ଆଜି ଏହି ସ୍ମୃତି ସଭାରେ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ କାହ୍ନୁଚରଣ ଲେଙ୍କା,ବରିଷ୍ଟ ଶ୍ରମିକ ନେତା କିଶୋର ଜେନା,ଓଡ଼ିଶା ପ୍ରଦେଶ କଂଗ୍ରେସ ର ମୁଖପାତ୍ର ମନୋରଞ୍ଜନ ଦାଶ ,ଉତ୍ତର ଭୁବନେଶ୍ୱର ବରିଷ୍ଟ କଂଗ୍ରେସ ନେତା ଅଶୋକ ଦାସ ,ସମାଜ ସେବୀ କେଦାର ନାଥ ଜେନା,ବଂଶୀଧର ଭୋଳ ,ସୁନାମଧନ୍ୟ ପାଲା ଗାୟକ ଯୁଧିଷ୍ଟିର ପରିଜା,ନଖରା ଗ୍ରାମ କମିଟି ର ସଭାପତି ସୁଦାମ ଚରଣ ସାହୁ, ଯୁବକ ସଂଘ ର ସଭାପତି ସୁବାସ ଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇ ତାଙ୍କର ସ୍ମୃତି ଚାରଣ ଓ ଗୁଣଗାନ କରିଥିଲେ।
ସ୍ଥାନୀୟ ବ୍ଲକ କଂଗ୍ରେସ ସଭାପତି ବ୍ରହ୍ମାନନ୍ଦ ସାହୁଙ୍କ ନେତୃତ୍ୱ ରେ ସମସ୍ତ କାର୍ଯ୍ୟ ସମ୍ପାଦନ କରାଯାଇଥିଲା ଏବଂ ଗ୍ରାମ କମିଟି ତରଫରୁ ମୁଖ୍ୟ ଅତିଥି ସୁରେଶ କୁମାର ରାଉତରାୟ ତାଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ।