ସଠିକ ଢଙ୍ଗରେ ସମସ୍ତ ବ୍ୟବସ୍ଥା କରାଯାଇଛି । 10 ଲକ୍ଷ ଟାର୍ଗେଟ ରଖିଥିଲୁ କିନ୍ତୁ ପରବର୍ତ୍ତେ ସମୟରେ ଦିଗ ବଦଳିବାରୁ 3 ଲକ୍ଷ 62 ହଜାର ଲୋକଙ୍କୁ ସ୍ଥାନାନ୍ତରିତ ଲକ୍ଷ୍ୟ ରହିଥିଲା ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଶତ ପ୍ରତିଶତ ଲୋକଙ୍କୁ ସ୍ଥାନାନ୍ତରିତ ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦେଶ ଦିଆଯାଇଥିଲା । ସମସ୍ତ ଅଧିକାରୀ ସକ୍ରିୟ ଭାବେ କାମ କରି 5 ଲକ୍ଷ 84 ହଜାର 888 ଲୋକଙ୍କୁ ସ୍ଥାନନ୍ତରିତ କରାଯାଇଛି । ଏବେ ବି ଚାଲିଛି 4 ଲକ୍ଷ ପାର କରିପାରେ । 8383 ବାତ୍ୟା ଆଶ୍ରୟସ୍ଥଳ କରାଯାଇଛି । ଜିଲ୍ଲାରେ ଥିବା ମନ୍ତ୍ରୀ ବିଧାୟକ ଏବଂ ଅଧିକାରୀଙ୍କ ସହ ଆଲୋଚନା କରିଛି । ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ସହ ଆଲୋଚନା କରିଛି । କେନ୍ଦ୍ର ସରକାର ପ୍ରସ୍ତୁତ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।