ଅର୍ଗସ ବ୍ୟୁରୋ: ଜମୁଛି କୋଶଳୀ ଧନୁଯାତ୍ରା। ନୂଆପଡାରେ କଂସଙ୍କ ରାଜୁତି। କୋଶଳୀ ଭାଷାର ଆନ୍ଦୋଳନର ମାଧ୍ୟମ ସାଜିଛି ନୂଆପଡ଼ାର କୋଶଳୀ ଧନୁଯାତ୍ରା। କୋଶଳୀ ଭାଷା ଏବଂ ରାଜ୍ୟର ମାନ୍ୟତା ପାଇଁ ଦୀର୍ଘ ଦିନ ଧରି ଆନ୍ଦୋଳନ ଚାଲିଥିବା ବେଳେ ବର୍ତ୍ତମାନ ନୂଆପଡ଼ା ଜିଲ୍ଲାରେ କୋଶଳୀ ଧନୁଯାତ୍ରା ଭାଷା ଆନ୍ଦୋଳନର ମାଧ୍ୟମ ସାଜିଛି । ଗତ ଆଠ ବର୍ଷ ହେବ କୋଶଳୀ ଭାଷା ଗବେଷଣା ପ୍ରତିଷ୍ଠାନ ତରଫରୁ ସାଂସ୍କୃତିକ ରଙ୍ଗମଞ୍ଚ ଠାରେ ଆୟୋଜିତ ହେଉଛି କୋଶଳୀ ଧନୁଯାତ୍ରା । ପଶ୍ଚିମ ଓଡ଼ିଶାର ନାଁ କରିଥିବା କଳାକାର ମାନଙ୍କ ଦ୍ବାରା ହେଉଥିବା ଏହି ଧନୁଯାତ୍ରା କେବଳ ନୂଆପଡ଼ାରେ ଆୟୋଜିତ ହେଉଛି। କରୋନା କଟକଣା ପାଇଁ ଦୁଇ ବର୍ଷ ପରେ ହେଉଥିବାରୁ ଦର୍ଶକ ମାନଙ୍କ ମଧ୍ୟରେ ଖୁସି ଦେଖା ଦେଇଥିବା ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି ।
ଚଳିତ ବର୍ଷ କୋଶଳୀ ଧନୁଯାତ୍ରାର ମୁଖ୍ୟ ଆକର୍ଷଣ ହେଉଛି ମୀନା ବଜାର, 85 ଗୋଟି ଘର କରଣା ଷ୍ଟଲ ପଡ଼ିଥିବା ବେଳେ ଚଟାପଟ ଖାଦ୍ୟର ଷ୍ଟଲ ପଡ଼ିଛି । ଦୁଇ ବର୍ଷ ପରେ ପୁଣି ଥରେ ଧନୁଯାତ୍ରା ହେଉଥିବାରୁ ହଜାର ହଜାର ଦର୍ଶକ ଭିଡ଼ ଦେଖିବାକୁ ମିଳିଛି । ଅନ୍ୟପଟେ ନୂଆପଡ଼ା ଭଳି ପଡୋଶୀ ଛତିଶଗଡ ସୀମାନ୍ତରେ ଥିବା ସହରରେ କୋଶଳୀ ଭାଷା ପାଇଁ ଆନ୍ଦୋଳନ ହେଉଥିବାରୁ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ପ୍ରଶଂସା କରିଛନ୍ତି । ପୂର୍ବରୁ ଚାଲୁଥିବା ମାରଗୁଡା ମହୋତ୍ସବକୁ ପୁନର୍ବାର ଚାଲୁ କରିବା ପାଇଁ ଦାବି କରିଛନ୍ତି ଖଡ଼ିଆଳ ବିଧାୟକ । ଆସନ୍ତା ସାତ ତାରିଖ ଯାଏଁ ହେଉଥିବା ଏହି କୋଶଳୀ ଧନୁଯାତ୍ରାରେ ଓଡ଼ିଶାର ନାମୀଦାମୀ କଳାକାର ମାନେ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ଓଡିଶା ଖବର ଆହୁରି ପଢନ୍ତୁ