ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଦୋକାନ ବଜାରରେ ଦୀପ ବଣ୍ଟନ କଲେ ତିନି ଯୁବକ। ଆସନ୍ତା ୨୨ ତାରିଖ ସୋମବାର ଦିନ ଦୀର୍ଘ ୫୦୦ ବର୍ଷ ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି । ଅଯୋଧ୍ୟାରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଥିବା ବେଳେ ବରଗଡ ଜିଲ୍ଲା ଗାଇସିଲେଟ ଠାରେ ଆଜି ତିନି ବନ୍ଧୁ ଯଜ୍ଞେଶ୍ଵର ପ୍ରଧାନ, ବିକାଶ ରଞ୍ଜନ ପାଠୀ ଏବଂ ଦିବ୍ୟଦ୍ୟୁତି ପୁରୋହିତ ଗାଇସିଲେଟ ଏବଂ କଲଙ୍ଗାପାଳିରେ ଥିବା ସମସ୍ତ ଦୋକାନ କୁ ଯାଇ ପାଞ୍ଚଟି ଲେଖାଏଁ ଦୀପ ବଣ୍ଟନ କରିଛନ୍ତି। ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଯେ ସମସ୍ତେ ସୋମବାର ଦିନ ସଂଧ୍ୟା ସମୟରେ ନିଜ ନିଜ ଘରେ ପୂଜା କରି ଦୀପ ଜାଳି ପ୍ରଭୁ ଶ୍ରୀ ରାମଙ୍କ ନାମ ଜପ କରିବେ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ : ପୋଲିସ ଅଧିକାରୀଙ୍କୁ ବିଜେଡ଼ି ମଞ୍ଚରେ ଭାଷଣ ଦେବା ପଡ଼ିଲା ମହଙ୍ଗା । ବିଜେପିର ଅଭିଯୋଗ ପରେ ଦୁଇ ପୋଲିସ ଅଧିକାରୀଙ୍କ ବଦଳି ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ । କଟକ - ଭୁବନେଶ୍ଵର ପୋଲିସ କମିଶନର, ପୋଲିସ ଡିଆଜିଙ୍କୁ ନିର୍ଦ୍ଦେଶ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ହୋଇଥିବା ତଦନ୍ତ ସନ୍ତୋଷଜନକ ନୁହେଁ ବୋଲି କ୍ଷୋଭ ପ୍ରକାଶ କଲେ ନିର୍ବାଚନ କମିଶନ । ଇଦୁଲ ଫିତର ନାଁରେ ଚୌଦ୍ଵାର ଥାନା ଆଇଆଇସି ବିଶ୍ଵ ରଞ୍ଜନ ସାହୁ ଏବଂ ଏସଆଇ ସରସ୍ଵତୀ ସାହୁ ଗୋଟିଏ ମଞ୍ଚରେ ବିଜେଡ଼ି ନେତାଙ୍କ ସହ ବସି ଭାଷଣ ଦେଉଥିଲେ । ଏ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିଲା ବିଜେପି ।