ଚଳିତବର୍ଷ ନବରଙ୍ଗପୁର ଜିଲ୍ଲାର ୧୩ ଟି ଲ୍ୟାମ୍ପ,୨୫ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ୨ଟି ପାଣି ପଞ୍ଚାୟତ ମାଧ୍ୟମରେ ଜିଲ୍ଲାର ଚାଷୀମାନଙ୍କଠାରୁ ଧାନ କ୍ରୟ କରାଯିବ। ଚାଷୀମାନଙ୍କ ଠାରୁ ସୁରୁଖୁରୁରେ ଧାନ କ୍ରୟ କରିବା ପାଇଁ ଚାଷୀ ମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଜିଲ୍ଲାର ୧୦ ଟି ବ୍ଲକରେ ୫୮ ଗୋଟି ସ୍ଥାୟୀ ଓ ଆସ୍ଥାୟୀ ମଣ୍ଡି ଖୋଲାଯାଇଛି । ସକାଳ ୯ ଟାରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ଚାଷୀ ମଣ୍ଡୀକୁ ଧାନ ଆଣିପାରିବେ। ଯଦି ଚାଷୀଙ୍କ କୌଣସି ଅସୁବିଧା ରୁହେ ତାହେଲେ ଜିଲ୍ଲାପାଳ ହସ୍ତକ୍ଷେପ କରି ସମସ୍ୟାର ସମାଧାନ କରିବେ ବୋଲି ଜିଲ୍ଲାପାଳ ଡଃ.କମଳଲୋଚନ ମିଶ୍ର କହିଛନ୍ତି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।