ତେବେ ସମ୍ଭାବ୍ୟ ବାତ୍ୟା `ମୋଚା' କେଉଁଆଡେ ମୁହେଁଇବ ? ଓଡ଼ିଶାରେ ଏହାର କି ପ୍ରଭାବ ପଡିବ ? ସେ ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ । ଲଘୁଚାପ ସୃଷ୍ଟି ହେବା ପରେ ହିଁ ଏନେଇ ସ୍ପଷ୍ଟତା ଆସିବ ବେଲି କହିଛନ୍ତି ଆଇଏମଡି ଡିଜି । କିଛି ମଡେଲର ଆକଳନ ଅନୁସାରେ ବାତ୍ୟା ମିଆଁମାର ଓ ବାଂଲାଦେଶ ଆଡକୁ ମୁହାଁଇପାରେ । ସମ୍ଭାବ୍ୟ ବାତ୍ୟା ପାଇଁ ୧୮ଟି ଜିଲ୍ଲାକୁ ସତର୍କ କରାଯାଇଛି । ଅଗ୍ନିଶମ ବାହିନୀ, ଓଡ୍ରାଫ ଟିମକୁ ସଜାଗ କରାଯାଇଛି । ସେପଟେ ରାଜ୍ୟରେ କାଳବୈଶାଖୀର ପ୍ରଭାବ ଆଜିଠୁ ହ୍ରାସ ପାଇବା ସହ ପୁଣି ଗ୍ରୀଷ୍ମ ପ୍ରବାହ ବଢ଼ିବ । ତାପମାତ୍ରା ୩ ରୁ ୫ ଡିଗ୍ରୀ ଯାଏ ବୃଦ୍ଧି ପାଇବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ଆହୁରି ପଢନ୍ତୁ ଓଡିଶା ଖବର...