ଏଥିରେ ଧାମନଗର ବିଧାୟକ ସୁରଜ୍ ସୂର୍ଯ୍ୟ ବଂଶୀ, ଭଦ୍ରକ ଜିଲ୍ଲା ସଭାପତି ହେମନ୍ତ ପାଢ଼ୀ , ବିଜେପି ନେତା ରଘୁନାଥ ପାତ୍ର, ସୀତାକାନ୍ତ ନାୟକ, ଦୁର୍ଗା ନାୟକ, ଶୁକଦେବ ମଲ୍ଲିକ, ସରୋଜ ନାୟକଙ୍କ ସମେତ ବିଜେପି ସମର୍ଥକ ଉପସ୍ଥିତ ଥିଲେ । ମୁଁ ଧାମନଗରର ବିଧାୟକ ନୁହେଁ, ସେବକ ଅଟେ । ତଳ ପାହାଚର ଲୋକଙ୍କ କଥା ବୁଝିବା ମୋର ପ୍ରଥମ କର୍ତ୍ତବ୍ୟ ବୋଲି ବିଧାୟକ ସୁର୍ଯ୍ୟ ବଂଶୀ ତାଙ୍କ ବକ୍ତବ୍ୟରେ କହିଛନ୍ତି । ପଞ୍ଚାୟତର ବିଭିନ୍ନ ଗାଁ ବୁଲି ଗ୍ରାମବାସୀଙ୍କୁ ବଧେଇ ଜଣାଇଛନ୍ତି । ଏହି ଅବସରରେ ବିଜେପି କର୍ମୀ ମାନଙ୍କ ପକ୍ଷରୁ ଏକ ବାଇକ୍ ଶୋଭାଯାତ୍ରା କରାଯାଇ ଥିଲା ।