ଚାଷୀ ମାନଙ୍କ କଲ୍ୟାଣ ପାଇ ମୋଦୀ ସରକାର ନେଇଥିବା ବିବିଧ ପଦକ୍ଷେପ ଗୁଡିକ ଉପରେ ଆଲୋକପାତ କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ଚାଷ ଏବଂ ଚାଷୀ ଭାଇ ଭଉଣୀମାନେ ଆମ ଦେଶ ଅର୍ଥନୀତିର ମେରୁଦଣ୍ଡ । ଚାଷୀ ଆତ୍ମନିର୍ଭର ହେଲେ ଆମ ଦେଶ ଆତ୍ମନିର୍ଭର ହେବ । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ ସରକାରରେ ଚାଷୀ, ଗରିବ, ମହିଳା ଓ ଯୁବକ ପ୍ରାଥମିକତାରେ ଅଛନ୍ତି । ଭାରତବର୍ଷରେ ଚଉମୁଖୀ ବିକାଶର ଯୋଜନା ମୋଦୀଙ୍କ ନେତୃତ୍ୱରେ ସମ୍ଭବ ହୋଇପାରିଛି । ‘ମୋଦୀ ଗ୍ୟାରେଣ୍ଟି’ରେ ପିଏମ କିଷାନ ସମ୍ମାନ ନିଧି ଯୋଜନାରେ ଚାଷୀଙ୍କୁ ଆର୍ଥିକ ସହାୟତା, ଧାନର ଏମସଏପି ବୃଦ୍ଧି ଭଳି ଅନେକ କଲ୍ୟାଣକାରୀ ପଦକ୍ଷେପ ଚାଷୀଙ୍କୁ ସଶକ୍ତ କରିଛି । କୃଷକଙ୍କ ପାଇଁ ଧାନର ଏମଏସପି ୨୧୮୩ ଟଙ୍କା ବୃଦ୍ଧି ହୋଇଥିବା ବେଳେ ଡବଲ ଇଞ୍ଜିନ ସରକାର ହେଲେ କ୍ୱିଣ୍ଟାଲ ପିଛା ଧାନର ଏମଏସପି ୩୧୦୦ ଟଙ୍କା କରାଯିବ । ସେହିପରି ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆସିଲେ ବିପିଏଲ ବର୍ଗରେ ଥିବା ମହିଳାମାନଙ୍କୁ ମାସିକ ୧୦୦୦ ଟଙ୍କା ହିସାବରେ ବର୍ଷକୁ ୧୨ ହଜାର ଟଙ୍କା ଦିଆଯିବ । କୌଣସି ଗରିବ ପରିବାର ପିଏମ୍ ଆବାସ ଯୋଜନାରେ ଘର ପାଇବାରୁ ବଞ୍ଚିତ ହେବେ ନାହିଁ ବୋଲି କହିଛନ୍ତି ।
ଠେମରାକୁ ସମ୍ବଲପୁର ମହାନଗର ନିଗମରେ ସାମିଲ କରାଯାଇଛି । କିନ୍ତୁ ମହାନଗର ନିଗମ କାମ ଅଧପନ୍ତରିଆ ଭାବେ ପଡ଼ିରହିଥିବାରୁ ଠେମରାର ବିକାଶ ହୋଇପାରିନି । ମହାନଗରର ନିଗମ ସ୍ଥାନୀୟ ଅଞ୍ଚଳର କିଛି ବିକାଶ କରୁନଥିବା ବେଳେ ପଞ୍ଚାୟତ ସ୍ତରରୁ ମଧ୍ୟ ସହଯୋଗ ଦିଆଯାଇପାରୁନି । ମୋଦୀ ସରକାର ଗ୍ରାମାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରିବା ପାଇଁ ବିଗତ ୫ ବର୍ଷରେ ୧୦ ହଜାରରୁ ଉର୍ଦ୍ଧ୍ୱ କୋଟି ଟଙ୍କା ଓଡ଼ିଶାକୁ ପଠାଇଥିଲେ ମଧ୍ୟ ଏହି ଅଞ୍ଚଳକୁ ପାଣି ମିଳୁନାହିଁ । ମହାନଗର ନିଗମରେ ସାମିଲ ହେବା ପରେ ମଧ୍ୟ ପାଣି ନ ମିଳିବା ବିଡ଼ମ୍ବନାର ବିଷୟ । ଏହି ଅଞ୍ଚଳର ବିକାଶକୁ ପ୍ରାଥମିକତା ଦିଆଯାଇ ଏକ ଗ୍ରାମ୍ୟ ଆଧାରିତ ସହରାଞ୍ଚଳ କରାଯିବ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଏଠାରେ ପିଲାମାନଙ୍କ ମଧ୍ୟରେ ବୁଦ୍ଧିମତ୍ତା କୌଣସି ଗୁଣରେ କମ ନାହିଁ । ସେମାନଙ୍କ ପାଖରେ ଭରପୁର ପ୍ରତିଭା ରହିଛି । କିନ୍ତୁ ସେମାନଙ୍କ ପାଖରେ ସୁଯୋଗ ପହଞ୍ଚିପାରୁନାହିଁ । ଅବସରର ଅଭାବ ରହୁଛି ବୋଲି କହିବା ସହ ରାଜ୍ୟରେ ଡବଲ ଇଞ୍ଜିନ ସରକାର କରିବା ପାଇଁ ସମବେତ ନାଗରିକଙ୍କୁ ନିବେଦନ କରିଥିଲେ ।