ନବ ଦାସଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ
ରାଜ୍ୟରେ ଆଉ ଜଣଙ୍କ ମୁଣ୍ଡ ନେଲା କରୋନା

ଅର୍ଗସ ବ୍ୟୁରୋ : ରାଜ୍ୟରେ ଉଦବେଗଜନକ ଭାବେ ମାଡ଼ିଚାଲିଛି ମହାମାରୀ କରୋନା ଭୂତାଣୁ। ଆଜି ସକାଳେ 179 ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏବେ ଆଉ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ଖବର ମିଳିଛି। ଏହି ମୃତ ବ୍ୟକ୍ତ ଜଣଙ୍କ ହେଉଛନ୍ତି ପୁରୀ ଜିଲ୍ଲାର ଜଣେ 60 ବର୍ଷୀୟ ବୃଦ୍ଧ। କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତେବେ ଏହି କ୍ରମରେ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା 12କୁ ବୃଦ୍ଧି ପାଇଛି।
ସୂଚନାନୁଯାୟୀ, ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 4856ରେ ପହଞ୍ଚିଥିବା ବେଳେ 3297 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ରାଜ୍ୟରେ ଏଯାଏଁ 12 ଜଣ ମୃତ୍ୟୁବରଣ କଲେଣି। ସେପଟେ ରାଜ୍ୟରେ ଏବେ ସୁଦ୍ଧା 219774 ନମୁନା ପରୀକ୍ଷଣ ହୋଇଛି।
Download Argus News App
