ସେପଟେ ଖରା ବଢ଼ୁଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ମହାନଗର ନିଗମ ଜଳଛତ୍ର କିମ୍ବା ପିଇବା ପାଣି ବେବସ୍ଥା କରିନଥିବାରୁ ସହର ବାସୀ ଅସନ୍ତୋଷ ଜାହିର କରିଛନ୍ତି। ଅଂଶୁଘାତ କୁ ଦୃଷ୍ଟି ରେ ରଖି ଗ୍ରୀଷ୍ମରୁତୁରେ ଅଧିକ ସାବଧାନତା ଅବଳମ୍ୱନ କରିବା ପାଇଁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ `। ଟାଣ ଖରା ସମୟରେ ଦିନ ସାଢେ ୧୧ଟାରୁ ୩ଟା ପର୍ଯ୍ୟନ୍ତ ବାହରନ୍ତୁ ନାହିଁ । ଯଦି କୌଣସି ଜରୁରୀକାମ ପଡେ ତେବେ ପ୍ରଚୁର ପରିମାଣରେ ପାଣି , କିମ୍ୱା ଓ ଆର ଏସ ପିଇ ଘରୁ ବାହାରିବେ । ଘରରୁ ବାହାରିବା ସମୟରେ ଟୋପି, ଛତା ,ଚଷମା ପିନ୍ଧିବେ । · ଯଦି କେଉଁଠି ମୁଣ୍ଡ ବୁଲାଇବା କି ଦେହ ହାତ ଝିମ ଝିମ ହେଲେ ସଂଙ୍ଗେ ସଂଙ୍ଗେ ଛାୟି ସ୍ଥାନ ଦେଖି ବିଶ୍ରାମ ନେଇଯିବେ । · ଭେଣ୍ଟିଲେସନ ନଥିବା ଘରେ ବୟସ୍କ ଲୋକ କିମ୍ୱା ଛୋଟ ପିଲା ରହିଲେ ମଧ୍ୟ ଅଂଶୁଘାତ ହେବାର ମଧ୍ୟ ସମ୍ଭାବନା ରହିଛି । · ତେଣୁ ସେ ସବୁକୁ ଅଧିକ ସାବଧନତା ଓ ସଚେତନ ରହିବା ଦରକାର । ମାର୍ଚ୍ଚ ମାସର ଆରମ୍ଭରୁ ଗ୍ରୀଷ୍ମର ପ୍ରବାହ ଯଦି ଏମିତି ରୁହେ ତେବେ ଆସନ୍ତା ଦିନରେ ଖରାର ତାପମାତ୍ର ଆହୁରି ବଢିବ ବୋଲି ଆକଳନ କରାଯାଉଛି ।
ଅଧିକ ଦେଖନ୍ତୁ: