ଏବେ ମୋଟ ୧୨୨ ଆସନରେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିସାରିଛି । ସେହିପରି ମୋଟ ୧୭ ଲୋକସଭା ଆସନ ପାଇଁ ବି କଂଗ୍ରେସ ପ୍ରାର୍ଥୀ ଘୋଷଣା ସାରିଛି । ତେବେ ବାକି ଆସନ ପାଇଁ ଖୁବ ଶୀଘ୍ର କଂଗ୍ରେସ ପ୍ରାର୍ଥୀ ଘୋଷଣା କରିପାରେ ।
ଅର୍ଗସ ବ୍ୟୁରୋ : କଂଗ୍ରେସ ପ୍ରାର୍ଥୀ ତାଲିକା । ଦ୍ବିତୀୟ ପର୍ଯ୍ୟାୟରେ ଓଡ଼ିଶା ପାଇଁ ବିଧାନସଭା ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ । ୭୫ଟି ବିଧାନସଭା ଆସନ ପାଇଁ ତାଲିକା ପ୍ରକାଶ । ତେବେ ଏହି ଲିଷ୍ଟରେ ବହୁ ହେଭିୱେଟ୍ଙ୍କ ନାଁ ମଧ୍ୟ ରହିଛି । ଅତାବିରା- ଅଭିଷେକ ସେଠ୍, ତଳସରା- ଦେବେନ୍ଦ୍ର ଭିଟ୍ଟାରିଆ, କୁଚିଣ୍ଡା-କେଦାର ନାଥ ବରିଆ, ରେଙ୍ଗାଲି- ଦିଲ୍ଲୀପ କୁମାର ଦୁରିଆ, ସମ୍ବଲପୁର-ଦୁର୍ଗାପ୍ରସାଦ ପାଢୀ ରେଢାଖୋଲ-ଅସଫ୍ ଅଲ୍ଲୀ ଖାନ, ଦେବଗଡ- ସେମ୍ ହେମ୍ବ୍ରମ୍, ତେଲକୋଇ- ନିର୍ମଳ ଚନ୍ଦ୍ର ନାୟକ, ଘସିପୁରା- ସୁବ୍ରତ ଚକ୍ର, ଆନନ୍ଦପୁର- ଜୟଦେବ ଜେନା, ପାଟଣା- ହୃଷିକେଷ ନାୟକ କେନ୍ଦୁଝର- ପ୍ରତିଭା ମଂଜରୀ ନାୟକ, ଚମ୍ପୁଆ- ୟଶମନ୍ତ ଲାଘୁରୀ, ଯଶିପୁର- ଶ୍ଵେତା ଚଟ୍ଟର, ସରସକଣା- ରାମକୁମାର ସୋରେନ, ରାଇରଙ୍ଗପୁର- ଯୋଗେନ୍ଦ୍ର ବନରା, ବାଙ୍ଗୀରିପୋଷି-ମୂରଲୀଧର ନାୟକ, କରଞ୍ଜିଆ- ଲକ୍ଷ୍ମୀଧର ସିଂ, ଉଦଳା- ଦୁର୍ଗାଚରଣ ଟୁଡୁ, ବାରିପଦା- ବାଦଲ ହେମ୍ବ୍ରମ୍, ମୋରଡା- ପ୍ରଭାସ କର ମହାପାତ୍ର, ଭୋଗରାଇ- ସତ୍ୟଶିବ ଦାସ, ବସ୍ତା- ବିଜନ ନାୟକ, ରେମୁଣା- ସୁଦର୍ଶନ ଜେନା, ସୋର- ସୁବ୍ରତ ଧଡ଼, ସିମୁଳିଆ- ହିମାଂଶୁ ଶେଖର ବେହେରା, ଭଣ୍ଡାରିପୋଖରୀ-ନିରଞ୍ଜନ ପଟ୍ଟନାୟକ ଭଦ୍ରକ- ଅସୀତ ପଟ୍ଟନାୟକ, ବାସୁଦେବପୁର- ଅଶୋକ କୁମାର ଦାସ, ଧାମନଗର- ରଂଜନ କୁମାର ବେହେରା, ଚାନ୍ଦବାଲି-ଅମୀୟ କୁମାର ମହାପାତ୍ର, ବିଞ୍ଝାରପୁର- କନକଲତା ମଲ୍ଲିକ, ବରୀ- ଆରତୀ ଦେଓ, ଧର୍ମଶାଳା- କିସନ ପଣ୍ଡା, ଯାଜପୁର- ସୁଦୀପ କୁମାର କର, କୋରେଇ- ବନ୍ଦିତା ପରିଡ଼ା, ଢେଙ୍କାନାଳ- ସୁସ୍ମିତା ସିଂଦେଓ, ହିନ୍ଦୋଳ- ଗୋବର୍ଦ୍ଧନ ଶେଖର ନାଏକ, କାମାକ୍ଷାମଗର- ବିପ୍ରବର ସାହୁ, ପରଜଙ୍ଗ- ରଂଜିତ କୁମାର ସାହୁ, ତାଳଚେର- ପ୍ରଫୁଲ୍ଲ ଚନ୍ଦ୍ର ଦାସ, ଅନୁଗୁଳ- ଅମ୍ବିକା ପ୍ରସାଦ ଭଟ୍ଟ, ଛେଣ୍ଡିପଦା- ନରୋତ୍ତମ ନାୟକ, ଆଠମଲ୍ଲିକ- ବିଜୟ ନନ୍ଦନ ଚାଉଳିଆ, ବୀରମହାରାଜପୁର-ପ୍ରଦୀପ ସେଠୀ, ସୋନପୁର- ପ୍ରିୟବ୍ରତ ସାହୁ, ଟିଟିଲାଗଡ଼-ବିରେନ୍ଦ୍ର ବାଗ୍, ଖଡ଼ିଆଳ- ଉପେନ୍ଦ୍ର ପ୍ରଧାନ, ବଡମ୍ବା- ସଞ୍ଜୟ କୁମାର ସାହୁ, ବାଙ୍କୀ- ଦେବାଶିଷ ପଟ୍ଟନାୟକ, ଆଠଗଡ଼- ମେହବୁବ୍ ଅହମ୍ମଦ ଖାନ, ଚୌଦ୍ଵାରା- ମୀରା ମଲ୍ଲିକ, ନିଆଳି- ଜ୍ୟୋତିରଂଜନ ମଲ୍ଲିକ, କଟକ-ସଦର- ରାମଚନ୍ଦ୍ର ଗୋଚ୍ଛାୟତ, ସାଲେପୁର- ଆକ୍ଵିବ୍ ଉଜମାନ ଖାନ୍, ପାଟକୁରା- ରତିକାନ୍ତ କାନୁନଗୋ, ଆଳି- ଦେବସ୍ମିତା ଶର୍ମା, ପାରାଦୀପ- ନିରଞ୍ଜନ ନାୟକ, ତିର୍ତ୍ତୋଲ- ହିମାଂଶୁ ଭୂଷଣ ମଲ୍ଲିକ, ବାଲିକୁଦା-ଏରସମା- ନଳୀନି ସ୍ଵାଇଁ, ପୁରୀ-ସୁଜିତ ମହାପାତ୍ର, ବ୍ରହ୍ମଗିରି- ମିତ୍ରଭାନୁ ମହାପାତ୍ର, ଜୟଦେବ- ଜୟନ୍ତ କୁମାର ଭୋଇ, ଏକାମ୍ର-ଭୁବନେଶ୍ଵର- ପ୍ରଶାନ୍ତ କୁମାର ଚମ୍ପତ୍ତି, ଜଟଣୀ- ସନ୍ତୋଷ ଜେନା, ବେଗୁନିଆ- ପୃଥ୍ଵିବୀ ବଲ୍ଲଭ ପଟ୍ଟନାୟକ, ରଣପୁର- ବିଭୁପ୍ରସାଦ ମିଶ୍ର, ନୟାଗଡ଼- ରଂଜିତ ଦାସ, କବିସୂର୍ଯ୍ୟନଗର-ବିପିନ ବିହାରୀ ସ୍ଵାଇଁ, ଖଲ୍ଲିକୋଟ- ଚିତ୍ରସେନ ବେହେରା, ଆସିକା-ସୁରଭି ବିଷୋଇ, ହିଞ୍ଜିଳି- ରଜନୀକାନ୍ତ ପାଢୀ, ବ୍ରହ୍ମପୁର- ଦୀପକ ପଟ୍ଟନାୟକ, ଦିଗପହଣ୍ଡି- ଶ୍ରୀଧର ଦେବ
