ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଦୁଇଦିନିଆ ଗସ୍ତରେ କୋରାପୁଟ ଯାଇଛନ୍ତି। ଏଠାରେ ନୂତନ ନିର୍ମାଣଧିନ ମେଡିକାଲ୍ ସେ ଅନୁଧ୍ୟାନ କରିଛନ୍ତି। ପରେ କୋଟିଆ ଗସ୍ତ କରି ପୋଟାଙ୍ଗୀ ବ୍ଲକ୍ ଦେଓମାଲିରେ ବନ ବିଭାଗ ପକ୍ଷରୁ ନୂତନ କଟେଜ ନିର୍ମାଣଧିନ ଗୃହକୁ ଅନୁଧ୍ୟାନ କରିଥିଲେ। ପାଇନ ବୃକ୍ଷ ରୋପଣ କରିବା ପରେ କୁଡ଼ି ପଦର ଗ୍ରାମରେ ମହୁ ଚାଷୀ ଏବଂ ଡ୍ରାଗନ ଫ୍ରୁଟ ଚାଷୀଙ୍କ ସହ ଆଲଚନା କରିଥିଲେ।
କୋଟିଆଠାରେ ଥିବା ନୂତନ ଶୀତଳ ଭଣ୍ଡାର ପରିଦର୍ଶନ କରିଥିଲେ। ମହିଳା shg ମା ମାନଙ୍କ ଦ୍ଵାରା ଝାଡୁ ପ୍ରସ୍ତୁତି କେନ୍ଦ୍ର ଦେଖିବା ପରେ ଚାଖିଥିଲେ ଦେଶୀ ଷ୍ଟବେରୀ । ହେଲେ ଦୁଃଖର କଥା ଆନ୍ଧ୍ର ପ୍ରଦେଶର ଅନୁପ୍ରେବେଶକୁ ନେଇ କୌଣସି ପ୍ରଶ୍ନର ଉତ୍ତର ନ ଦେଇ ସେ ଫେରିଯାଇଥିଲେ।