ଏହି ଗାଁର ଚାଷୀ ଖଗପତି ମାଝୀ ଝାଳ ବୋହା ପରିଶ୍ରମ କରି ଜମିରେ ଭଲ ଧାନ ଚାଷ କରିଥିଲା ହେଲେ ଠିକ ଧାନ ଫଳିବା ବେଳକୁ ଅଜଣା ରୋଗର ଶିକାର ହେଲା ଫସଲ ଆଉ ବାରମ୍ବାର କୀଟ ନାଶକ ଔଷଧ ପ୍ରୟୋଗ ସତ୍ୱେ ଦେଖୁ ଦେଖୁ ସବୁ ଧାନ ଗଛ କୁ ଚରି ପାଳ କରିଦେଲା ଅଜଣା ପୋକ। ଆଉ ଉଜୁଡିଗଲା ପାଖା ପାଖି ଏକ ଏକର ଜମିରେ ହୋଇଥିବା ବର୍ଷଯାକର ଚାଷ। ଏବେ ଆତ୍ମହତ୍ୟା ଧମକ ଦେଇ କ୍ଷତି ପୁରଣ ଦେବାକୁ ସରକାରଙ୍କୁ ଦାବି କରୁଛନ୍ତି ଚାଷୀ।
ସେହିପରି ଫୁରୁସୁଣ୍ଡ ଗାଁର ଗୋବର୍ଦ୍ଧନ ସା ଙ୍କ ଉଜୁଡି ଯାଇଛି ଧାନ ଫସଲ। ରୋଗ ପୋକ ଲାଗିବା ପରେ ଫସଲ କୁ ବଞ୍ଚାଇବାକୁ ବହୁତ ଚେଷ୍ଟା କରିଥିଲେ ହେଲେ ପରିଶ୍ରମ ମାଟିରେ ମସିଗଲା । ସବୁ ଫସଲ ପାଳ ହୋଇ ମାଟିରେ ମିଶିଗଲା। ଧାର କରଜ ଆଣି ଚାଷ କରିଥିବା ଏହି ପରିବାର ର ମଧ୍ୟ ସମ୍ପୂର୍ଣ୍ଣ ଫସଲ ନଷ୍ଟ ହୋଇ ଯାଇଛି। ସିନାପାଲି ବ୍ଲକ ର ବିଭିନ୍ନ ଗାଁରେ ଏଭଳି ଅଜଣା ରୋଗ ପୋକରେ ଚାଷ କ୍ଷତି ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି। ସେପଟେ କ୍ଷେତ୍ର ପରିଦର୍ଶନ କରି ତଦନ୍ତ କରାଯାଇ ରିପୋର୍ଟ ପଠାଯିବ ବୋଲି ସିନାପାଲି ବ୍ଲକ କୃଷି ଅଧିକାରୀ ସୁଧାଂଶୁ ମେହେର କହିଛନ୍ତି।