କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଓଷଙ୍ଗ ପଞ୍ଚାୟତର ବଇଁଚୁଆ ଗ୍ରାମରେ ପ୍ରାୟ 100ରୁ ଉର୍ଦ୍ଧ୍ୱ ପରିବାର କେବଳ ବିଭିନ୍ନ ଦଉଡି ତିଆରି କରିଥାନ୍ତି l ପ୍ଲାଷ୍ଟିକ ଦଉଡି, ଝୋଟରୁ ପ୍ରସ୍ତୁତ ଦଉଡି, ଶିକା, ବିଭିନ୍ନ ପ୍ରକାରର ରଶି ପ୍ରସ୍ତୁତ ହୋଇଥାଏ ଏହି ଗ୍ରାମରେ।
ଏମାନେ ଲଳିତା ଚାଷ କରି ଝୋଟ ପ୍ରସ୍ତୁତ କରିଥାନ୍ତି l ତା ପରେ ଝୋଟରୁ ଦଉଡି ତିଆରି କରି ପାଖାପାଖି ସହରରୁ ବେପାରି ଆସି ନେଇଥାନ୍ତି । ଯେମିତି କି ଭୁବନେଶ୍ୱର ପୁରୀ ଜଗତସିଂହପୁର କେନ୍ଦ୍ରାପଡ଼ା ଭଳି ସହରରୁ ବେପାରୀ ଆସି ଦଉଡି ନେଇଥାନ୍ତି l ପ୍ରାୟ ଏହି ଦଉଡି ତିଆରି କରି ଗୋଟେ ସିଜିନରେ 30ରୁ 40ହଜାର ଟଙ୍କା ରୋଜଗାର କରିଥାନ୍ତି ଏମାନେ l
ଏ ଗ୍ରାମରେ ସମସ୍ତେ ବର୍ଷ ତମାମ ଏହି ଦଉଡି ତିଆରି କରି ପରିବାର ପ୍ରତିପୋଷଣ କରିଥାନ୍ତି । ଏମାନଙ୍କ ଉପରେ କେବେ ସରକାରଙ୍କ ଆଖି ପଡ଼ିନାହିଁ । କିଏ ଘର ପିଣ୍ଡାରେ ବସି ତିଆରି କରିଥାଏ ତ କିଏ ବାରି ପଛ ପଟେ । ଯେତେବେଳେ ଟିକେ ଘର କାମ ଫୁରସତ ମିଳେ ସାଙ୍ଗେ ସାଙ୍ଗେ ଏହି ଦଉଡି ତିଆରି କରିବାରେ ଲାଗି ପଡ଼ନ୍ତି ଘରର ସବୁ ସଦସ୍ୟ ମାନେ l କିନ୍ତୁ ସରକାର ବିଭିନ୍ନ ଯୋଜନା ରେ ବହୁ ଲୋକଙ୍କୁ ସାହାଯ୍ୟ କରୁଛନ୍ତି । କିନ୍ତୁ ଏହି ବଇଁଚୁଆ ଗ୍ରାମ ଉପରେ ସରକାରଙ୍କ ନଜର ପଡୁନି । ଯଦି ସରକାରଙ୍କ ନଜର ପଡନ୍ତା ଏହି ଗ୍ରାମ ଉପରେ, ତାହାଲେ ଲୋକମାନେ କିଛି ସରକାରୀ ସାହାଯ୍ୟ ପାଇପାରନ୍ତେ । ଯାହାଫଳରେ ଆଉ ଟିକେ ଅଧିକ ଦୁଇ ପଇସା ରୋଜଗାର କରି ତାଙ୍କ ଗୁଜୁରାଣ ମେଣ୍ଟେଇ ପାରନ୍ତେ।
ଆହୁରି ପଢନ୍ତୁ ଓଡିଶା ଖବର...