ଅର୍ଗସ ବ୍ୟୁରୋ: ପାକିସ୍ତାନର ମିଛବର୍ଷିଛି ଭାରତ।ଜାତିସଂଘ ମହାସଭାରେ ପାକ୍ ପ୍ରଧାନମନ୍ତ୍ରୀ ଶାହବାଜ୍ ଶରିଫ୍ ପୁଣି ବିଷ ଓଗାଳିଛନ୍ତି,ଦେଖିବାକୁ ମିଳିଛି ପାକିସ୍ତାନର କାଶ୍ମୀର ରାଗ । ଭାରତ କାଶ୍ମୀରରେ ଏକତରଫା ମନମାନୀ ଚଳାଇଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଜାତିସଂଘରେ ମିଛ ଅଭିଯୋଗ ଆଣିଛନ୍ତି । କଶ୍ମୀରର ଅବସ୍ଥା ଏବେ ପାଲେଷ୍ଟାଇନ ଭଳି । ଜମ୍ମୁ-କଶ୍ମୀରରେ ଭାରତ ସରକାର କ୍ଷମତା ଠାରୁ ଅଧିକ ସୈନ୍ୟ ବିସ୍ତାର କରିଛନ୍ତି । ଯାହାକୁ ପାକିସ୍ତାନ ବିରୋଧ କରୁଛି ବୋଲି ସେ କହିଛନ୍ତି । ପାକିସ୍ତାନ ଶାନ୍ତି ଚାହୁଁଥିବା କହିଛନ୍ତି ଶରିଫ୍, ଯାହା ସୈତାନର ବେଦପାଠ ଭଳି । ସେପଟେ ପାକିସ୍ତାନର ଏଭଳି ଦୋମୁହାଁ ଚରିତ୍ରକୁ କଡ଼ା ଜବାବ ଦେଇଛି ଭାରତ । ଭାରତ ପକ୍ଷରୁ ଜାତିସଂଘ ମହାସଭାରେ ଉପସ୍ଥିତ ଥିବା ପ୍ରତିନିଧି ଭାବିକା ମଙ୍ଗଳନନ୍ଦନ ପାକିସ୍ତାନ ଉପରେ ଧୁମ୍ ବର୍ଷିଛନ୍ତି । ସାରା ବିଶ୍ବ ଜାଣିଛି ଆତଙ୍କବାଦୀଙ୍କ କେନ୍ଦ୍ରସ୍ଥଳି କେଉଁଠି । ଆତଙ୍କୀ ଆଶ୍ରୟ ଦେଉଥିବା ଦେଶ କାଶ୍ମୀରକୁ ପାଲେଷ୍ଟାଇନ୍ ସହିତ ତୁଳନା କରିବା ହାସ୍ୟାସ୍ପଦ ବୋଲି ସେ କହିଛନ୍ତି । ଜମ୍ମୁ କଶ୍ମୀରର ବିଧାନସଭା ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ପାକିସ୍ତାନ ଏଇ ଖେଳ ଖେଳୁଥିବା କହିଛନ୍ତି ଭାବିକା
ରାଉରକେଲା: ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବିସ୍ଫୋରଣ । Sms 1 ରେ ଘଟିଛି ବିସ୍ପୋରଣ । ସକାଳ ୯ ସମୟରେ sms 1 ରେ ସେଡ଼ରେ ନିଆଁ ପିଣ୍ଡୁଳା ସଫେଇ ସମୟରେ ଘଟିଛି ବିସ୍ଫୋରଣ । ବିସ୍ଫୋରଣରେ 6 ଜଣ ଆହତ ମଧ୍ୟରୁ କେ.କେ ବାରିକଙ୍କୁ ପ୍ଲାଣ୍ଟ ଭିତରେ ପ୍ରାଥମିକ ଚିକିତ୍ସା କରି ଛାଢ଼ି ଦିଆଯାଇଛି । ଆଉ 5 ଜଣ ଗୁରୁତରଙ୍କୁ ଆଇ.ଜି.ଏଚର ବର୍ଣ୍ଣ ସେଣ୍ଟରରେ ଭର୍ତ୍ତି କରାଯାଇଛି । ଯାହାଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ଅଛି ।
