2036ରେ ଓଡିଶାକୁ 100 ବର୍ଷ ପୁରିବ । ଓଡିଶାକୁ ବିକଶିତ କରିବାକୁ ହେଲେ ନରେନ୍ଦ୍ର ମୋଦୀଙ୍କ ଡବଲ ଇଞ୍ଜିନ ସରକାର ଆଣିବାକୁ ପଡ଼ିବ । ମନ୍ତ୍ରୀମାନେ ଉତ୍ତର ଦେଉନାହାନ୍ତି । କାମ କରିଥିଲେ ତ ଉତ୍ତର ଦେବେ । ସରକାର ଦୁର୍ନୀତିରେ ଆକଣ୍ଠ ବୁଡି କି ଅଛନ୍ତି । ଆଠଗଡ଼ର ଗୋଟିଏ ପରିବାର ସମବାୟ ଦୁର୍ନୀତିରେ ବୁଡି କି ଅଛନ୍ତି ।
ଅଣସାମ୍ବିଧାନିକ ସରକାର ଚାଲିଛି । ଜେ.ପି. ନଡ୍ଡା କହିଥିଲେ, ଓଡିଶା ଚାବି କାହା ପାଖରେ ଅଛି । ଡୁପ୍ଲିକେଟ ଲୋକ ହାତରେ ଚାବି ଅଛି । ଅସାମ୍ବିଧାନିକ ଲୋକ ହାତରେ ଚାବି ଅଛି । ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ । 2 ମାସ ହେଲା ଗୋଟିଏ କଥା ଦେଖିବାକୁ ମିଳୁଛି । ଅପରାଧୀ ବଢ଼ିଛନ୍ତି । ଅପରାଧ ବଢ଼ିଛି । ଆଇନଶୃଙ୍ଖଳା ବିପର୍ଯ୍ୟନ୍ତ ହୋଇପଡିଛି ।
ନବ ଦାସଙ୍କଠୁ ଆରମ୍ଭ କରି ନାବାଳକ ପର୍ଯ୍ୟନ୍ତ । ପ୍ରଶ୍ନ ପଚାରିଲେ, ଓଡିଶାକୁ ବଦନାମ କରିବା କଥା କହୁଛନ୍ତି । ବଚସ୍କରମାନଙ୍କୁ ଲଗାଇ କହୁଛନ୍ତି । ସିସୋର ଚିଟଫଣ୍ଡରେ ଯିଏ ଅଭିଯୁକ୍ତ ସିଏ ଉତ୍ତରପ୍ରଦେଶ ସହ ତୁଳନା କରୁଛନ୍ତି । ଅପରାଧୀଙ୍କୁ ଦମନ କରି ଯୋଗୀ ଆଦିତ୍ୟନାଥ ପୁଣି ସରକାରକୁ ଫେରିଲେ । ଓଡିଶାରେ 23 ବର୍ଷ ହେଲା ଶାସନ ଚାଲିଛି । ଅଧା ଡ଼ର୍ଜନ ମନ୍ତ୍ରୀଙ୍କ ନାଁରେ କେସ ଅଛି । ଆଇନଶୃଙ୍ଖଳା କଥା ଉଠାଇଲେ ଓଡିଶା ବଦନାମ ହୋଇଯିବ ବୋଲି କହୁଛନ୍ତି । ନବୀନ ପଟ୍ଟନାୟକ କାହିଁକି 1999ରେ ଆଠଗଡ଼ ଯାଇଥିଲେ । ସାହସ ଅଛି ଯଦି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭଳି କହି କି ଦେଖନ୍ତୁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଆହୁରି ପଢନ୍ତୁ ଓଡିଶା ଖବର...