ଏହାସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପଭୋକ୍ତାଙ୍କୁ ତୈଳ ଓ ଗ୍ୟାସ ବିତରଣ ଭଳି ଅତ୍ୟାବଶ୍ୟକ ସେବା ଯୋଗାଉଥିବା କୋଭିଡ୍ ଯୋଦ୍ଧା ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଟିକାକରଣରେ ସାମିଲ କରିବା ଉଦ୍ଦେଶ୍ୟରେ ଭୁବନେଶ୍ୱରଠାରେ IndianOilcl ଏବଂ ଆପୋଲ ହସ୍ପିଟାଲରେ ୭ ଦିନିଆ ‘କୋଭିଡ୍-୧୯ ଟିକାକରଣ ଅଭିଯାନ’ର ଶୁଭାରମ୍ଭ କରିଛନ୍ତି ।
IndianOilclର କୋଭିଡ୍ ଯୋଦ୍ଧାମାନଙ୍କ ପାଇଁ ଆରମ୍ଭ ହୋଇଥିବା ଏହି ମେଗା ଭ୍ୟାକ୍ସିନେସନ ଡ୍ରାଇଭରେ ଏହି କମ୍ପାନୀର ପେଟ୍ରୋଲ ପମ୍ପ ଗ୍ରାହକ ଆଟେଣ୍ଡାଣ୍ଟ, ଏଲପିଜି ଏବଂ ପେଟ୍ରୋଲ ବିତରକ, ତୈଳ ଟ୍ୟାଙ୍କର ପରିବହନ କରୁଥିବା ଚାଳକ ଭାଇ, ଅନ୍ୟାନ୍ୟ କର୍ମଚାରୀ ତଥା ସେମାନଙ୍କ ପରିବାର ସଦସ୍ୟଙ୍କୁ ମାଗଣାରେ ଟିକା ଲଗାଯିବ ବୋଲି ସୂଚନା କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ଉପଭୋକ୍ତାଙ୍କୁ ତୈଳ ଓ ଗ୍ୟାସ ବିତରଣ ଭଳି ଅତ୍ୟାବଶ୍ୟକ ସେବା ଯୋଗାଉଥିବା କୋଭିଡ୍ ଯୋଦ୍ଧା ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଟିକାକରଣରେ ସାମିଲ କରିବା ଉଦ୍ଦେଶ୍ୟରେ ଭୁବନେଶ୍ୱର ଠାରେ @IndianOilcl ଏବଂ @ApolloHospBBSR ସହଯୋଗରେ 7 ଦିନିଆ ‘କୋଭିଡ୍-19 ଟିକାକରଣ ଅଭିଯାନ’ର ଶୁଭାରମ୍ଭ କଲି । pic.twitter.com/QBZgatVDMS — Dharmendra Pradhan (@dpradhanbjp) June 2, 2021