Sms 1 ସେଡ଼ରେ ପ୍ରତ୍ୟେକ ଦିନ ଜମେ ନିଆଁ ପିଣ୍ଡୁଳା । ଆଉ ସେହି ନିଆଁ ପିଣ୍ଡୁଳା ପ୍ରତ୍ୟେକ ଦିନ ସଂଫା ହେବା ଆବଶ୍ୟକ ତାହା ମଧ୍ୟ ତଳେ ପାଣି ନଥିବା ଜରୁରୀ । କିନ୍ତୁ ଅନେକ ଦିନ ହେଲା ସଫା ନହେବା ଫଳରେ ତଳେ ପାଣି ଲିକ୍ କରି ଜମିବା ହେଉଛି ଦୁର୍ଘଟଣାର କାରଣ । ସେଡ଼ ସଫା ସମୟରେ ନିଆଁ ପିଣ୍ଡୁଳା ପାଣିରେ ପଡ଼ି ବିସ୍ପୋରଣ ହେବା ଯୋଗୁଁ ହିଁ ଦୁର୍ଘଟଣା ଘଟିଛି । ଫଳରେ 5 ଜଣ ଗୁରୁତର ହୋଇଛନ୍ତି ।
ଶ୍ରମିକ ସଂଗଠନ କହିଛି ଯେ ରାଉରକେଲା ଷ୍ଟିଲ ପ୍ଳାଣ୍ଟ କେବଳ ଉତ୍ପାଦନ ଉପରେ ଗୁରୁତ୍ୱ ଦେଉଥିବାବେଳେ ସୁରକ୍ଷା ପ୍ରତି ଗୁରୁତ୍ୱ ଦେଉନାହିଁ । ଫଳରେ ଏଭଳି ଦୁର୍ଘଟଣା ଘଟୁଛି ।
ଆହୁରି ପଢନ୍ତୁ ଓଡିଶା ଖବର...
ମାଲକାନଗିରି: ଦୁର୍ଗମରେ ଶିକ୍ଷାର ବିକଳ ଚିତ୍ର । ବିଦ୍ୟାଳୟରେ ପଡିଲା ତାଲା । ଛାତ୍ରଛାତ୍ରୀମାନେ ବାରଣ୍ଡାରେ ବସି ପଢିଲେ ପାଠ । ନାମକୁ ମାତ୍ର ପ୍ରଧାନଶିକ୍ଷକ । ଦିନେ ହେଲେ ମଧ୍ୟ ବିଦ୍ୟାଳୟରେ ପଡୁନି ତାଙ୍କ ପାଦ । ପିଲାଙ୍କୁ ପାଠ ପଢ଼େଇବା ବଦଳରେ ନିଜ ଦୋକାନରେ ପ୍ରଧାନଶିକ୍ଷକଙ୍କ ବିତୁଛି ସମୟ । ଅଭିଯୋଗ କଲେ ମିଳୁଛି ଧମକ । ଏ ବାବଦରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଉପରିସ୍ଥ ଅଧିକାରୀ ଏଥିପ୍ରତି ଗୁରୁତ୍ବ ଦେଉନାହାନ୍ତି ।
ଶେଷରେ ବାଧ୍ୟ ହୋଇ ଅଭିବାବକମାନେ ଗୁରୁଗୁଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପକେଇଲେ ତାଲା । ସମାଧାନ ନ ହେବା ପର୍ଯ୍ୟନ୍ତ ବିଦ୍ୟାଳୟରେ ପଡିବ ତାଲା ଅଭିବାବକ ଦେଲେ କଡା ଚେତାବନୀ ।
ଅଧିକ ପଢନ୍ତୁ ଓଡ଼ିଶା ଖବର