ଆଜି ହେଉଛି ପବିତ୍ର ଜନ୍ମାଅଷ୍ଟମୀ । ଆଜିଠାରୁ ହିଁ ସଂସ୍କୃତି ଓ ପରମ୍ପରାର ପ୍ରାଚୀନ ନଗରୀ କଟକରେ ଆରମ୍ଭ ହୋଇଯାଇଛି ଶାରଦୀୟ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି । ଜନ୍ମାଷ୍ଟମୀରେ ଶକ୍ତିସ୍ୱରୂପିଣୀ ମା’ ଦୁର୍ଗାଙ୍କର ଆବିର୍ଭାବ ବିଜୁଳି କନ୍ୟା ରୂପରେ ହୋଇଥିଲା । ତେଣୁ ସହରର ଅଧିକାଂଶ ପୂଜା କମିଟି ପକ୍ଷରୁ ଆଜି ମହାନଦୀ ମା ଦୁର୍ଗା ଏବଂ ହରପାର୍ବତୀଙ୍କ ମୂର୍ତ୍ତି ତିଆରି ପାଇଁ ଉଠାଯାଇଛି ପବିତ୍ର ମାଟି । ତେବେ ଦୁଇ ବର୍ଷ ପରେ ଫୁଣି ଥରେ ସମୁହିକ ପୂଜା କରିବାକୁ ପ୍ରଶାସନ ପକ୍ଷରୁ ଅନୁମତି ମିଳିଥିବାରୁ ବିଗତ ବର୍ଷଗୁଡିକ ଭଳି ଆଜି ସକାଳୁ ନଦୀକୂଳରେ ଦେଖିବାକୁ ମିଳିଥିଲା ଭିଡ । ସହରର ଅଧିକାଂଶ ପୂଜା ମଣ୍ଡପ ଆଜି ନଦୀ କୂଳରେ ପହଞ୍ଚି । ବିଧି ଅନୁସାରେ ପୂଜାର୍ଚ୍ଚନା ପରେ ନଦୀରୁ ଉଠାଇଛନ୍ତି ପବିତ୍ର ମାଟି । ପୂଜାର କର୍ତ୍ତା ନଦୀରେ ବୁଡ ପକାଇ ଉଠାଇଛନ୍ତି ମାଙ୍କ ମୃଣୟମୟୀ ମୂର୍ତ୍ତି ତିଆରି ପାଇଁ ପବିତ୍ର ମାଟି । ତେବେ ଏଥର ଦଶହରାପୂଜା ଏବଂ ମୂର୍ତ୍ତି ଉଚତା ପୂର୍ବ ପରି ଫୁଣି ଥରେ ହେବ ଏବଂ ଧୁମ ଧାମରେ ପାଳନ ହେବକୁ ଅନୁମତି ମିଳିଥିବାରୁ ଖୁସି ଜାହିର କରିଛନ୍ତି ପୂଜା ମଣ୍ଡପର ସଦସ୍ୟ।
ଆଜିଠାରୁ ହିଁ ପ୍ରାଚୀନ ନଗରୀ କଟକରେ ଦଶହରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ତେବେ ସହରର ପ୍ରାୟ ସବୁ ପୂଜା ମଣ୍ଡପଗୁଡିକ ଏଥର କରୋନା କଟକଣା ହଟିବା ଯୋଗୁଁ ମାଙ୍କ ପୂଜାକୁ ବେଶ ଆଡ଼ମ୍ବର ପାଳନ କରିବା ପାଇଁ ସ୍ଥିର କରିସାରିଛନ୍ତି ତେବେ ଜନ୍ମାଷ୍ଟମୀ ରେ ବିଜୁଳି କନ୍ୟାଭାବେ ମା ଯ଼ୋଗମାୟା ଆର୍ବିଭାବ ହେବାର କିମ୍ବଦନ୍ତୀ ରହିଛି । କିମ୍ବଦନ୍ତୀ ଅନୁସାରେ ମାଙ୍କ ଆଗମନ ପାଇଁ ମାଟି ଅନୁକୂଳ କରାଯାଇ ମାଙ୍କ ମୂର୍ତ୍ତି ତିଆରି କରାଯାଇଥାଏ । ମା ପ୍ରକୃତି ସ୍ବରୂପିଣୀ ହୋଇଥିବାରୁ ଏଥିପାଇଁ ପୂଜାରେ ବିଭିନ୍ନ ପ୍ରକାରର ପୂଜା କରିବାର ପରମ୍ପରା ଶାସ୍ତ୍ରରେ ରହିଛି ବୋଲି କହିଛନ୍ତି ପୂଜକ ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।