ଏବେ ମୋଟ ୧୨୨ ଆସନରେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିସାରିଛି । ସେହିପରି ମୋଟ ୧୭ ଲୋକସଭା ଆସନ ପାଇଁ ବି କଂଗ୍ରେସ ପ୍ରାର୍ଥୀ ଘୋଷଣା ସାରିଛି । ତେବେ ବାକି ଆସନ ପାଇଁ ଖୁବ ଶୀଘ୍ର କଂଗ୍ରେସ ପ୍ରାର୍ଥୀ ଘୋଷଣା କରିପାରେ ।
ଅର୍ଗସ ବ୍ୟୁରୋ: ମା'ଙ୍କୁ ହରାଇଛନ୍ତି କୋରିଓଗ୍ରାଫର-ନିର୍ଦ୍ଦେଶକ ଫାରହା ଖାନ। ଶୁକ୍ରବାର ତାଙ୍କ ମା' ମେନକା ଇରାନୀଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ବର୍ଷ ହୋଇଥିଲା। ଗତ କିଛିଦିନ ଧରି ସେ ଅସୁସ୍ଥ ଥିଲେ।
ଏବେ ତାଙ୍କ ନିଧନକୁ ନେଇ ଫାରହା ଏବଂ ତାଙ୍କ ଭାଇ ସାଜିଦ ଖାନ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛନ୍ତି। ଫାରହା ଏକ ପୋଷ୍ଟରେ ଲେଖିଛନ୍ତି ମୁଁ ମୋ ମା'ଙ୍କୁ ବହୁତ ଭଲ ପାଏ। ତୁମ କଥା ସବୁବେଳେ ମନେପଡ଼ିବ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର
ଅର୍ଗସ ବ୍ୟୁରୋ: ଦେଶଭକ୍ତିର କଲମରେ, ସାହସର ସ୍ୟାହିରେ ଲେଖାଯାଇଥିବା ପରାକ୍ରମର ଆଉ ଏକ ତାରିଖ ଜୁଲାଇ 26 । ଏବେ ବି ସାକ୍ଷୀ କାରଗିଲରେ ଦଣ୍ଡାୟମାନ ହୋଇ ରହିଥିବା ସେହିସବୁ ଗିରିଶୃଙ୍ଗ । ଯାହାକୁ ସେଦିନ ରକ୍ତରେ ଭିଜାଇ ତ୍ରିରଙ୍ଗାର ଟେକ ରଖିଥିଲେ ଶୌର୍ଯ୍ୟ, ସଂଗ୍ରାମର ତିଳକ ପିନ୍ଧିଥିବା ଭାରତୀୟ ସେନାର ବୀର ଯବାନ । ପାକିସ୍ତାନର ନାପାକ୍ ଷଡ଼ଯନ୍ତ୍ରକୁ ବୀରତ୍ବର ଥାପ୍ପଡ ଲଗାଇ, ସେନାମୁଖ୍ୟ ପରଭେଜ୍ ମୁଶାରଫ ଜିହାଦର ଜାମା ପିନ୍ଧାଇ ପଠାଇଥିବା ସୈନିକଙ୍କୁ କବର ଦେଇ ଇତିହାସରେ ନୂଆ ଏକ ଅଧ୍ୟାୟ ଲେଖିଥିଲା ଭୂତପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ବାଧୀନ ଭାରତ । ସେଥିପାଇଁ ପ୍ରତିବର୍ଷ ଜୁଲାଇ 26ରେ ପାଳନ ହେଉଛି ପରାକ୍ରମ ଦିବସ ।
