ଖବର ପାଇ ଚମ୍ପୁଆ ବନ ବିଭାଗର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ଏକ ଗୋଠ ଛଡ଼ା ଦନ୍ତାହାତୀ ଗତ ରାତି କାଟୁଳିକନା ଅଞ୍ଚଳକୁ ପ୍ରବେଶ କରିଥିଲା। ତେବେ ଆଜି ହାତୀ ଘଉଡେଇବାକୁ ଯାଇ ହାତୀ ଆକ୍ରମଣର ଶିକାର ହୋଇଛନ୍ତି ଟଙ୍କଧର।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ହାତୀ ଘଉଡ଼ାଇବା ବେଳେ ଟେକି କଚାଡି ଦେଲା ହାତୀ। ଚାଲିଗଲା ଯୁବକଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ଚମ୍ପୁଆ ରେଞ୍ଜ କାଟୁଳିକନା ଅଞ୍ଚଳରେ। ମୃତକ ହେଉଛନ୍ତି କାଟୁଳିକନା ଗ୍ରାମର ଟଙ୍କଧର ନାଏକ ।
ଖବର ପାଇ ଚମ୍ପୁଆ ବନ ବିଭାଗର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ଏକ ଗୋଠ ଛଡ଼ା ଦନ୍ତାହାତୀ ଗତ ରାତି କାଟୁଳିକନା ଅଞ୍ଚଳକୁ ପ୍ରବେଶ କରିଥିଲା। ତେବେ ଆଜି ହାତୀ ଘଉଡେଇବାକୁ ଯାଇ ହାତୀ ଆକ୍ରମଣର ଶିକାର ହୋଇଛନ୍ତି ଟଙ୍କଧର।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ନାବାଳିକାଙ୍କୁ ଦୁଷ୍କର୍ମ କରିବା ମାମଲା। ଅଭିଯୁକ୍ତଙ୍କୁ ୧୦ ବର୍ଷର ସଶ୍ରମ କାରାଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଲେ କଟକ ସ୍ଵତନ୍ତ୍ର ପୋକ୍ସୋ କୋର୍ଟ। ଅଭିଯୁକ୍ତ ଚନ୍ଦନ ବେହେରାଙ୍କୁ ଏହି ଦଣ୍ଡାଦେଶ ଶୁଣେଇଛନ୍ତି କୋର୍ଟ। ଏହା ସହ ୩୩,୫୦୦ ଟଙ୍କାର ଜରିମାନା ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨୩ ଜୁନ ୨୦୨୩ ମସିହାରେ କଟକ ଜିଲ୍ଲା ଜଗତପୁର ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିଲା।
ନାବାଳିକା ଜଣକ ନିଜ ଘରେ ଶୋଇଥିବା ସମୟରେ ଅଭିଯୁକ୍ତ ଜଣକ ଘରେ ପ୍ରବେଶ କରି ନାବାଳିକା ସହ ଜୋର ଜବରଦସ୍ତ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିଲା। ଏ ନେଇ ପୀଡ଼ିତା ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ। ପୋଲିସ ଏତଲା ରୁଜୁ କରି ତଦନ୍ତ କରି ଅଭିଯୁକ୍ତଙ୍କୁ ୩୦ ଜୁନରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ୧୪ ଟି ଡକ୍ୟୁମେଣ୍ଟ ୧୩ ଜଣ ସାକ୍ଷୀଙ୍କୁ ଆଧାର କରି ସ୍ଵତନ୍ତ୍ର ପୋକ୍ସୋ କୋର୍ଟ ଅଭିଯୁକ୍ତଙ୍କୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ପୀଡ଼ିତା ପକ୍ଷରୁ ସରକାରୀ ଓକିଲ ରମେଶ ଚନ୍ଦ୍ର ମହାନ୍ତି ମାମଲା ପରିଚାଳନା କରୁଥିଲେ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ନୂଆ NAC ଗଠନ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ୭ ଜିଲ୍ଲାକୁ ଛାଡ଼ି ବାକି ଜିଲ୍ଲାରେ ନୂଆ NAC ଗଠନ ପ୍ରସ୍ତାବ ପାଇଁ ଚିଠି ଲେଖି ଜିଲ୍ଲାପାଳମାନଙ୍କୁ ତଥ୍ୟ ମାଗିଛନ୍ତି ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ। ସେହିପରି ୪ଟି ଜିଲ୍ଲାରେ NACକୁ ପୌରପାଳିକାକୁ ଉନ୍ନୀତ ପାଇଁ ହୋଇଛି ପ୍ରକ୍ରିୟା । ଗଞ୍ଜାମ, ବୌଦ୍ଧ, ମୟୂରଭଞ୍ଜ, ବଲାଙ୍ଗିର ଜିଲ୍ଲାପାଳଙ୍କୁ ନଗର ଉନ୍ନୟନ ବିଭାଗ ଆବଶ୍ୟକ ତଥ୍ୟ ମଗା ଯାଇଛି । ତେବେ ଏ ନେଇ ମନ୍ତ୍ରୀ କହିଛନ୍ତି ପୂର୍ବ ଏବଂ ନୂତନ ଭାବେ ବିଧାୟକ ଙ୍କ ପ୍ରସ୍ତାବ କୁ ମିଶାଇ ଜିଲ୍ଲାପାଳ ଙ୍କୁ ରିପୋର୍ଟ ମଗାଯାଇଛି। ରିପୋର୍ଟ ଆସିଲେ ମୁଖ୍ୟମନ୍ତ୍ରୀ ଙ୍କ ସହ ଆଲୋଚନା ପରେ ନିଆଯିବ ନିଷ୍ପତ୍ତି। ପୂର୍ବ ସରକାର ନାମକୁ ମାତ୍ର ଚିଠି କରିଥିଲେ । 2011 ମସିହା ସୁଦ୍ଧା ଯାହାର 11 ହଜାର ରୁ ଉର୍ଦ୍ଧ ଜନ ସଂଖ୍ୟା କୁ NAC ଓ 20 ହଜାରରୁ ଉର୍ଦ୍ଧ୍ବକୁ ମୁନିସିପାଲିଟି ମାନ୍ୟତା ଦିଆଯିବ ।
ସେପଟେ ନୂଆ NAC ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ ହେବାକୁ ନେଇ ଜୋର ଧରିଛି ରାଜନୀତି । ବିଜେଡ଼ି ଏହାକୁ କପି ପେଷ୍ଟ କହିଥିବା ବେଳେ କଂଗ୍ରେସ ଓ ବିଜେପି କହିଛନ୍ତି ବିଜେଡି ମିଛ ପ୍ରଚାରର ସୌଦାଗର ସାଜି ଲୋକଙ୍କ ସହ ପ୍ରତାରଣା କରିଥିଲା ।
ଅନ୍ୟପଟେ ନୂଆ NAC ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ ହେବାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଦାବି କରି ଆସୁଥିବା ଲୋକେ । ଫେବୃଆରୀ ମାସ ଅର୍ଥାତ ନିର୍ବାଚନର ଦୁଇ ମାସ ପୂର୍ବରୁ ରାଜ୍ୟରେ ନୂଆ ୫୭ NAC ଗଠନ ଲାଗି ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଥିଲା । ବିନା ପ୍ରସ୍ତୁତିରେ କେବଳ ନିର୍ବାଚନ କୁ ଆଖି ଆଗରେ ରଖି ଘୋଷଣା ହୋଇଥିବାରୁ ତାହା ବାସ୍ତବ ରୂପ ନେବା ସମ୍ଭବ ହୋଇନଥିଲା । ଏପରିକି ନୂଆ NAC ଗଠନ ପାଇଁ ସରକାରୀ ସ୍ତରରେ କୌଣସି ରେକର୍ଡ ବି ନଥିଲା । ମାତ୍ର ବିଜେପି ସରକାର ଲୋକଙ୍କ ଦାବି କୁ ଗୁରୁତ୍ୱ ଦେଇ ସରକାରୀ ସ୍ତରରେ ପ୍ରସ୍ତୁତି ଆରମ୍ଭ କରିଥିବାରୁ ନୂଆ NAC ଗଠନର ସ୍ୱପ୍ନ ସତ ହେବାର ଆଶା ବାନ୍ଧିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ମୋଟ ୩,୬୦୦ କୋଟି ଟଙ୍କା ବ୍ୟୟରେ ପିଏମ ବିଦ୍ୟାଲକ୍ଷ୍ମୀ ଯୋଜନାକୁ ମଞ୍ଜୁର ମିଳିଛି । ଉଚ୍ଚ ଶିକ୍ଷା କ୍ଷେତ୍ରରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ନିମନ୍ତେ ଏହି ଯୋଜନାକୁ ମଞ୍ଜୁର କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ଏ ସମ୍ପର୍କରେ ଟ୍ୱିଟ୍ କରିଛନ୍ତି ଯେ ଭାରତର ପ୍ରତିଭାବାନ ଯୁବକ ଯୁବତୀମାନଙ୍କ ପାଇଁ ଏକବିଂଶ ଶତାବ୍ଦୀର ସାର୍ବଜନୀନ ଉଚ୍ଚଶିକ୍ଷା ଉପଲବ୍ଧି କରାଇବା ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗ୍ୟାରେଣ୍ଟି । ୩,୬୦୦ କୋଟି ଟଙ୍କା ବ୍ୟୟରେ ପିଏମ ବିଦ୍ୟାଲକ୍ଷ୍ମୀକୁ ମଞ୍ଜୁର ଦେବା ଦ୍ୱାରା ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚଶିକ୍ଷା କ୍ଷେତ୍ରରେ ଥିବା ପ୍ରତିବନ୍ଧକ ଦୂର ହେବ ଏବଂ ଆମ ଯୁବଶକ୍ତି ସେମାନଙ୍କ ସ୍ୱପ୍ନ ପୂରଣ କରିବାରେ ସକ୍ଷମ ହେବେ । ପିଏମ୍ ବିଦ୍ୟାଲକ୍ଷ୍ମୀ ଅଧୀନରେ ବିନା ବନ୍ଧକରେ ଏବଂ ଗ୍ୟାରେଣ୍ଟର ମାଗଣା ଶିକ୍ଷା ଋଣ ; ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚଶିକ୍ଷାର ସୁବିଧାକୁ ଅଧିକରୁ ଅଧିକ ଉପଲବ୍ଧ କରାଇବ । ଆର୍ଥିକ ଅଭାବ ଅନଟନ ମଧ୍ୟରେ ଥିବା ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଗ୍ରହଣ କରିବାରେ କୌଣସି ବାଧା ସୃଷ୍ଟି କରିବ ନାହିଁ । ବାର୍ଷିକ ୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାରିବାରିକ ଆୟ ଥିବା ଛାତ୍ରଛାତ୍ରୀ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶିକ୍ଷା ଋଣ ଉପରେ ୩% ସୁଧ ରିହାତି ପାଇବାକୁ ଯୋଗ୍ୟ ବିବେଚିତ ହେବେ । ୭.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ରାଶି ପାଇଁ ଭାରତ ସରକାର ୭୫% କ୍ରେଡିଟ୍ ଗ୍ୟାରେଣ୍ଟି ପ୍ରଦାନ କରିବେ, ଯାହା ବ୍ୟାଙ୍କଗୁଡ଼ିକୁ ସେମାନଙ୍କ ନେଟଓ୍ୱାର୍କ ବିସ୍ତାର କରିବାରେ ସାହାଯ୍ୟ କରିବ ।
ସ୍ୱଚ୍ଛ, ପାରଦର୍ଶୀ, ବିଦ୍ୟାର୍ଥୀ ସହଯୋଗୀ ଏବଂ ଡିଜିଟାଲ ଆପ୍ଲିକେସନ ପ୍ରକ୍ରିୟା ମାଧ୍ୟମରେ ସମସ୍ତ ବ୍ୟାଙ୍କ୍ ଦ୍ୱାରା ଶିକ୍ଷା ଋଣ ପ୍ରଦାନ କରାଯିବ । ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଂ ଫ୍ରେମଓ୍ୱାର୍କ(ଏନଆଇଆରଏଫ) ଆଧାରରେ ଦେଶର ଶ୍ରେଷ୍ଠ ୮୬୦ ଉଚ୍ଚ ଶିକ୍ଷାନୁଷ୍ଠାନରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ବିଦ୍ୟାଲକ୍ଷ୍ମୀ ଅଧୀନରେ ଶିକ୍ଷା ଋଣ ପ୍ରଦାନ କରାଯିବ, ଯେଉଁଥିରେ ପ୍ରତିବର୍ଷ ୨୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀମାନେ ସାମିଲ ହେବେ । ମେଧାବୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ଜାତୀୟ ଶିକ୍ଷା ନୀତିର ଏକ ପ୍ରମୁଖ ସୁପାରିସ । ପ୍ରଧାନମନ୍ତ୍ରୀ ବିଦ୍ୟାଲକ୍ଷ୍ମୀ ଜାତୀୟ ଶିକ୍ଷା ନୀତିକୁ କାର୍ଯ୍ୟକାରୀ କରାଇବା ଦିଗରେ ଆଉ ଏକ ଠୋସ୍ ପଦକ୍ଷେପ । ପିଏମ ବିଦ୍ୟାଲକ୍ଷ୍ମୀ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କୁ ସଶକ୍ତ କରିବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର