ଏହାସହ ବାଣିକର କୋଚିଂ ଓ ମ୍ୟାଟେରିଆଲ ସପ୍ଲାଏ ବାବଦକୁ କେତେ ଆର୍ଥିକ କାରବାର ହୋଇଛି ସେତିକି ଉପରେ ଜିଏସଟି ପେମେଣ୍ଟ କରାଯାଉନଥିବା ସନ୍ଦେହ କରାଯାଉଛି । ଗତକାଲି ୧୮ ଘଣ୍ଟା ଧରି ୨ ଟିମର ୩୦ ଅଧିକାରୀ ବାଣିକ ଉପରେ କରିଥିଲେ ରେଡ଼ । ଜରୁରୀକାଳୀନ କାଗଜ ପତ୍ର ଯାଞ୍ଚ କରାଯିବ ସହ ଅନେକ ଗୁରୁତ୍ୱପୂର୍ଣ୍ଣ କରାଜ ପତ୍ର ଜବତ କରାଯାଇଛି । ଏହାସହ ବାଣିକ ନାଁରେ DGGI ପକ୍ଷରୁ ଟ୍ୟାକ୍ସ ଫାଙ୍କିବା ନେଇ ଏକ ମାମଲା ରୁଜୁ ହୋଇଛି । ବାଣିକର ସିଏମଡି ସୁବ୍ରତ ଛାଟୋଇଙ୍କୁ ମଧ୍ୟ DGGI ପକ୍ଷରୁ ଗତ କାଲି ପଚରା ଉଚୁରା କରାଯାଇଛି ।