ବିଜୟା ଦଶମୀରେ ଆଜି ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଛି ସିନ୍ଦୂର ଖେଳ । ମହିଳାମାନେ ସିନ୍ଦୁର ଲଗାଇ ଶୂଭାଶିଷ ମାଗିବା ସହ ମାଆଙ୍କୁ ବିଦାୟ ଦେଇଛନ୍ତି । ବିଶ୍ବାସ ରହିଛି ସିନ୍ଦୂର ଲଗାଇ ମାଆଙ୍କ ଆଶିଷ ଭିକ୍ଷା କଲେ ଜଣେ ନାରୀ ସଦାସର୍ବଦା ସଧବା ରହିଥାଏ । ଶ୍ରୀମନ୍ଦିରରେ ଆଜି ବିଜୟାଦଶମୀରେ ମହାପ୍ରଭୁ ସୁନାବେଶ ତଥା ରାଜରାଜେଶ୍ବର ବେଶରେ ଦର୍ଶନ ଦେଇଛନ୍ତି । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଶ୍ରୀରାମକୃଷ୍ଣ ବୀରବେଶ ଧାରଣ କରି ଶ୍ରୀଜଗନ୍ନାଥ ବଲ୍ଲଭ ମଠ ସ୍ଥିତ ମହାଖଳା ବା ଦଶହରା ପଦାକୁ ବିଜେ କରିଥିଲେ । କୋରୋନା କଟକଣା ହଟିଥିବା ବେଳେ ଦୀର୍ଘ ଦୁଇବର୍ଷ ପରେ ପବିତ୍ର ଦଶହରା ଅବସରରେ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ଦର୍ଶନ କରି ଭକ୍ତ ଶ୍ରଦ୍ଧାଳୁ କୃତାର୍ଥ ହୋଇଛନ୍ତି ।
ବିଜୟା ଦଶମୀରେ ରାଜ୍ୟର ଅନେକ ସ୍ଥାନରେ ରାବଣପୋଡି ଉତ୍ସବ ପାଳନ ହେବ । ଅସତ୍ୟ ଉପରେ ସତ୍ୟର ଜୟ , ଅଧର୍ମ ଉପରେ ଧର୍ମର ଜୟ ସ୍ବରୁପ ରାବଣପୋଡି ପାଳନ କରାଯାଏ । ରାଜଧାନୀରେ ରାବଣ ପୋଡ଼ି ପାଇଁ 4ଟି ଅନୁଷ୍ଠାନକୁ ଅନୁମତି ଦେଇଛି ଅଗ୍ନିଶମ ବିଭାଗ ।