ପରାକ୍ରମ ଦିବସ ଅବସରରେ ୧୯୯୯ର ସେହି ପରାକ୍ରମୀଙ୍କ ସ୍ମୃତି ଚାରଣ କରିଛନ୍ତି ପ୍ରଧାନମନ୍ତ୍ରୀ। ଯୁଦ୍ଧ ସ୍ମାରକୀସ୍ଥଳକୁ ଯାଇ ପ୍ରଧାନମନ୍ତ୍ରୀ କାରଗିଲ ଯୁଦ୍ଧରେ ପ୍ରାଣର ଆହୁତି ଦେଇଥିବା ଯବାନଙ୍କୁ ସାଲ୍ୟୁଟ୍ ଜଣାଇଛନ୍ତି । ଏଥିସହ ପାକିସ୍ତାନ ଉପରେ ଭୀଷଣ ବର୍ଷିଛନ୍ତି । ପାକିସ୍ତାନ ହେଉଛି ଆତଙ୍କୀଙ୍କ ଆଡ୍ଡା, ଲୁଚିଛପି ଭାରତ ଉପରେ ଆତଙ୍କୀ ଆକ୍ରମଣ କରିବାକୁ ଚେଷ୍ଟା କରି ବାରମ୍ବାର ବିଫଳ ହୋଇଛି । ସବୁ ଷଡ଼ଯନ୍ତ୍ରରେ ଫେଲ୍ ମାରିଥିଲେ ବି ନିଜ ଇତିହାସରୁ ପାକିସ୍ତାନ କିଛି ଶିଖିପାରିନି । ତେବେ ପାକିସ୍ତାନକୁ ସେନା ଦୃଢ଼ ଜବାବ ଦେଇ ଆସିଛି, ଆଗକୁ ବି ଦେଇ ଚାଲିବ କହି ସୀମା ଏପଟୁ ପାକିସ୍ତାନକୁ ଚରମବାଣୀ ଶୁଣାଇଛନ୍ତି ମୋଦି । କାରଗିଲ ଯୁଦ୍ଧର ସହିଦମାନଙ୍କ ପରିବାରକୁ ଭେଟି ବିଜୟ ଦିବସ ଅବସରରେ ଆଶ୍ବାସନା ଜଣାଇଛନ୍ତି ମୋଦି । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ବି ବୀରତ୍ବ ପ୍ରଦର୍ଶନ କରାଯାଇଛି ।
ଏପଟେ କାରଗିଲ୍ ଦିବସର ରଜତ ଜୟନ୍ତୀ ଅବସରରେ ଆଜି ନୂଆଦିଲ୍ଲୀରୁ ଥିରୁଅନନ୍ତପୁରମ, ଲକ୍ଷ୍ନୌରୁ କୋଲକାତା, ଭୋପାଳ, ଜୟପୁର, ଡେରାଡୁନ୍, ସବୁଠି ସହିଦମାନଙ୍କୁ ଦିଆଯାଇଛି ଶ୍ରଦ୍ଧାଞ୍ଜଳି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ନୂଆଦିଲ୍ଲୀର ୱାର ମେମୋରିଆଲରେ ତିନି ସେନାମୁଖ୍ୟଙ୍କ ସହ ସହିଦଙ୍କୁ ଜଣାଇଛନ୍ତି ଶ୍ରଦ୍ଧାଞ୍ଜଳି ।
