ସେପଟେ ବିଜେଡିରେ ମାଳ ମାଳ ଆଶାୟୀଙ୍କ ଭିଡ । ପ୍ରାର୍ଥୀତ୍ଵରୁ ନେଇ ଦଳରେ ଆରମ୍ଭ ହୋଇଛି ଗୋଡ ଟଣା ପଲିଟିକ୍ସ । ମୁକ୍ତିକାନ୍ତ ଓ ରାଜେନ୍ଦ୍ରଙ୍କ ଗୋଷ୍ଠୀ ପରସ୍ପରକୁ ବିରୋଧ କରିବା ଆରମ୍ଭ କଲେଣି । ତେଣୁ ଚାନ୍ଦବାଲି ବିଧାୟକ ବ୍ୟମୋକେଶ ରାୟ ତିହିଡି ଅଞ୍ଚଳରୁ ଜଣେ ବିକଳ୍ପ ଚେହେରାକୁ ଆଣି ଧାମନଗରରେ ପ୍ରାର୍ଥୀ କରିବେ ବୋଲି ଚର୍ଚ୍ଚା ହେଉଛି । ସେପଟେ ପ୍ରାର୍ଥୀ ଚୟନ ନେଇ କଂଗ୍ରେସର ଘନ ଘନ ବୈଠକ ।
ନିର୍ବାଚନ କମିସନଙ୍କ ବିଜ୍ଞପ୍ତି ପରେ ଉଷ୍ଣ ହୋଇଛି ଧାମନଗର ରାଜନୀତି । ତେବେ ଏ ଯାଏଁ କୌଣସି ଦଳ ଘୋଷଣା କରିନାହାନ୍ତି ପ୍ରାର୍ଥୀଙ୍କ ନାଁ । ୨୪ ଫାଇନାଲ ପୂର୍ବରୁ ଧାମନଗର ଉପନିର୍ବାଚନ ସବୁ ଦଳ ପାଇଁ ସେମିଫାଇନାଲ ବୋଲି କୁହାଯାଉଛି । ୪ ଅକ୍ଟୋବର ସୁଦ୍ଧା ଯେଉଁମାନେ ଭୋଟର ଲିଷ୍ଟରେ ସାମିଲ ହେବା ପାଇଁ କିମ୍ବା ବାଦ ପାଇଁ ଆବେଦନ କରିଛନ୍ତି ସେମାନଙ୍କୁ ବିଚାରକୁ ନିଆଯିବ । କୋଭିଡ ସଂକ୍ରମିତ, ଦିବ୍ୟାଙ୍ଗ ଓ ବୟସ୍କ ଭୋଟରଙ୍କ ପାଇଁ ପୋଷ୍ଟଲ ବ୍ୟାଲଟ ବ୍ୟବସ୍ଥା ରହିଛି । ଘରେ ରହି ସେମାନେ ଭୋଟ ଦେଇପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି । ୫୦ ପ୍ରତିଶତ ମତଦାନ କେନ୍ଦ୍ରରେ ୱେବ କାଷ୍ଟିଂ କରାଯିବ ।
ରାଜନୀତି ଖବର ଆହୁରି ପଢନ୍ତୁ ।