ଅର୍ଗସ ବ୍ୟୁରୋ : ସ୍ଵାଧୀନତା ସଂଗ୍ରାମୀଙ୍କ ସ୍ମୃତି ପାଲଟିଛି ଅସାମାଜିକଙ୍କ ଆଡ୍ଡା । ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇ ସ୍ଵାଧୀନତା ସଂଗ୍ରାମୀଙ୍କୁ ଅସମ୍ମାନ କରିଛି କଟକ ମହାନଗର ନିଗମ ଓ କଟକ ଉନ୍ନୟନ କର୍ତ୍ତୃପକ୍ଷ । ୨୦୧୦ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରମକଳରେ ସ୍ଵାଧୀନତା ସଂଗ୍ରାମୀ ସ୍ମୃତି ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଯିବା ସତ୍ତ୍ଵେ ତାହା ଏବେ ବି ଅବହେଳିତ ଅବସ୍ଥାରେ ପଡ଼ିଛି । କଟକ ଦରଘା ବଜାର ନିକଟରେ ଥିବା ପୁରୁଣା ଜେଲରରେ ଦେଖିବାକୁ ମିଳିଛି । ସେହି ଜେଲ୍ରେ ଯେଉଁଠି ସ୍ଵାଧୀନତା ସଂଗ୍ରାମୀ ପାଇଁ ଲଢ଼ୁଥିବା ବାନର ସେନାଙ୍କୁ ବନ୍ଦୀ କରି ରଖିଥିଲେ ବ୍ରିଟିଶ ସରକାର । କେବଳ ଏତିକି ନୁହେଁ ଏହି ଜେଲର ୧୫ ନମ୍ବର ସେଲ୍ରେ ମହାତ୍ମା ଗାନ୍ଧୀଙ୍କୁ ମଧ୍ୟ ବନ୍ଦୀ କରି ରଖାଯାଇଥିଲା । ହେଲେ କଟକ ମହାନଗର ନିଗମ ଓ କଟକ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଉଦାସୀନତା ଯୋଗୁଁ ଆଜି ବି ଅବହେଳିତ ଅବସ୍ଥାରେ ପଡ଼ି ରହିଛି ସ୍ଵାଧୀନତା ସଂଗ୍ରାମୀଙ୍କ ଏହି ସ୍ମୃତି । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ଆସନ୍ତା ବର୍ଷ ଜାନୁଆରୀ ୨୩ରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଥିବା ବେଳେ, ପୁରୁଣା ଜେଲ୍ ଏବଂ ଐତିହାସିକ ଗଙ୍ଗା ମନ୍ଦିର ପୋଖରୀ ସ୍ଥିତି ଅନୁଧ୍ୟାନ କରିଛନ୍ତି କଟକ ସାଂସଦ, କଟକ ଜିଲ୍ଲା ଉନ୍ନୟନ କର୍ତୃପକ୍ଷ ଓ କଟକ ମହାନଗର ନିଗମ କମିଶନର । ପୁରୁଣା ଜେଲରେ ଥିବା ସ୍ଵାଧୀନତା ସଂଗ୍ରାମୀଙ୍କ ସ୍ମୃତି, ଗଙ୍ଗା ମନ୍ଦିର ପୋଖରୀ ଓ ନେତାଜୀ ସେବା ସଦନର ଉନ୍ନତିକରଣ ପାଇଁ ମାଷ୍ଟର ପ୍ଲାନ୍ ତିଆରି କରାଯାଇଛି ବୋଲି କଟକ ସାଂସଦ କହିଛନ୍ତି ।