ଅଧିକ ଦେଖନ୍ତୁ :
ଅନୁଗୁଳ: ଟିଓ୍ୱେଲରୁ ବାହାରୁଛି ମାଟିଆ ପାଣି.. ସେଥିପାଇଁ ବିପଦସଙ୍କୁଳ ଭାବେ ଏକ ପଥର ଖୋଲରୁ ପାଣି ଆଣୁଛନ୍ତି ଲୋକେ। ଏ ଦୃଶ୍ୟ ହେଉଛି ଅନଗୁଳ ଜିଲ୍ଲା ପାଲଲହଡା ବ୍ଲକ ଇଶ୍ୱର ନଗର ପଂଚାୟତର ଇଶ୍ୱରନଗର ଗ୍ରାମର । ଯାହାକି ସମ୍ପୂର୍ଣ୍ଣ ଚକିତ କଲାଭଳି। ଗ୍ରାମରେ 4 ଶହରୁ ଉର୍ଦ୍ଧ୍ୱ ପରିବାର ବାସକରନ୍ତି। ଏଥିସହିତ ରେଙ୍ଗଲା ବିସ୍ତାପିତ ମଧ୍ୟ ଏଠାରେ ରହୁଛନ୍ତି। ହେଲେ ପାନୀୟ ଜଳ ନେଇ ଘୋର ସମସ୍ୟା। ଗାଁରେ ୪ଟି ଟିଓ୍ୱେଲ ହେଲେ ସବୁଥିରୁ ଲୌହ ଯୁକ୍ତ ପାଣି ।
ଗାଁର ସ୍ତ୍ରୀଲୋକ ଏବଂ ପିଲା ଛୁଆ ମାନେ ପିଇବା ପାଣି ପାଇଁ 2 କିଲୋମିଟର ଦୂର ଚାଲି ଚାଲି ଯାଇ ଚୁଆ ଖୋଳି ପିଇବା ପାଇଁ ପାଣି ସଂଗ୍ରହ କରିଥାନ୍ତି। ପ୍ରତ୍ୟେକ ପଂଚାୟତ ରେ ସରକାରଙ୍କ ଦ୍ଵାରା ବସୁଧା ଯୋଜନାରେ ପାନୀୟ ଜଳ ଯୋଗାଇ ଦିଆଯାଉଥିବା ବେଳେ ଈଶ୍ୱରନଗର ଗ୍ରାମରେ ସରକାର ଙ୍କ ଦ୍ଵାରା ମେଘା ଜଳ ଯୋଗାଣ ପ୍ରକଳ୍ପ ଜରିଆରେ ପାନୀୟ ଜଳ ଯୋଗାଇ ଦିଆଯାଇଛି। ଘର ଘର କୁ ପାଇପ ମଧ୍ୟ ବିଛା ଯାଇଛି। ହେଲେ 4 ବର୍ଷ ହେବ ସେଥିରୁ ପାଣି ମୁନ୍ଦେ ଆସୁନାହିଁ। ଫଳରେ ନାହିଁ ନଥିବା ଅସୁବିଧା ଭୋଗିବା ଶହ ସୁଦ୍ଧ ପାନୀୟ ଜଳ ପାଇବା ରୁ ବଂଚିତ ଅଛନ୍ତି ଲୋକେ l ଗାଁ ର ମହିଳା ମାନଙ୍କ କହିବା କଥା ଏ ବାବଦରେ ସରପଞ୍ଚ ଙ୍କ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ଓ ସ୍ଥାନୀୟ ବିଧାୟକ ଙ୍କ ଦୃଷ୍ଟି ଆକର୍ଷଣ କରି ଥିଲେ ସୁଦ୍ଧା କେହି ଶୁଣୁ ନାହାନ୍ତି। ନିର୍ବାଚନ ପରେ ନିର୍ବାଚନ ଯାଉଛି ଗାଁ କୁ ନେତା ଆସୁଛନ୍ତି ମିଥ୍ୟା ପ୍ରତି ସୃତି ଦେଇ ଚାଲି ଯାଉଛନ୍ତି। ଖରା ଆରମ୍ଭ ରୁ ତ ଜଳ କଷ୍ଟ ..ଆଗକୁ ଆହୁରି କେତେ କଷ୍ଟ ପାଇବୁ ବୋଲି କ୍ଷଭ ପ୍ରକାଶ କରିଛନ୍ତି ଗ୍ରାମବାସୀ l
ଅଧିକ ଦେଖନ୍ତୁ :
ଅର୍ଗସ ବ୍ୟୁରୋ: ନାମାଙ୍କଲ ଭରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରଥମେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କୁ ଦର୍ଶନ କରି ଏକ ବିରାଟ ଶୋଭାଯାତ୍ରାରେ ଜିଲ୍ଲାପାଳ ଅଫିସ ପହଁଚିବେ। ସେଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନାମାଙ୍କନ ଭରିବେ॥ ତେବେ ସାଙ୍ଗରେ ସମ୍ବଲପୁର ବିଧାୟକ ପ୍ରାର୍ଥୀ ଜୟନାରାୟଣ ମିଶ୍ର ଓ ରେଙ୍ଗାଲି ବିଧାୟକ ପ୍ରାର୍ଥୀ ନାଉରୀ ନାୟକ ମଧ୍ୟ ନାମାଙ୍କନ ଭରିବେ। ହଜାର ହଜାର କର୍ମୀ ଓ ସମର୍ଥକଙ୍କ ସହ ବାଜା ରୋଷଣୀ ନେଇ ଶୋଭାଯାତ୍ରାରେ ସହର ଭିତରେ ପରିକ୍ରମା ପରେ ଜିଲ୍ଲାପାଳ ଅଫିସ ପହଁଚିବେ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ୬୩ କିଲୋ ନକଲି ରୁପା ଜବତ। ଏହି ଘଟଣାରେ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ଜିଏସଟି ବିଭାଗ। ପଶ୍ଚିମବଙ୍ଗରୁ ଆସି ବିକୁଥିଲେ ନକଲି ରୁପା। ଯାହାକୁ ଧରିଲା ଜିଏସଟି ବିଭାଗ। ଧରିଲା ବାରିପଦା ଜିଏସଟି ବିଭାଗ। ଏହାସହ ଅଧିକ ତଦନ୍ତ ଜାରି ରଖିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ନୂଆଦିଲ୍ଲୀ: ରାମଲଲାଙ୍କ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦର୍ଶନ ପରେ ସେଠାରେ ସନ୍ଧ୍ୟା ସମୟରେ ସନ୍ଧ୍ୟା ଆଳତୀରେ ସାମିଲ ହୋଇଥିଲେ। ମନ୍ଦିର ଭିତରେ ଅଧିକ ସମୟ ଅତିବାହିତ କରିଥିଲେ ରାଷ୍ଟ୍ରପତି। ଏହା ପୂର୍ବରୁ ରାଷ୍ଟ୍ରପତି ହନୁମାନ ଗଢିରେ ଦର୍ଶନ ମଧ୍ୟ କରିଥିଲେ।
ସରୟୁ ନଦୀ ଆଳତୀରେ ମଧ୍ୟ ସାମିଲ ହୋଇଥିଲେ ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ଆନନ୍ଦୀ ବେନ ପଟେଲ ଏବଂ ୟୁପୀ ସରକାରର ମନ୍ତ୍ରୀ ସୂର୍ଯ୍ୟ ପ୍ରତାପ ଶାହୀ ଉପସ୍ଥିତ ଥିଲେ।
ଅଧିକ ପଢନ୍ତୁ ଭାରତ ଖବର