ଦୀର୍ଘ ଏକ ବର୍ଷ ହେଲା ସେ କ୍ୟାନ୍ସର ରେ ପିଡୀତ ହୋଇ ଚିକିତ୍ସିତ ହେଉଥିଲେ। ତାଙ୍କ ବିୟୋଗ ରେ ଚିକିତ୍ସା କ୍ଷେତ୍ରରେ ଶୋକରେ ଛାୟା ଖେଳିଯାଇଛି। ଓଡ଼ିଶା ପ୍ଲାଷ୍ଟିକ ସର୍ଜରୀ ଆସୋସିଏସନ୍ ର ପୂର୍ବତନ ସଭାପତି ଥିଲେ ଡାକ୍ତର ପଟ୍ଟନାୟକ।
ଏସସିବି ମେଡିକାଲ କଲେଜର ପୂର୍ବତନ ଅଧୀକ୍ଷକ ଡାକ୍ତର ଅନ୍ନଦା ପ୍ରସାଦ ପଟ୍ଟନାୟକଙ୍କ ପରଲୋକ
କଟକ : କଟକ ଏସସିବି ମେଡିକାଲ କଲେଜ ର ପୂର୍ବତନ ଅଧୀକ୍ଷକ ତଥା ପ୍ଲାଷ୍ଟିକ ସର୍ଜରୀ ବିଭାଗ ର ପୂର୍ବତନ ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ଅନ୍ନଦା ପ୍ରସାଦ ପଟ୍ଟନାୟକଙ୍କ ପରଲୋକ। କଟକ ଏସସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ୬୨ ବର୍ଷ ବୟସରେ ପରଲୋକ ଘଟିଛି।
Download Argus News App
