ପୋଲିସ ଉପରେ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର । ସୋସିଆଲ୍ ମିଡିଆରେ ବିବାଦୀୟ ପୋଷ୍ଟ ନ କରିବାକୁ ନିବେଦନ କରିଛନ୍ତି ଡିଆଇଜି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଭଦ୍ରକରେ ଉତ୍ତେଜନା । ଆଇନ ଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣ ପାଇଁ ମୁତୟନ ହୋଇଛନ୍ତି 10 ପ୍ଲାଟୁନ୍ ଫୋର୍ସ । ପୁରୁଣା ବଜାରରେ ଲାଗୁ ହୋଇଛି ବିଏନଏସଏସର ଧାରା 163 । ରାତିରେ ଫ୍ଲାଗ୍ ମାର୍ଚ୍ଚ କରିଛି ପୋଲିସ । ସୋସିଆଲ୍ ମିଡିଆ ପୋଷ୍ଟ ପରେ ଭଦ୍ରକରେ ସୃଷ୍ଟି ହୋଇଛି ଉତ୍ତେଜନାମୂଳକ ସ୍ଥିତି । ପୋଲିସ ଉପରେ ଆକ୍ରମଣ ସହ ପ୍ରଶାସନିକ ଅଧିକାରୀଙ୍କ ଗାଡ଼ି ଭାଙ୍ଗିଥିଲେ ଦୁର୍ବୃତ୍ତ । ପୋଲିସ ଉପରେ ଆକ୍ରମଣ ପରେ ପୁରୁଣା ବଜାର ଥାନାରେ ହୋଇଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ, ପୂର୍ବାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ, ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଏସପି ବରୁଣ ଗୁଣ୍ଟୁପାଲି, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ ମହାନ୍ତି ପ୍ରମୁଖ ବୈଠକରେ ସାମିଲ ହୋଇଥିଲେ ।
ପୋଲିସ ଉପରେ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର । ସୋସିଆଲ୍ ମିଡିଆରେ ବିବାଦୀୟ ପୋଷ୍ଟ ନ କରିବାକୁ ନିବେଦନ କରିଛନ୍ତି ଡିଆଇଜି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ରାଉରକେଲା: ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବିସ୍ଫୋରଣ । Sms 1 ରେ ଘଟିଛି ବିସ୍ପୋରଣ । ସକାଳ ୯ ସମୟରେ sms 1 ରେ ସେଡ଼ରେ ନିଆଁ ପିଣ୍ଡୁଳା ସଫେଇ ସମୟରେ ଘଟିଛି ବିସ୍ଫୋରଣ । ବିସ୍ଫୋରଣରେ 6 ଜଣ ଆହତ ମଧ୍ୟରୁ କେ.କେ ବାରିକଙ୍କୁ ପ୍ଲାଣ୍ଟ ଭିତରେ ପ୍ରାଥମିକ ଚିକିତ୍ସା କରି ଛାଢ଼ି ଦିଆଯାଇଛି । ଆଉ 5 ଜଣ ଗୁରୁତରଙ୍କୁ ଆଇ.ଜି.ଏଚର ବର୍ଣ୍ଣ ସେଣ୍ଟରରେ ଭର୍ତ୍ତି କରାଯାଇଛି । ଯାହାଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ଅଛି ।
Sms 1 ସେଡ଼ରେ ପ୍ରତ୍ୟେକ ଦିନ ଜମେ ନିଆଁ ପିଣ୍ଡୁଳା । ଆଉ ସେହି ନିଆଁ ପିଣ୍ଡୁଳା ପ୍ରତ୍ୟେକ ଦିନ ସଂଫା ହେବା ଆବଶ୍ୟକ ତାହା ମଧ୍ୟ ତଳେ ପାଣି ନଥିବା ଜରୁରୀ । କିନ୍ତୁ ଅନେକ ଦିନ ହେଲା ସଫା ନହେବା ଫଳରେ ତଳେ ପାଣି ଲିକ୍ କରି ଜମିବା ହେଉଛି ଦୁର୍ଘଟଣାର କାରଣ । ସେଡ଼ ସଫା ସମୟରେ ନିଆଁ ପିଣ୍ଡୁଳା ପାଣିରେ ପଡ଼ି ବିସ୍ପୋରଣ ହେବା ଯୋଗୁଁ ହିଁ ଦୁର୍ଘଟଣା ଘଟିଛି । ଫଳରେ 5 ଜଣ ଗୁରୁତର ହୋଇଛନ୍ତି ।
ଶ୍ରମିକ ସଂଗଠନ କହିଛି ଯେ ରାଉରକେଲା ଷ୍ଟିଲ ପ୍ଳାଣ୍ଟ କେବଳ ଉତ୍ପାଦନ ଉପରେ ଗୁରୁତ୍ୱ ଦେଉଥିବାବେଳେ ସୁରକ୍ଷା ପ୍ରତି ଗୁରୁତ୍ୱ ଦେଉନାହିଁ । ଫଳରେ ଏଭଳି ଦୁର୍ଘଟଣା ଘଟୁଛି ।
ଆହୁରି ପଢନ୍ତୁ ଓଡିଶା ଖବର...
ମାଲକାନଗିରି: ଦୁର୍ଗମରେ ଶିକ୍ଷାର ବିକଳ ଚିତ୍ର । ବିଦ୍ୟାଳୟରେ ପଡିଲା ତାଲା । ଛାତ୍ରଛାତ୍ରୀମାନେ ବାରଣ୍ଡାରେ ବସି ପଢିଲେ ପାଠ । ନାମକୁ ମାତ୍ର ପ୍ରଧାନଶିକ୍ଷକ । ଦିନେ ହେଲେ ମଧ୍ୟ ବିଦ୍ୟାଳୟରେ ପଡୁନି ତାଙ୍କ ପାଦ । ପିଲାଙ୍କୁ ପାଠ ପଢ଼େଇବା ବଦଳରେ ନିଜ ଦୋକାନରେ ପ୍ରଧାନଶିକ୍ଷକଙ୍କ ବିତୁଛି ସମୟ । ଅଭିଯୋଗ କଲେ ମିଳୁଛି ଧମକ । ଏ ବାବଦରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଉପରିସ୍ଥ ଅଧିକାରୀ ଏଥିପ୍ରତି ଗୁରୁତ୍ବ ଦେଉନାହାନ୍ତି ।
ଶେଷରେ ବାଧ୍ୟ ହୋଇ ଅଭିବାବକମାନେ ଗୁରୁଗୁଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପକେଇଲେ ତାଲା । ସମାଧାନ ନ ହେବା ପର୍ଯ୍ୟନ୍ତ ବିଦ୍ୟାଳୟରେ ପଡିବ ତାଲା ଅଭିବାବକ ଦେଲେ କଡା ଚେତାବନୀ ।
ଅଧିକ ପଢନ୍ତୁ ଓଡ଼ିଶା ଖବର