ତେବେ ଉପକୂଳବର୍ତ୍ତି ଅଞ୍ଚଳରେ ଲୋପ ପାଇବାକୁ ବସିଲାଣି ହରିଣ । ଶିକାରୀ ମାନେ ବିଭିନ୍ନ ନୁଆ ଉପାୟ ଅବଲମ୍ବନ କରି ହରିଣମାନଙ୍କୁ ଅନାୟାସରେ ଶିକାର କରି ବହୁ ଅର୍ଥ ଉପାର୍ଜନ କରୁଛନ୍ତି । ଏପଟେ ଶିକାରୀମାନଙ୍କୁ ଧରିବାପାଇଁ ବନ ବିଭାଗ ପକ୍ଷରୁ କୈଣସି ଆଖି ଦୃଷ୍ଟିଆ ପଦକ୍ଷେପ ନିଆଯାଉନଥିବ ବେଳେ ଏହିଭଳି ଉପକୂଳବର୍ତ୍ତୀ ଅଞ୍ଚଳ ଜୀବଜନ୍ତୁ ମାନଙ୍କୁ ଶିକାରୀ ମାନେ ହତ୍ୟା କରି ଚାଲିଛନ୍ତି।
ଯଦିଓ ଏବେଠାରୁ ବନ ବିଭାଗ ଶିକାରୀ ମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବେ ଆଗାମୀ ଦିନରେ ଉପକୂଳବର୍ତ୍ତୀ ଅଞ୍ଚଳରୁ ପଶୁପକ୍ଷୀମାନେ ଲୋପପାଇଯିବେ ବୋଲି ସାଧାରଣ ଲୋକ ଅଭିଯୋଗ କରିଛନ୍ତି ।