ଏହି ତେଲେଙ୍ଗାନା ସୋନା କିସମର ଧାନ ତେଲେଙ୍ଗାନା ପ୍ରଫେସର ଶଙ୍କର ଏଗ୍ରିକଲଚର ରିସର୍ଚ୍ଚ ୟୁନିଭରସିଟି ଦ୍ୱାରା ପ୍ରଥମେ ଆବିଷ୍କୃତ କରାଯାଇଥିଲା । ଯେଉଁଥିରେ ଶତକଡା ୫୦ ଭାଗରୁ କମ କର୍ବୋହାଇଡ୍ରେଡ ରହୁଛି । ମଧୁମେହ ରୋଗୀଙ୍କ ପାଇଁ ସର୍କରା ବା କାର୍ବୋହାଇଡ୍ରେଟ କ୍ଷତିକାରକ ହୋଇଥାଏ । ସେଥିପାଇଁ ଡାକ୍ତର ଭାତ ଖାଇବା ଉପରେ କଟକଣା ଲଗାଇଥାନ୍ତି । ଆଉ ଏଭଳି ଚାଉଳର ଭାତ ମଧୁମେହ ବା ଡାଇବେଟିସ ରୋଗୀ ଖାଇପାରିବେ ବୋଲି କହିଛନ୍ତି ଡାଇବେଟିସ ବିଶେଷଜ୍ଞ ।
ସାଧାରଣତଃ ଦୈନଦିନ ଚାଉଳରେ ୭୧% ରୁ ଅଧିକ କାର୍ବୋହାଇଡ୍ରେଟ୍ ହାଇଥିବାବେଳେ ଏହି ତେଲେଙ୍ଗାନା ସୋନା କିସମ ଧାନରେ ୫୦ % ରୁ କମ୍ କାର୍ବୋହାଇଡ୍ରେଟ ରହିଥାଏ । ଯାହା ମଧୁମେହ ରୋଗୀଙ୍କ ଶରୀର ଉପରେ କୌଣସି ପ୍ରଭାବ ପକାଇନଥାଏ ।
ଆହୁରି ପଢନ୍ତୁ ଓଡିଶା ଖବର...