ରେଢାଖୋଲ ବ୍ଲକର ୯ଟି ପଞ୍ଚାୟତର ୧୧୫ ଖଣ୍ଡ ଗାଁରେ ପାଇପ୍ ଯୋଗେ ପାଣି ପହଁଞ୍ଚାଇବାକୁ ୨୦୧୯ରେ ୯୪ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚରେ ବସୁଧା ପ୍ରକଳ୍ପ ନିର୍ମାଣ ପାଇଁ ହୋଇଥିଲା ଟେଣ୍ଡର । ୨୦୨୧ରେ ଶେଷ କରିବାକୁ ଠିକା ସଂସ୍ଥା ଲକ୍ଷ୍ୟ ରଖିଥିଲା । ହେଲେ ଜାଗା ଯୋଗାଇଦେବାରେ ରାଜ୍ୟ ସରକାର କରିଥିଲେ ବିଳମ୍ବ । ଫେଳରେ ୫ବର୍ଷ ପରେବି ୯୦ ପ୍ରତିଶତ କାର୍ଯ୍ୟ ଶେଷ ହୋଇପାରିନି । ଯେଉଁଥିପାଇଁ ଉତ୍କଟ ପାଣି ସମସ୍ୟା ଭୋଗୁଛନ୍ତି ୧୧୫ ଗାଁର ଲୋକେ । ବର୍ଷ ତମାମ ଗୋଟିଏ କୂଅ ଉପରେ ନିର୍ଭର କରୁଛନ୍ତି ସମସ୍ତେ । ଆଉ ଖରାଦିନେ ତାହା ବି ଶୁଖିଯାଉଛି ।
ସେହିପରି ଆଉ ଏକ ପୋଷ୍ଟରେ ବେବଗଡ଼ ବାରକୋଟ୍ ବ୍ଲକ ମହୁପାଳ ଗାଁର ପିଇବା ସମସ୍ୟା କଥା ଉଠାଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି କେନ୍ଦ୍ରମନ୍ତ୍ରୀ । ସେ ଲେଖିଛନ୍ତି, ଦେବଗଡ଼ ଜିଲ୍ଲା ବାରକୋଟ୍ ବ୍ଲକ କାଦୋପଡା ପଞ୍ଚାୟତ ଅନ୍ତର୍ଗତ ମହୁପାଳ ଗ୍ରାମରେ ଅଧିକାଂଶ ଆଦିବାସୀ ଓ କନ୍ଧ ସମ୍ପ୍ରଦାୟର ଲୋକମାନେ ବସବାସ କରୁଥିବା ବେଳେ ସେମାନେ ସ୍ୱଚ୍ଛ ପାନୀୟ ଜଳ ଓ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ମୋଦି ସରକାରରେ ଗତ ୫ ବର୍ଷରେ ସମସ୍ତ ଘରକୁ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ ଓଡ଼ିଶା ପାଇଁ ମୋଟ ୧୦,୨୧୭ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଏହା ସତ୍ତ୍ବେ ରାଜ୍ୟରେ ପାନୀୟ ଜଳର ବିକଟ ସମସ୍ୟା ଦେଖାଯିବା ରାଜ୍ୟ ସରକାରଙ୍କ ସାମର୍ଥ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ରାଜ୍ୟରେ ଆଦିବାସୀମାନେ ସର୍ବନିମ୍ନ ମୌଳିକ ସୁବିଧା ପାଇନପାରିବା କ’ଣ ୨୫ ବର୍ଷ ଶାସନର ରୂପାନ୍ତରଣ ? ଏଥର ପରିବର୍ତ୍ତନ ନିଶ୍ଚୟ ହେବ ।