ଘରକୁ ଘର ବୁଲି ଦୋଳ ମହୋତ୍ସବ ପାଳନ କରିଥା'ନ୍ତି । ପୁନେଇଁ ଦିନ ବିଭିନ୍ନ ଗାଁରୁ ଆସିଥିବା ବିମାନମାନଙ୍କର ମନୋରମ ଶୋଭାଯାତ୍ରାକୁ ମେଲଣ କୁହାଯାଏ । ଆଉ କଟକ ସହରରେ ଚାଲିଛି ଦୋଳ ମେଳଣ । ଭାଇଚାରାର ସହର କଟକରେ ବାସ୍ତରୀ ମଠ ଆନୁକୂଲ୍ୟରେ ଆୟୋଜିତ ପୂର୍ଣ୍ଣ ଦୋଳ ଯାତ୍ରାରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ସୁନା ଦୋଳ । ବିଭିନ୍ନ ସାହିର 90ରୁ ଉର୍ଦ୍ଧ୍ବ ବିମାନ ଏକାଠି ହୋଇ ବାହାରିଥିଲେ ମେଳଣ ପଡିଆକୁ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ନାଚ ଗୀତର ତାଳେ ତାଳେ ଶ୍ରୀଜିଉମାନଙ୍କୁ ପୁରା ନଗର ପରିକ୍ରମା କରାଯାଇଥିଲା । ସବୁ ସମ୍ପ୍ରଦାୟର ଲୋକେ ସାମିଲ ହୋଇଥିଲେ ଏହି ଯାତ୍ରାରେ । କଟକ ସହର ପରିକ୍ରମା କରିସାରିବା ପରେ ବାସ୍ତରୀ ମଠ ପରିସରରେ ସମସ୍ତ ବିଭାନ ଏକତ୍ରିତ ହୋଇ ସଂକୀର୍ତ୍ତନ କରାଯାଇଥିଲା । ଆଜି ଦୋଳ ପୂର୍ଣ୍ଣିମା ଉତ୍ସବକୁ ଧୁମଧାମରେ ପାଳନ ହୋଇଥିବା ବେଳେ, ଆସନ୍ତାକାଲି ହୋଲି ପର୍ବ ପାଳିବା ପାଇଁ ଅପେକ୍ଷା କରିଛନ୍ତି କଟକ ବାସୀ ।