କାରଗିଲ୍ ସଂଗ୍ରାମରେ ଯୁଝି, ଦେଶମାତୃକା ପାଇଁ ଜୀବନ ଉତ୍ସର୍ଗ କରିଥିବା 13 ଜଣ ଓଡ଼ିଆଙ୍କ ବୀରତ୍ବଗାଥା ବି କିଛି କମ୍ ନୁହେଁ । କଟକ ନିଶ୍ଚିନ୍ତକୋଇଲି ବ୍ଲକ ଜନାର୍ଦ୍ଦନପୁର ଗାଁର ଗୋପୀନାଥ ମହାରଣାଙ୍କୁ ଝୁରୁଛି ଜନ୍ମମାଟି । ପ୍ରତିଦିନ ସହିଦ ଗୋପୀନାଥଙ୍କ ମାଆ ଗାଁରେ ଥିବା ତାଙ୍କର ଏହି ପ୍ରତିମୂର୍ତ୍ତି ପାଖକୁ ଆସି ଫୁଲ ଦେଲା ବେଳେ ଆଖିରେ ଲୁହ ଜକେଇ ହୋଇ ଯାଏ । ଆସ୍କା ମାଟିର ଗର୍ବ ଓ ଗୌରବ ତଥା କାରଗିଲ ଯୁଦ୍ଧରେ ସହିଦ ହୋଇଥିବା ଉମାକାନ୍ତ ପଟ୍ଟନାୟକଙ୍କୁ ବି ଝୁରି ହେଉଛନ୍ତି ପରିବାର ଲୋକେ ଓ ଅଞ୍ଚଳବାସୀ । ବିଜେପି ପକ୍ଷରୁ ମଧ୍ୟ ସାରା ରାଜ୍ୟରେ ପାଳନ କରାଯାଇଛି ସହିଦ ଦିବସ ।
60 ଦିନର ଲମ୍ବା ସଂଘର୍ଷ ପରେ ୧୮ ହଜାର ଫୁଟ୍ ଉଚ୍ଚରେ ଲୁଚି ରହିଥିବା ଶତ୍ରୁଙ୍କୁ ମାତ୍ ଦେଇ ବିଜୟ ଉଲ୍ଲାସ ପାଳିଥିଲା ସାରାଦେଶ । ହେଲେ ଏହା ପଛରେ ଥିଲା ୨୬ ଅଫିସର ଓ ୫୨୭ ଯବାନଙ୍କ ବଳିଦାନ।
ଅଧିକ ପଢ଼ନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ: ପ୍ରତୀକ୍ଷାର ଘଟିଛି ଅନ୍ତ। ବିଶ୍ବର ସବୁଠାରୁ ବଡ଼ କ୍ରୀଡା ମହାକୁମ୍ଭ, ପ୍ୟାରିସ୍ ଅଲିମ୍ପିକ୍ସ-୨୦୨୪ର ଆଜି ଶୁଭ ଉଦଘାଟନ। ଏହି ବିଶାଳ କ୍ରୀଡ଼ା ପ୍ରତିଯୋଗିତା ଯେମିତି ସ୍ବତନ୍ତ୍ର ,ଏହାର ଓପନିଙ୍ଗ ସେରିମନି ମଧ୍ୟ ଚଳିତ ଥର ହେବ ଅନନ୍ୟ।୧୮୯୬ରେ ଆରମ୍ଭ ହୋଇଥିବା ଏହି କ୍ରୀଡ଼ା ମହାକୁମ୍ଭର ଶୁଭ ଉଦଘାଟନୀ ପାଭିଲିୟନ ଭିତରେ ନହୋଇ ୧୨୮ ବର୍ଷର ଇତିହାସରେ ପ୍ରଥମ ଥର ଲାଗି ହେବ ପ୍ୟାରିସର ସିନ୍ ନଦୀ କୂଳରେ।
୩୩ତମ ଅଲିମ୍ପିକ୍ସ ଗେମକୁ ଅଭୁଲା ରଖିବା ପାଇଁ ଫ୍ରାନ୍ସ କରିଛି ସବୁ ପ୍ରକାର ତୟାରି। ୯୪ଟି ନୌକାରେ ସିନ୍ ନଦୀ କୂଳରେ ପ୍ୟାରେଡ଼ କରିବେ ୧୦ ହଜାର ୫୦୦ରୁ ଉର୍ଦ୍ଧ୍ବ ଆଥେଲିଟ୍ସ। ୨ ଘଣ୍ଟା ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସେରିମନିରେ ୬ କିଲୋମିଟର ପର୍ଯ୍ୟନ୍ତ ପ୍ୟାରେଡ଼ ଅନୁଷ୍ଠିତ ହେବ। ଖେଳାଳି ପୁରା ସହର ବୁଲି ଟ୍ରୋକେଡାରୀ ଗାର୍ଡ଼େନ ପହଁଚିବା ପରେ ଆରମ୍ଭ ହେବ ଫାଇନାଲ୍ ଶୋ'। ଆଉ ଶୋ ଦେଖିବାକୁ ୩ ଲକ୍ଷରୁ ବି ଅଧିକ ଲୋକଙ୍କ ସମାଗମ ହେବା ସମ୍ଭାବନା।
