ଆଜି ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର,ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, କଟକ, ଖୋର୍ଦ୍ଧା ରେ ଭୀଷଣ ବର୍ଷା । କାଲିଠୁ ଆଭ୍ୟନ୍ତରୀଣ ଓଡିଶା ର ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେବଗଡ଼, ବୌଦ୍ଧ, ନୟାଗଡ଼ ଦେଇ ଅତିକ୍ରମ କରିବ ବାତ୍ୟାର ଅଂଶ । ୨୬ ତାରିଖରେ ଅବପାତ କିମ୍ବା ଲଘୁଚାପ ଭାବରେ ଦକ୍ଷିଣ ଓଡ଼ିଶାରେ ପହଞ୍ଚିବ । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଞ୍ଜାମ, ଗଜପତି, କଳାହାଣ୍ଡି, କନ୍ଧମାଳ ରେ ବି ବର୍ଷା ହେବ । ବାତ୍ୟା ଦାନା ଗତିପଥରେ ହେଉଛି ସାମାନ୍ୟ ପରିବର୍ତ୍ତନ । ଲ୍ୟଣ୍ଡଫଲ ପଏଣ୍ଟ ପରିବର୍ତ୍ତନ ହୋଇନଥିବା ବେଲେ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶା ମୁହାଁ ହେଉଛି ଦାନା।ବର୍ତମାନ ପାରାଦୀପଠାରୁ ୨୬୦ ଓ ଧାମରାଠାରୁ ୨୯୦ କିମି ଦକ୍ଷିଣ-ପୂର୍ବ ଦିଗରେ ଭୀଷଣ ବାତ୍ୟା ରହିଛି । ଘଣ୍ଟାପ୍ରତି ୧୨ କିମି ବେଗରେ ଆଗକୁ ମାଡି ଆସୁଛି । ଭିତରକନିକା ଓ ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟା ଦାନା’ । ଆଜି ମଧ୍ୟରାତ୍ରୀରୁ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହେବ।
ଅଧିକ ପଢ଼ନ୍ତୁ ଓଡିଶା ଖବର: