କିନ୍ତୁ ପୌରଧ୍ୟକ୍ଷା ରାଧା ଭାତ୍ର ଏହି ପ୍ରଶ୍ନରେ ଉତକ୍ଷିପ୍ତ ହୋଇ GET OUT କହିବା ସହ ଅସଭ୍ୟ ଭାଷାରେ ଗାଳି କରିଥିଲେ ବୋଲି ଅଭିଯୋଗ ହୋଇଛି । ଏ ପ୍ରସଙ୍ଗରେ ଯଦି ବିଜୁ ଜନତା ଦଳର ଜିଲ୍ଲା ସଭାପତି ହସ୍ତକ୍ଷେପ ନ କରନ୍ତି ସେ ଦଳ ଛାଡ଼ିବାକୁ ଚେତାବନୀ ଦେଇଛନ୍ତି ।
ନବରଙ୍ଗପୁର: ପୌରାଧ୍ୟକ୍ଷଙ୍କ ଦୁର୍ବ୍ୟବହାରକୁ ନେଇ ତାତିଲେ କାଉନସିଲର ଓ ସାହି ବାସିନ୍ଦା । ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଦେଖିବାକୁ ମିଳିଛି ଏହି ଘଟଣା । ଗତ ୬ ତାରିଖରେ ପୌର ପରିଷଦର କାଉନସିଲର ବୈଠକ ଅନୁଷ୍ଠିତ କରାଯାଇଥିଲା । ଏହି ସଭା ଗୃହରେ ସମସ୍ତ କାଉନସିଲର ଓ ନିର୍ବାହୀ ଅଧିକାରୀ ଓ ଅନ୍ୟ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ୭ ନମ୍ବର ୱାର୍ଡର କାଉନସିଲର ନେତ୍ର ହରିଜନ ନିଜ ୱାର୍ଡର ଉନ୍ନୟନମୂଳକ କାର୍ଯ୍ୟ ସମ୍ପାଦନ କଣ ପାଇଁ କରାଯାଇଛି ବୋଲି ପ୍ରଶ୍ନ କରିଥିଲେ ।
କିନ୍ତୁ ପୌରଧ୍ୟକ୍ଷା ରାଧା ଭାତ୍ର ଏହି ପ୍ରଶ୍ନରେ ଉତକ୍ଷିପ୍ତ ହୋଇ GET OUT କହିବା ସହ ଅସଭ୍ୟ ଭାଷାରେ ଗାଳି କରିଥିଲେ ବୋଲି ଅଭିଯୋଗ ହୋଇଛି । ଏ ପ୍ରସଙ୍ଗରେ ଯଦି ବିଜୁ ଜନତା ଦଳର ଜିଲ୍ଲା ସଭାପତି ହସ୍ତକ୍ଷେପ ନ କରନ୍ତି ସେ ଦଳ ଛାଡ଼ିବାକୁ ଚେତାବନୀ ଦେଇଛନ୍ତି ।
ଅର୍ଗସ ବ୍ୟୁରୋ: ଚୀନର ଆଉ ଏକ ବଡ ଚନ୍ଦ୍ର ମିଶନ । ଚୀନ୍ ନିଜର ମହାକାଶଯାନକୁ ଚନ୍ଦ୍ରର ଅନ୍ଧକାର ପାର୍ଶ୍ବକୁ ପଠାଇବାକୁ ଯାଉଛି। ସେଠାରୁ ନମୁନା ସଂଗ୍ରହ କରିବା ପରେ ଏହି ମହାକାଶଯାନ ପୃଥିବୀକୁ ଫେରି ଆସିବ। ଏହି ମିଶନର ନାଁ ରଖାଯାଇଛି ଚାଙ୍ଗ୍ -6 । ଏହି ଯାନ ଚନ୍ଦ୍ରର ଅନ୍ଧକାର ପାର୍ଶ୍ବ ଅର୍ଥାତ୍ ପୃଥିବୀ ଠାରୁ ସବୁଠାରୁ ଦୂରରେ ଥିବା ଚନ୍ଦ୍ରପୃଷ୍ଠର ଭୌଗୋଳିକ ସ୍ଥିତି ଅନୁଧ୍ୟାନ କରିବ । ଏଥିସହ ସେଠାରୁ ବାଲି, ପଥର, ମାଟିର ନମୁନା ସଂଗ୍ରହ କରି ପୃଥିବୀ ପୃଷ୍ଠକୁ ଫେରିବ।
ପୂର୍ବରୁ ବିଭିନ୍ନ ଦେଶ ପକ୍ଷରୁ ଚନ୍ଦ୍ର ପୃଷ୍ଠରୁ ନମୁନା ସଂଗ୍ରହ କରାଯାଇଛି । କିନ୍ତୁ ଚୀନ ପକ୍ଷରୁ ପ୍ରଥମ ଥର ପାଇଁ ଚନ୍ଦ୍ରର ଅନ୍ଧକାର ପାର୍ଶ୍ବରୁ ନମୁନା ସଂଗ୍ରହ କରିବାକୁ ମିଶନ କରାଯାଇଛି।
ଅଧିକ ପଢ଼ନ୍ତୁ ବିଦେଶ ଖବର