ଭୁବନେଶ୍ୱର: କୋରନା ମୁକାବିଲା ଲାଗି ଲୋକସେବା ଭବନରେ ଖୋଲା ଯାଇଛି କୋଭିଡ଼-19 ବା ମଲ୍ଟି ଡିପାର୍ଟମେଣ୍ଟାଲ କଲ ସେଣ୍ଟର । ଏହି କଲ ସେଣ୍ଟର କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ପ୍ରବାସୀ ଓଡ଼ିଆ ସମସ୍ୟା ସମାଧାନ 20 ଲାଇନ ବିଶିଷ୍ଟ କଲ ସେଣ୍ଟର ଖୋଲା ଯାଇଥିବା ସେ କହିଛନ୍ତି । ପୂର୍ବରୁ 843 କଲ ମିଳିଥିବା ବେଳେ କଲ ସେଣ୍ଟର ହେବା ପରେ 1860 କଲ ମିଳିଛି ବୋଲି କହିଛନ୍ତି ଅସିତ ।
ରାଜ୍ୟ ବାହାରେ ଫସି ରହିଛନ୍ତି ଲକ୍ଷାଧିକ ଲୋକ । 5 ଟି ରାଜ୍ୟରୁ ଅଧିକ ଫୋନ କଲ ଆସୁଛି । ତାମିଲନାଡୁ, କର୍ଣ୍ଣାଟକ, ତେଲେଙ୍ଗାନା, ଗୁଜୁରାଟ ଓ ମହାରାଷ୍ଟ୍ରରୁ ଫୋନ ଆସୁଛି । ବିଶେଷ ଭାବେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଗଞ୍ଜାମ ଓ ଯାଜପୁର ଜିଲ୍ଲାର ଲୋକ ଫସିକି ଅଛନ୍ତି । 15 ହଜାରରୁ ଅଧିକ ଅନ୍ୟ ରାଜ୍ୟର ଲୋକ ଓଡ଼ିଶାରେ ଫସିକି ଅଛନ୍ତି । ସେମାନଙ୍କ ଖାଇବା ବ୍ୟବସ୍ଥା ରାଜ୍ୟ ସରକାର କରିଛନ୍ତି ।
ବିଭିନ୍ନ ରାଜ୍ୟରୁ ଅନେକ ଲୋକ ନିଜ ରାଜ୍ୟକୁ ଫେରିବାକୁ ଚାହୁଁଛନ୍ତି । କେନ୍ଦ୍ର ସରକାରଙ୍କ ନିର୍ଦେଶନାମା ଅନୁସାରେ କୌଣସି ଲୋକ ଏହି ଲକଡାଉନ ସମୟରେ ବାହାରକୁ ଯାଇପାରିବେ ନାହିଁ । ତେଣୁ ଯେଉଁ ଲୋକମାନେ ଯେଉଁ ରାଜ୍ୟରେ ଫସିଛନ୍ତି, ସେମାନେ ସେହି ରାଜ୍ୟରେ ହିଁ ରହିବେ । ସେହି ରାଜ୍ୟର ସରକାର ଏହି ଲୋକଙ୍କ ଖାଦ୍ୟ ରହିବା ବନ୍ଦୋବସ୍ତ କରିବେ । ଗୃହ ସଚିବ ସଞ୍ଜୀବ ଚୋପ୍ରା, ଓଏସଡି (କୋଭିଡ଼-19) ଵିଶାଲ ଦେବ ସହ କଣ୍ଟ୍ରୋଲ ରୁମ ଦାଇତ୍ୱରେ ଥିବା ଅମିତାଭ ଠାକୁର, ରାଜେଶ କୁମାର, ସାର୍ଥକ ଷଡଙ୍ଗୀ ଉପସ୍ଥିତ ଥିଲେ ସମୀକ୍ଷା ସମୟରେ ଉପସ୍ଥିତ ଥିଲେ ।
