୫ ଦଫା ଦାବି ନେଇ ଏସ୍ପିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଚାଲିଛି। ଆଇପିସି ୩୦୨ ଏବଂ ଏସସିଏସଟି ଆଟ୍ରୋସିଟି ଆକ୍ଟରେ ଏହି ମାମଲାରେ ଅଭିଯୁକ୍ତ ୫ ପୋଲିସ ଅଧିକାରୀଙ୍କ ନାଁରେ ମାମଲା ରୁଜୁ ସହ ଗୋବିନ୍ଦଙ୍କ ପତ୍ନୀଙ୍କୁ ସରକାରୀ ଚାକିରି ଦିଆଯିବା ନେଇ ଦାବି ହୋଇଛି।
ପରିବାରକୁ ୫୦ ଲକ୍ଷ କ୍ଷତିପୂରଣ ସହ ମାମଲାର ନିରପେକ୍ଷ ତଦନ୍ତ ପାଇଁ ସିବିଆଇକୁ ମାମଲା ହସ୍ତାନ୍ତର କରିବାକୁ ଦାବି ରଖିଛି ବହୁଜନ ସମାଜ ପାର୍ଟ। ଏହାପୂର୍ବରୁ HRPCର ୨ଜଣିଆ ଦଦନ୍ତକାରି ଟିମ ପରିବାରର ବୟାନ ରେକର୍ଡ କରିବା ସହ ବରଗଡ଼ ଟାଉନ ଥାନା ଆଇଆଇସି ଓ ଏସପିଙ୍କ ସହ ଆଲୋଚନା କରିଥିଲେ। ହେଲେ ଏବେ ସୁଦ୍ଧା କୌଣସି ବି ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନି।
ଗତ ସେପ୍ଟେମ୍ବର ୨୪ ତାରିଖ ଶୁକ୍ରବାର ରାତି ୨:୩୦ରେ ଗୋବିନ୍ଦ କୁମ୍ଭାରଙ୍କୁ ଉଠାଇ ନେଇଥିଲା ପୋଲିସ। ୨୫ ତାରିଖ ସକାଳୁ ସେ ଅସୁସ୍ଥ ହୋଇପଡିଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଗୋବିନ୍ଦ କୁମ୍ଭାରଙ୍କ ଗୋଡ ପିଠିରେ ମାଡ଼ ଦାଗ ରହିଛି । ଯାହାକୁ ନେଇ ପରିବାର ପକ୍ଷରୁ ହାଜତ ମୃତ୍ୟୁ ଅଭିଯୋଗ କରିଛନ୍ତି ।