ଭିତରକନିକା-ଧାମରା ମଧ୍ୟରେ ଅତିକ୍ରମ କରିପାରେ ବାତ୍ୟା ଦାନା । କାଲି ରାତିରୁ ୨୫ ସକାଳ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା । ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୧୦୦ରୁ ୧୨୦ କିମି ରହିପାରେ । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ାରେ ପବନର ବେଗ ୧୨୦ କିମି ରହିବ ।
ଅର୍ଗସ ବ୍ୟୁରୋ: ଆସନ୍ତାକାଲି ସନ୍ଧ୍ୟା 5 ଟାରୁ 25 ତାରିଖ ସକାଳ 9ଟା ପର୍ଯ୍ୟନ୍ତ ଭୁବନେଶ୍ୱର ବିମାନ ଚଳାଚଳ ବନ୍ଦ । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଘଣ୍ଟାପ୍ରତି ୧୨ କିମି ବେଗରେ ଗତି କରୁଛି ବାତ୍ୟା 'ଦାନା' । ପାରାଦୀପ ଠାରୁ ୪୨୦ କିମି, ଧାମରାରୁ ୪୫୦ କିମି ଦୂରରେ ରହିଛି । ଉତ୍ତରପଶ୍ଚିମ ଆଡ଼କୁ ଗତି କରି ଆହୁରି ଘନୀଭୂତ ହେବ । କାଲି ସକାଳ ସୁଦ୍ଧା ଦ୍ଭୀଷଣ ବାତ୍ୟାର ରୂପ ନେବ 'ଦାନା' ।
ଭିତରକନିକା-ଧାମରା ମଧ୍ୟରେ ଅତିକ୍ରମ କରିପାରେ ବାତ୍ୟା ଦାନା । କାଲି ରାତିରୁ ୨୫ ସକାଳ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା । ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୧୦୦ରୁ ୧୨୦ କିମି ରହିପାରେ । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ାରେ ପବନର ବେଗ ୧୨୦ କିମି ରହିବ ।
ଅର୍ଗସ ବ୍ୟୁରୋ: ଧାମରା ଆଦାନୀ ପୋର୍ଟରେ ମନ୍ତ୍ରୀ ସୁରଜ୍ ସୂର୍ଯ୍ୟବଂଶୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ। ପୋର୍ଟ କର୍ତ୍ତୃପକ୍ଷଙ୍କ ସହ ଉପସ୍ଥିତ ଅଛନ୍ତି ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଜନ ପ୍ରତିନିଧି। ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀଙ୍କ ସହ ଉପସ୍ଥିତ ଅଛନ୍ତି ଜିଲ୍ଲା BJP ର ଯୁବ ନେତାଙ୍କ ସହ ସ୍ଥାନୀୟ ନେତୃମଣ୍ଡଳୀ।
IMD ର ଆକଳନ ଅନୁସାରେ ଧାମରା ଠୁ ଭିତର କନିକା ଭିତର ବାତ୍ୟା ଦାନା ଲ୍ୟାଣ୍ଡ ଫଲ୍ କରୁଥିବା ବେଳେ ଏହାର ଗୁରୁତ୍ଵକୁ ଆଖି ଆଗରେ ରଖି ଏହି ବୈଠକ ମନ୍ତ୍ରୀ ସୁରଜ୍ ସୂର୍ଯ୍ୟବଂଶୀ ଅଧ୍ୟକ୍ଷତାରେ ଆୟୋଜିତ ହେଇ ସମସ୍ତ ଶେଷ ପ୍ରସ୍ତୁତି ଓ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଇଥିବା ସୂଚନା ମିଳିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର