ଏନେଇ ଉଭୟଙ୍କ ମଧ୍ୟରେ ବେତଣ୍ଡା ଯୁକ୍ତିତର୍କ ହୋଇଥିଲା। ଫଳରେ ପ୍ରମୋଦ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିଲେ। ପୋଲିସ ପାଲଟା ଆକ୍ରମଣ କରିବା ପରେ ପ୍ରଦୀପ୍ତ ଓ ପ୍ରମୋଦ ଦୁହେଁ 2ଟି ବନ୍ଧୁକ ଦେଖାଇ ପୋଲିସ କୁ ଭୟଭୀତ କରିଥିଲେ ।
ଘଟଣା ସ୍ଥଳରେ ପୋଲିସ ବିଜେଡି ନେତା ପ୍ରଦୀପ୍ତ ଓ ତାଙ୍କ ସହଯୋଗୀ ପ୍ରମୋଦଙ୍କୁ କାବୁ କରି ପାରାଦ୍ୱୀପ ଲକ ଥାନାରେ ଅଟକ ରଖିବା ସହ 2ଟି ବନ୍ଧୁକ ଜବତ କରି ତଦନ୍ତ ଜାରିରଖିଛି । ଅନ୍ୟ ପକ୍ଷରେ ପାରାଦ୍ୱୀପ ଟ୍ରକ ମାଲିକ ସଙ୍ଘ ପକ୍ଷରୁ କାର୍ଯ୍ୟକର୍ତା ମାନେ ପାରାଦ୍ୱୀପ ଲକ ଥାନା ଆଗରେ ପ୍ରତିବାଦ କରିବା ସହ ନାରାବାଜି ଦେବା ପରେ ମଧ୍ୟ ପୋଲିସ ପ୍ରଦୀପ୍ତ ଓ ପ୍ରମୋଦ ଙ୍କୁ ଛାଡ଼ିନି ।