ଅର୍ଗସ ବ୍ୟୁରୋ : ବିକାଶ ନାଁରେ ବିନାଶ କରୁଛନ୍ତି ରାଜ୍ୟ ସରକାର । କେବଳ କଥାରେ, କାମରେ କିଛି କରେନି ବିଜୁ ଜନତା ଦଳ । ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ନବରଙ୍ଗପୁର ସାଂସଦ ପାର୍ଥୀ ତଥା ପୂର୍ବତନ ସାଂସଦ ବଳଭଦ୍ର ମାଝି ସାମ୍ବାଦିକ ସମ୍ମିଳନୀ କରି କିଛି ଏମିତି ଢଙ୍ଗରେ ବର୍ଷିଛନ୍ତି । ଏହାସହ, ବିଜେଡି ନେତା ଭି.କେ.ପାଣ୍ଡିଆନଙ୍କ ବିରୋଧରେ ଗର୍ଜିଛନ୍ତି । ଶାସକ ଦଳ ପାଇଁ ପ୍ରଚାରରେ ଆସି ଭି. କେ ପାଣ୍ଡିଆନ କେମିତି ଲୋକଙ୍କ ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।
ଖାଲି ଏତିକି ନୁହେଁ ବରଂ ଓଡ଼ିଶାରେ ବିଦ୍ୟୁତ ବଳକା ଥିବା ବେଳେ ଓଡ଼ିଶାର ବିଜୁଳି ତାମିଲନାଡୁରେ ଲୋକଙ୍କୁ କମ୍ ଦରରେ ଦିଆ ଯାଇଛି । ଏହାସହ କେତେ ଦିନ ସହିବା ପରିବର୍ତ୍ତନ କରିବା ନାରା ଦେଇଥିଲେ । ରାଜ୍ୟରେ ମୁଖ୍ୟମନ୍ତ୍ରୀ ନିରବ ଥିବା ବେଳେ ପ୍ରଶାସନିକ କଳ ସରକାର ପରିଚାଳନା କରୁଥିବା କହିଥିଲେ ।
ବିଜେଡି ବିରୋଧରେ ୬୦ ଫର୍ଦ୍ଦ ବିଶିଷ୍ଟ ଏକ ଚାର୍ଜସିଟ ନିର୍ବାଚନ ଅଧିକାରୀଙ୍କୁ ଦିଆଯାଇଥିବା କୁହାଯାଇଛି । ଏହା ଏହି ଚାର୍ଜସିଟ ପ୍ରତି ଗାଁ ଗାଁରେ ପହଞ୍ଚିବ ବୋଲି ମଧ୍ୟ କହିଛନ୍ତି । ଏହା ସହ ଏହି ଚାର୍ଜସିଟିରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ବ ଦିଆଯାଇଛି । ସେହିପରି ଚିଟଫଣ୍ଡ ଦୁର୍ନୀତି ଓ ମହିଳା ବିରୋଧୀ ହିଂସାକୁ ନେଇ ବିଜେପି ଶାସକ ଦଳ ବିଜେଡିକୁ ୨୫ଟି ପ୍ରଶ୍ନ ମଧ୍ୟ କରିଛନ୍ତି ।