ଚଳିତ ବର୍ଷ ବାଲିଯାତ୍ରାରେ ମନ ମୋହୁଛି ପ୍ଲାଷ୍ଟିକ ଫୁଲ । ଦୂରରୁ ସତସତିକା ଲାଗୁଥିଲେ ମଧ୍ୟ କିନ୍ତୁ ଏ ହେଉଛି ପ୍ଲାଷ୍ଟିକ ଫୁଲ । ପାଲଷ୍ଟିକ ଫୁଲ କିଣିବାରେ ଲାଗିଛି ଗ୍ରାହକଙ୍କ ଭିଡ଼ । ଚଳିକ ବର୍ଷ ବାଲିଯାତ୍ରାରେ ଦେଖିବାକୁ ମିଳୁଛୁ ନାନା ପ୍ରକାରର ରଙ୍ଗ ବେରଙ୍ଗର ପ୍ଲାଷ୍ଟି ଫୁଲର ପସରା । ମୁମ୍ୱାଇ ଓ କୋଲକାତାରୁ ଆସିଥିବା ଭଳିକ ଭଳି ପ୍ଲାଷ୍ଟିକ୍ ଗୋଲାପ ସାଙ୍ଗକୁ, ଟ୍ୟୁଲିପ, ଡାଲିଆ ଓ ସୂର୍ଯ୍ୟମୁଖୀ ଭଳି ଫୁଲ ଦର୍ଶକଙ୍କ ମନ ମୋହୁଛି । ଦୂରରୁ ସତସତିକା ଲାଗୁଥିଲେ ମଧ୍ୟ ଏହି ପ୍ଲାଷ୍ଟିକ ଫୁଲର ଚାହିଦା ଏବେ ବାଲିଯାତ୍ରାରେ ବେଶ ଅଧିକ ରହିଛି ।
ଯିଏ ବି ବୁଲି ଆସୁଛି, ଏଠାରେ କିଛି ସମୟ ଠିଆ ହୋଇଯାଉଛି । ବାଲିଯାତ୍ରା ବୁଲିବା ସହ ଏହି ଷ୍ଟଲରୁ ଦେଖେଣା ହାରି ମାନେ ଫୁଲ ସହ ସେଲ୍ଫି ନେବା ସହ ଫୁଲ ସୌନ୍ଦର୍ଯ୍ୟକୁ ମନ ଭରି ଉପଭୋଗ କରୁଛନ୍ତି ଦର୍ଶକ । କିଛି ଦର୍ଶକ କୁହନ୍ତି ଫୁଲ ପ୍ରତି ସମସ୍ତ ଲୋକଙ୍କ ଦୁର୍ବଳତା ରହିଛି । ଏହି ଫୁଲ ଗୁଡିକ ଏତେ ସତେଜ ଓ ପ୍ରାକୃତିକ ଦିଶୁଛି ଯେ ଦୂରରୁ ଦେଖିଲେ ମନରେ ଅସଲି ଫୁଲର ଭ୍ରମ ସୃଷ୍ଟି କରୁଛି । ଦର୍ଶକ ମାନେ ଫୁଲକୁ ହାତମାରି ଦେଖିବା ସହ ଏହାକୁ ନେଇ ନିଜ ଘରକୁ ସଜାଇବା ପାଇଁ ପ୍ରାଥମିକତା ଦେଉଛନ୍ତି ।