ଏହି କର୍ମଶାଳାରେ ରେଡିଓ, ଟେଲିଭିଜନ ଓ ଷ୍ଟେଜ ଆଙ୍କରିଂ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରାଯିବ । ଏହାଛଡା ରିପୋର୍ଟିଂ, ଭଏସ ଓଭର ଆଦି ବିଭିନ୍ନ ବିଷୟରେ ତାଲିମ୍ ଦିଆଯିବ । ସମସ୍ତ ଅଂଶଗ୍ରହଣକାରୀଙ୍କୁ ପ୍ରମାଣପତ୍ର ମଧ୍ୟ ଦିଆଯିବ । ଏଥିରେ ସାମିଲ ହେବାପାଇଁ ଶିକ୍ଷାଗତ ଯୋଗ୍ୟତା ଅତି କମ୍ରେ ମାଟ୍ରିକ ହୋଇଥିବା ଆବଶ୍ୟକ । ଏଥିରେ ଭାଗନେବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ କୌଣସି ନିର୍ଦ୍ଧିଷ୍ଟ ବୟସସୀମା ରଖାଯାଇ ନାହିଁ । ଦେଶର ଜଣାଶୁଣା ସାମ୍ବାଦିକ, ନ୍ୟୁଜ ଅଙ୍କର, ରେଡ଼ିଓ ଜକି ଓ ବିଶେଷଜ୍ଞମାନେ ଏଥିରେ ଯୋଗ ଦେଇ ଟ୍ରେନିଂ ପ୍ରଦାନ କରିବେ । ଏହି କର୍ମଶାଳାରେ ଅଂଶଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ବା ବ୍ୟକ୍ତି ୭୬୮୩୮୭୦୮୧୩ ନମ୍ବରରେ ଯୋଗାଯୋଗ କରିବାକୁ ଆୟୋଜକ ସଂସ୍ଥା ଆଉଟ୍ରିଚ୍ ପକ୍ଷରୁ କୁହାଯାଇଛି ।
ଏଠାରେ ସୂଚନାଯୋଗ୍ୟ ଯେ ଗତ ପାଞ୍ଚ ବର୍ଷରେ ଆଉଟ୍ରିଚ୍ ଏଭଳି ନଅଟି ଟ୍ରେନିଂ ଆୟୋଜନ କରିସାରିଛି । ଏଥିରେ ଶହ ଶହ ଛାତ୍ରଛାତ୍ରୀ ଭାଗନେଇଥିବା ବେଳେ ଏମାନଙ୍କ ମଧ୍ୟରୁ ଅନେକ ବିଭିନ୍ନ ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟ କରୁଥିବା ଜାଣିବାକୁ ମିଳିଛି । ଯୁବବର୍ଗଙ୍କୁ ମିଡ଼ିଆରେ କ୍ୟାରିୟର କରିବା ପାଇଁ ଉତ୍ସାହିତ କରିବା ଲକ୍ଷରେ ଆଉଟ୍ରିଚ୍ ନିୟମିତ ବ୍ୟବଧାନରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଆସୁଥିବା କହିଛନ୍ତି ସଂସ୍ଥାର ମୁଖ୍ୟ ସୁବ୍ରତ କୁମାର ପତି ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।