ଏହି ବିଭାଗକୁ ସ୍ବଚ୍ଛ କରିବି। ଏଣୁ ଯୋଗାଣ ସହାୟକମାନଙ୍କୁ ସ୍ବାଚ୍ଛତା ରଖିବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର