ପ୍ରଦୀପ ପୁରୋହିତ ଓ ନରେନ୍ଦ୍ର ମୋଦୀଙ୍କୁ ଆର୍ଶୀବାଦ ଦେବା ପାଇଁ ଆପଣ ଏକାଠି ହୋଇଥିବାରୁ ଆପଣଙ୍କୁ ନମନ କରୁଛି। ମୁଖ୍ୟମନ୍ତ୍ରୀ ଗତକାଲି ଘୋଷଣା କଲେ। ମହିଳାଙ୍କୁ ପାଞ୍ଚ ଲକ୍ଷ ଟଙ୍କା ଦେବାକୁ ଘୋଷଣା କଲେ। ମୁଁ ମନେ ପକାଇ ଦେବାକୁ ଚାହୁଛି। ଯାହାର ମାଁ ପରଘର କାମ କରୁଥିଲେ,ସେଇ ମାର ପୁଅ ପ୍ରଧାନମନ୍ତ୍ରୀ ହେବା ପରେ ଗରୀବ କଲ୍ୟାଣ ଯୋଜଣା କରିଛନ୍ତି।
ମାଛ ତେଲରେ ମାଛ ଭାଜିବା,ପର ତିଅଣରେ ଅତିଥି ସତ୍କାର କରିବା। ନବୀନ ପଟ୍ଟନାୟକଙ୍କ ପାରିବା ପଣିଆକୁ ଦର୍ଶାଉଛି । ବଡ ପଟିଆ ମନ୍ତ୍ରୀ କହୁଥିଲେ,ଏଠାରୁ କେହି ଦାଦନ ଯାଉ ନାହାନ୍ତି। କିନ୍ତୁ ଏଇଟା ସତ କଥା ପଦାରେ ପଡିଛି । ଭଣ୍ଡିଆ ମାନେ ଗାରୁ ଶୁନ୍ୟ। ଦାଦନ ଖଟିବାକୁ ଯାଉଛନ୍ତି ତାମିଲନାଡୁ,ସୁରଟ ଆନ୍ଧ୍ରା। ନବୀନ ବାବୁ ଆପଣଙ୍କୁ ଦେଖାଯାଉନାହିଁ।
ନଦୀ ପୋଖରୀ ଚୁଆ ନଳକୂପରୁ ପାଣି ଆଣି ଶୋଶ ମେଣ୍ଟାଉଛନ୍ତି ଲୋକେ। ମୋଦି ଟଙ୍କା ଦେଲା ପରେ ବି ପାଣି ଟଙ୍କା ବାଟମାରଣା ହେଉଛି। ନଦୀ ପୋଖରୀରୁ ପାଣି ଆଣୁଛନ୍ତି ବୋଲି ସରକାର ମାନୁନାହାନ୍ତି। ମୋଦି ଟଙ୍କା ଦେଲାପରେ ବି ସରକାର ପାଖରେ ବ୍ୟବସ୍ଥା ନାହିଁ,ସରକାରକୁ ଜଣା ନାହିଁ ମା ମାନେ ପୋଖରୀ ପାଣି ପିଉଛନ୍ତି ବୋଲି। ନବୀନ ବାବୁ ଆପଣ ପଦମପୁରକୁ ଆସିଲେ ନିଶ୍ଚୟ କହିବେ କେତେଜଣଙ୍କୁ ଇନପୁଟ ସବସିଡି ଦେଲେ। ୨୦୧୯ ମସିହାରେ ପ୍ରଦୀପ ଫୁରୋହିତ ପ୍ରଶ୍ନ କଲାପରେ ମଧ୍ୟ ପଦମପୁର ଜିଲ୍ଲା ହେଲା ନାହିଁ।
ନବୀନ ବାବୁ ଆପଣ ଯଦି ସତରେ ଏ ଅଞ୍ଚଳ ପ୍ରତି ଭଲପାଉଛନ୍ତି ତାହେଲେ,ବିଜେଡି ସଭାପତି ଭାବେ ନୁହେଁ ମୁଖ୍ୟମନ୍ତ୍ରୀ ଭାବେ ପଦମପୁରକୁ ଜିଲ୍ଲା କରିବି ବୋଲି କହିବେ। ଏହିପରି ଭାବେ ସିଧା ସିଧା ରାଜ୍ୟ ସରକାରଙ୍କ କାର୍ଯ୍ୟକଳାପକୁ ପଦମପୁରବାସୀଙ୍କ ସମ୍ମୁଖରେ ଉପସ୍ଥାପନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।