ଫଳ :-
ଫଳଗୁଡିକରେ ଭିଟାମିନ୍ ମିନେରାଲ୍ସ ଏବଂ ପ୍ରାକୃତିକ ମିଠା ଥିଵାରୁ ଶରୀରର ତୁରନ୍ତ ଶକ୍ତି ବୃଦ୍ଧି କରିଥାଏ । କଦଳୀ, ସେଓ, କମଳା, ଫଳଗୁଡିକରେ ଯାହା କେବଳ ସ୍ୱାଦିଷ୍ଟ ନୁହେଁ ବରଂ ଆପଣଙ୍କୁ ହାଇଡ୍ରେଟ୍ ରଖିବାରେ ମଧ୍ୟ ସାହାଯ୍ୟ କରେ । ଉପବାସ ସମୟରେ ଭୋକ କମ୍ କରିଵାକୁ ସେଗୁଡ଼ିକୁ ପୁରା କିମ୍ବା ଫଳ ସାଲାଡ ଭାବରେ ଖାଇ ପାରିବେ ।
ସାବୁଦାନା :-
ସାଵୁଦାନାରୁ ଅନେକ ପ୍ରକାରର ଜିନିଷ ତିଆରି କରି ଖାଇପାରିଵେ । ସାବୁଦାନା ଖେଚୁଡି ହେଉଛି ଏକ ଲୋକପ୍ରିୟ ଉପବାସ ଖାଦ୍ୟ । ଏହା ହଜମ କରିବା ସହଜ କରେ ଏବଂ ଅଧିକ ପରିମାଣରେ କାର୍ବୋହାଇଡ୍ରେଟ୍ ଯୋଗାଇଥାଏ ଯାହା ଉପବାସରେ ଖାଇଲେ ଦେହ ଭଲ ରୁହେ । କଦଳୀ, ଆଳୁ ଏବଂ ମସଲା ସହିତ ରନ୍ଧା ହୋଇଥିବା ସାବୁଦାନା ଖେଚୁଡି କେବଳ ସୁସ୍ଵାଦୁ ନୁହେଁ ବରଂ ଆପଣଙ୍କୁ ଅଧିକ ସମୟ ପାଇଁ ପେଟ ପୂରା ରଖିଥାଏ ।
ଦୁଗ୍ଧ ଜାତିୟ ଖାଦ୍ୟ :-
କ୍ଷୀର, ଦହି, ଏବଂ ପାନୀର ପରି ଦୁଗ୍ଧଜାତ ଦ୍ରବ୍ୟ ପ୍ରୋଟିନ୍ ଏବଂ କ୍ୟାଲସିୟମର ଉତ୍କୃଷ୍ଟ ଉତ୍ସ, ହାଡର ସ୍ୱାସ୍ଥ୍ୟ ଏବଂ ମାଂସପେଶୀ ଶକ୍ତି ବଜାୟ ରଖିବା ପାଇଁ ଜରୁରୀ । ଉପବାସରେ ପୁଷ୍ଟିକର ଆବଶ୍ୟକତା ପୂରଣ କରିବା ପାଇଁ ଆପଣ ଖାଇପାରିବେ ।
ମଖାନା (ଫକ୍ସ ବାଦାମ)
ମଖାନା ବାଦାମ କ୍ୟାଲୋରୀରେ କମ୍ ଏବଂ ପୋଷକ ତତ୍ତ୍ୱ ଅଧିକ । ଯାହା ସେମାନଙ୍କୁ ଉପବାସ ଦିନ ପାଇଁ ଏକ ଭଲ ସ୍ନାକ୍ସ ହୋଇଥାଏ । ଏଥିରେ ପ୍ରୋଟିନ୍, ଫାଇବର ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଯାହା ହଜମ ଶକ୍ତିକୁ ଵଢାଇଥାଏ । ଶିବରାତ୍ରୀରେ ଉପାସରେ କ'ଣ ଖାଇବେ ?