ଓଡ଼ିଶାରେ ଏଥର ଡବଲ୍ ଇଞ୍ଜିନ ସରକାର। ରାଜ୍ୟରେ ଆବଶ୍ୟକ ନବକଳେବର। ଓଡ଼ିଶାରେ ଗରିବଙ୍କ କଲ୍ୟାଣ, ମାତୃଶକ୍ତିଙ୍କ ଉତ୍ଥାନ, ଯୁବକଙ୍କ ସଶକ୍ତିକରଣ, ବଞ୍ଚିତ ବର୍ଗର ବିକାଶ ପାଇଁ ଓଡ଼ିଶାରେ ପରିବର୍ତ୍ତନର ରହିଛି ଆବଶ୍ୟକତା। ଓଡ଼ିଶା ସହ ଦେଶରେ ଡବଲ୍ ଇଞ୍ଜିନ ସରକାର ଦରକାର। ପିଏମ ମୋଦିଙ୍କ ଦଶ ବର୍ଷର ଉପଲବ୍ଧିକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଆମେ ପ୍ରୟାସ କରିବୁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗତକାଲି ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା ପରେ ଆଜି ପୁରୀରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସପରିବାର ପୁରୀରେ ପହଞ୍ଚିବା ସହ ଜଗା ଦର୍ଶନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ। ସିଂହଦ୍ଵାର ନିକଟରେ ପହଞ୍ଚିବା ପରେ ତାଙ୍କୁ ସେବାୟତ ଓ ବିଜେପି ନେତା ଓ କର୍ମୀଙ୍କ ପକ୍ଷରୁ ସ୍ବାଗତ କରାଯାଇଥିଲା। ପରେ ପତ୍ନୀ ଓ ପୁରୀ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ସମେତ ଅନ୍ୟ ବିଜେପି ନେତା ଓ କର୍ମୀଙ୍କ ସହ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର: