ଅଧିକ ପଢନ୍ତୁ : ବାଲେଶ୍ବରରେ ଆଜି ୪ ଘଣ୍ଟା ପାଇଁ କୋହଳ ରହିବ କର୍ଫ୍ୟୁ
ସକାଳ ୭ରୁ ଦିନ ୧୧ଟା ପର୍ଯ୍ୟନ୍ତ କୋହଳ ରହିବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ । ତେବେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ସ୍କୁଲ, କଲେଜ, ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।
ବାଲେଶ୍ବର : ବାଲେଶ୍ବରରେ ସୁଧୁରୁଛି ସ୍ଥିତି । ସକାଳ 6ରୁ ଦିନ 12ଟା ଯାଏ କର୍ଫ୍ୟୁ କୋହଳ କରାଯାଇଛି । 6 ଘଣ୍ଟା ପାଇଁ ଖୋଲିଛି ଦୋକାନ, ବଜାର । ଏବେବି ବନ୍ଦ ରହିଛି ଇଣ୍ଟରନେଟ୍ ସେବା । ଗୋଷ୍ଠୀ ସଂଘର୍ଷ ଘଟଣାରେ ଗିରଫ ହେଲେଣି 45 ଜଣ । ଗତକାଲି ମଧ୍ୟ ୪ ଘଣ୍ଟା ପାଇଁ କୋହଳ ରହିଥିଲା କର୍ଫ୍ୟୁ ।
ଅଧିକ ପଢନ୍ତୁ : ବାଲେଶ୍ବରରେ ଆଜି ୪ ଘଣ୍ଟା ପାଇଁ କୋହଳ ରହିବ କର୍ଫ୍ୟୁ
ସକାଳ ୭ରୁ ଦିନ ୧୧ଟା ପର୍ଯ୍ୟନ୍ତ କୋହଳ ରହିବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ । ତେବେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ସ୍କୁଲ, କଲେଜ, ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅର୍ନ୍ତଗତ ତେତେଲଖୁଟି ଗ୍ରାମର ଜଣେ ୧୯ ବର୍ଷୀୟ ଝିଅ ସହିତ ପ୍ରେମ ଓ ପରେ ବିବାହ ପ୍ରତିଶ୍ରୁତି ଦେଇ ଯୌନ ଶୋଷଣ କରି ଛାଡ଼ି ଦେଇଥିବା ଅଭିଯୋଗ ହୋଇଛି । ପୀଡିତା ଝିଅ ଓ ତାଙ୍କ ସମ୍ପର୍କୀୟଙ୍କ ସୂଚନା ଅନୁସାରେ ଗତ ଜୁଲାଇ ମାସ ୨୬ ତାରିଖ ଦିନ ଚଦ୍ମ ନାମ ମିଥିଳା ସେହି ଗ୍ରାମର ଜସ୍ରାମ ବଞ୍ଛୋର୍ ନାମକ ଜଣେ ଯୁବକ ସହିତ ପ୍ରେମ ସମ୍ବନ୍ଧ ଓ ବିବାହ ପ୍ରତିଶ୍ରୁତି ଦେଇ ଝିଅକୁ ଆନ୍ଧ୍ର ପ୍ରଦେଶକୁ ନେଇ ଯାଇଥିଲା ।
ଝିଅକୁ ଘରେ ନ ପାଇ ପରିବାର ଲୋକେ ତୁରେକେଲା ଥାନାରେ ନିଖୋଜ ରିପୋର୍ଟ ଲେଖିଥିଲେ। ଯାହାକୁ ନେଇ ତୁରେକେଲା ଥାନାରେ କେସ ଦର୍ଜ୍ କରି ନିଖୋଜ ଝିଅର ଖୋଜ ଖବର ନିମନ୍ତେ ପୋଲିସ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଥିଲା । କିଛି ଦିନ ପରେ ଝିଅକୁ ସାଙ୍ଗରେ ଧରି ଜସ୍ରାମ ବଞ୍ଛୋର୍ ତା ଗାଁକୁ ଫେରି ତୁରେକେଲା ଥାନାରେ ଝିଅ ସହିତ ବିବାହ କରିବା ପାଇଁ ଲିଖିତ ରାଜି ନାମା ରେ ଦସ୍ତଖତ କରିଥିଲା । କିନ୍ତୁ ତା କିଛି ଦିନ ପରେ ଜସ୍ରାମ କୌଣସି ବାହାନା କରି ଝିଅକୁ ଛାଡି ଦେଇ ଫେରାର ହୋଇଯାଇଥିଲା ।
ପୀଡିତ ଝିଅ କହିବା ଅନୁସାରେ ବିବାହ ପ୍ରତିଶ୍ରୁତି ଦେଇ ଜସ୍ରାମ ବଞ୍ଛୋର୍ ଆନ୍ଧ୍ର ପ୍ରଦେଶକୁ ନେଇ ଗୋଟିଏ କୁକୁଡ଼ା ଫାର୍ମରେ ୧୮ ଦିନ ରଖି ତା ସହିତ ଶାରୀରିକ ସମ୍ପର୍କ ରଖିଥିଲା । କିନ୍ତୁ ଗାଁ କୁ ଆସି ନିଜ ମା, ବାପା ଓ ସମ୍ପର୍କୀୟ କଥା ଶୁଣି ସେ ତାକୁ ଛାଡି ଦେଇ ଫେରାର ମାରିଛି । କଣ୍ଟାବାଞ୍ଜି ଉପଖଣ୍ଡ ପୋଲିସ ଅଧିକାରୀ ଗୌରାଙ୍ଗ ସାହୁଙ୍କୁ ସମସ୍ତ କାଗଜ ପତ୍ର ସହିତ ଗୁହାରି କରିଥିଲେ ପୀଡ଼ିତା ଓ ତାଙ୍କ ପରିବାର ଲୋକେ । ନ୍ୟାୟ ଅପେକ୍ଷାରେ ପୀଡ଼ିତା ଅଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...