ଅଧିକ ପଢନ୍ତୁ: ପ୍ରଶାସନ ଠାରୁ ଧୋକ୍କା ଖାଇବା ପରେ ଗ୍ରାମବାସୀ ତିଆରି କଲେ ରାସ୍ତା
ମୋଟ ୫ଶହ ରୁ ଉର୍ଦ୍ଧ୍ବ ଷ୍ଟଲ ଏହି ମେଳାରେ ଖୋଲିବ, ବେଶେଷ କରି ଚଳିତ ବର୍ଷ ୧୦ ଟି ଦେଶ ଏବଂ 22 ଟି ରାଜ୍ୟର ଉଦ୍ୟଗି ମାନେ ଏହି ମେଳାରେ ଅଂଶଗ୍ରହଣ କରିବେ । ଆଫଗାନିସ୍ତାନ, ଥାଇଲାଣ୍ଡ,ବାଂଲାଦେଶ, ମଲେଏସିଆ, ଦୁବାଇ, ଇରାନ ତୁର୍କୀ, ଦେଶ ଭାଗ ନେଇଥିବା ବେଳେ ଉତ୍ତର ପ୍ରଦେଶ, ହରିଆଣା, ରାଜସ୍ଥାନ, ବିହାର, ପଶ୍ଚିମବଙ୍ଗ, ମଣିପୁର, ଆସାମ, ଜମ୍ମୁ କାଶ୍ମୀର ଆଦି ରାଜ୍ୟରୁ ବ୍ୟବସାୟୀମାନେ ସେମାନଙ୍କ ରାଜ୍ୟର କାରିଗର ମାନଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ହସ୍ତଶିଳ୍ପ ଓ ହସ୍ତତନ୍ତ ସାମଗ୍ରୀ ଏଠାରେ ପ୍ରଦର୍ଶନ ଓ ବିକ୍ରୟ କରିବେ।
ତାହା ସହିତ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ମଧ୍ୟ ଏସଏସଜି ଏବଂ ବ୍ୟବସାୟୀ ଅଂଶଗ୍ରହଣ କରିବେ । ଏସବୁ ସହିତ କଟକ ବୈଶାଖୀ ବାଣିଜ୍ୟ ମେଳା ପରିସରରେ ଥିବା ମଞ୍ଚରେ ପ୍ରତି ସନ୍ଧ୍ୟାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଉଦୀୟମାନ ଓ ପ୍ରତିଷ୍ଠିତ କଳାକାରମାନେ ସେମାନଙ୍କର ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିବେ । ୧୮ ବର୍ଷ ଧରି ଏହି ବୈଶାଖୀ ମେଳା ଆୟୋଜନ ହୋଇ ଆସୁଛି ।