ଅଲମ୍ପିକ ପ୍ୟାରେଡ଼ ଅଫ ନେସନ୍ସରେ ପ୍ରତିଥର ୫ଟି ସ୍ଥାନ ସ୍ଥିର ଥାଏ। ୧୮୯୬ରେ ମଡ଼ର୍ଣ୍ଣ ଅଲମ୍ପିକ୍ସର ଆରମ୍ଭ ୟୁନାନ ରୁ ହୋଇଥିବାରୁ ପ୍ୟାରେଡ଼ ଅଫ ନେସନ୍ସରେ ପ୍ରଥମ ସ୍ଥାନରେ ଗ୍ରୀସ୍ ରହିବ। ଏହାପରେ ଦ୍ବିତୀୟ ସ୍ଥାନରେ ଅଲମ୍ପିକର ରିଫ୍ୟୁଜି ଟିମ ରହିଥାଏ। ଭାରତର ଅଲମ୍ପିକ ଦଳ ୮୪ ନମ୍ବରରେ ରହିବ।
୧୧୭ ଜଣ ସଦସ୍ୟ ବିଶିଷ୍ଟ ଭାରତୀୟ ଅଲମ୍ପିକ ଦଳର ଫ୍ଲାଇଂ ବିଅରର ଷ୍ଟାର ସଟଲର୍ ପି ଭି ସିନ୍ଧୁ ଏବଂ ଟେବୁଲ ଟେନିସ୍ ଖେଳାଳି ଶରତ କମଳ ତ୍ରିରଙ୍ଗା ଧରି ଆଗରେ ଚାଲିବେ। ପି ଭି ସିନ୍ଧୁ ଭାରତୀୟ ଦଳର ଏକମାତ୍ର ମହିଳା ଖେଳାଳି ଯିଏକି ଦୁଇଥର ଅଲମ୍ପିକ ମେଡାଲ୍ ହାତେଇଛନ୍ତି। ଓପନିଙ୍ଗ ସେରିମନି ସ୍ଥାନୀୟ ସମୟ ୭ଟା ୩୦ ଏବଂ ଭାରତୀୟ ସମୟ ରାତି ୧୧ଟାରେ ଆରମ୍ଭ ହେବ।
ସେପଟେ ପ୍ୟାରିସ ଅଲିମ୍ପିକ୍ସରେ ଆରମ୍ଭରୁ ଭାରତୀୟ ମହିଳା ତୀରନ୍ଦାଜୀ ଦଳର କମାଲ ଦେଖିବାକୁ ମିଳିଛି । କ୍ୱାର୍ଟରରେ ପ୍ରବେଶ କରିଛି ଭାରତୀୟ ମହିଳା ତୀରନ୍ଦାଜୀ ଦଳ । ପ୍ରତିଯୋଗିତାରେ ଭାରତୀୟ ମହିଳା ଟିମ ରାଙ୍କିଙ୍ଗ ରାଉଣ୍ଡରେ ଦମଦାର ପ୍ରଦର୍ଶନ କରି ସିଧା କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ରାଙ୍କିଙ୍ଗ ରାଉଣ୍ଡରେ ଭାରତୀୟ ଦଳ ୪ର୍ଥ ସ୍ଥାନରେ ନିଜର ଅଭିଯାନ ଶେଷ କରିଛି। ଭାରତୀୟ ଦଳରେ ଡେବ୍ୟୁଡାଣ୍ଟ ଅଙ୍କିତା ଭକତ, ଭଜନ କୌର ଓ ଦୀପିକା କୁମାରୀ ମିଳିତ ଭାବେ ୧୯୮୩ ପଏଣ୍ଟ ହାସଲ କରି କ୍ୱାର୍ଟର ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର