ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପାରାଦୀପ ତୈଳ ବିଶୋଧନାଗାର ପାଖଦେଇ ଯାଇଥିବା ହଜାର ହଜାର ଝାଉଁ ଗଛକୁ କିଛି ଜମି ମାଫିଆ ରାତାରାତି କାଟି ଲୁଟ କରୁଥିବା ବେଳେ ସେହି ଝାଉଁ ଜଙ୍ଗଲ ମଧ୍ୟରେ ବସବାସ କରୁଥିବା ଏହି ହରିଣ ଓ ବିଭିନ୍ନ ପ୍ରଜାତି ର ବନ୍ୟପ୍ରାଣୀ ଏବେ ଜନବସତି ମୁହାଁ ହୋଇ ମୃତ୍ୟୁବରଣ କରୁଥିବା କୁହାଯାଉଛି । ହରିଣ ମାନେ ଏବେ ବିକ୍ଷିପ୍ତ ଭାବେ ଜଙ୍ଗଲ କଟାଯାଉଥିବା ଭୟରେ ଏଣେତେଣେ ଘୁରି ବୁଲୁଥିବା ବେଳେ କେତେବେଳେ ଶିକାରୀ ତ କେତେବେଳେ ବୁଲା କୁକୁରଙ୍କ ହାବୁଡରେ ପଡି ଜୀବନ ହରାଉଛନ୍ତି। ବେଳା ଥାଉ ଥାଉ ଏଥିପ୍ରତି ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।
ଅଧିକ ଓଡିଶା ଖବର ପଢନ୍ତୁ