ସପ୍ତମାତୃକା ହେଉଛନ୍ତି ହିନ୍ଦୁ ତାନ୍ତ୍ରିକ ଦେବୀ,ତେଣୁ ଏ ପର୍ଯ୍ୟନ୍ତ ତାନ୍ତ୍ରିକ ଉପାସନା ପଦ୍ଧତି ପ୍ରଚଳିତ ହୋଇଆସୁଛି।ବୈତରାଣୀ ନଦୀ କୂଳରେ ଅଛି ଦଶାଶ୍ବମେଧ ଘାଟ। ରାଜା ଯଯାତୀ କେଶରୀଙ୍କ ସମୟରେ ଏହାରେ ହୋଇଥିଲା ଅଶ୍ବମେଧ ଯଜ୍ଞ।
ଅଧିକ ପଢନ୍ତୁ ଓଡିଶା ଖବର
ଅର୍ଗସ ବ୍ୟୁରୋ:ବିରଜା,ବରାହ,ବୈତରାଣୀ ବେଦ,ବିପର ଯାଜପୁର ମାଟି। ପଞ୍ଚବକର କ୍ଷେତ୍ର ରୂପେ ସାରା ବିଶ୍ୱରେ ପ୍ରସିଦ୍ଧ। ଯାଜପୁର ବିଶ୍ବରେ ଏମିତି ଏକ କ୍ଷେତ୍ର ଯେଉଁଠି ପୂଜା ପାଆନ୍ତି ଆଠଟି ଦେବୀ କିନ୍ତୁ ନାମ ସପ୍ତମାତୃକା। ଏହାର କାରଣ ହେଉଛି ମାତୃକା ହେଉଛନ୍ତି ପ୍ରକୃତରେ ସାତଟି କିନ୍ତୁ ଚାମୁଣ୍ତାଙ୍କୁ ସେହି ମାତୃକା ମାନଙ୍କ ଭିତରେ ଶେଷ୍ଠ ରୂପରେ ଏକ ସ୍ବତନ୍ତ୍ର ଆସନ ପ୍ରଦାନ କରାଯାଇ ତାଙ୍କୁ ସପ୍ତମାତୃକାଙ୍କ ଭିତରେ ଗଣନା କରାଯାଏନା କାରଣ ସେ ତାଙ୍କ ଠାରୁ ଉଦ୍ଧରେ।
ସପ୍ତମାତୃକା ହେଉଛନ୍ତି ହିନ୍ଦୁ ତାନ୍ତ୍ରିକ ଦେବୀ,ତେଣୁ ଏ ପର୍ଯ୍ୟନ୍ତ ତାନ୍ତ୍ରିକ ଉପାସନା ପଦ୍ଧତି ପ୍ରଚଳିତ ହୋଇଆସୁଛି।ବୈତରାଣୀ ନଦୀ କୂଳରେ ଅଛି ଦଶାଶ୍ବମେଧ ଘାଟ। ରାଜା ଯଯାତୀ କେଶରୀଙ୍କ ସମୟରେ ଏହାରେ ହୋଇଥିଲା ଅଶ୍ବମେଧ ଯଜ୍ଞ।
ଅଧିକ ପଢନ୍ତୁ ଓଡିଶା ଖବର
ନବରଙ୍ଗପୁର: ପାନୀୟ ଜଳ ପାଇଁ ହେବାକୁ ପଡୁଛି ହୀନସ୍ତା । ବ୍ୟବସ୍ଥା ରହିଥିବା ସ୍ୱତେ ମଧ୍ୟ ଘଣ୍ଟା ଘଣ୍ଟା ପାଣି ପାଇଁ ଅପେକ୍ଷା କରିବାକୁ ପଡୁଛି । ଏହି ଭଳି ପାଣି ଟୋପେ ପାଇଁ ଡହଳ ବିକଳ ହେଉଛନ୍ତି । ନବରଙ୍ଗପୁର ଚନ୍ଦାହାଣ୍ଡି ବ୍ଲକ ଫୋଟକି ପଞ୍ଚାୟତର ଲୁଧିଆ ପଡ଼ା ଗ୍ରାମବାସୀ । ଗାଁରେ ୨୦୦ରୁ ଉର୍ଦ୍ଧ୍ବ ପରିବାର ବସ ବାସ କରୁଥିବା ବେଳେ ଜନସଂଖ୍ୟା ପ୍ରାୟ ୧୦୦୦ରୁ ଉର୍ଦ୍ଧ୍ବ । ଗାଁ ଲୋକଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦେବା ପାଇଁ ସରକାରଙ୍କ ତରଫରୁ ବସୁଧା ଯୋଜନାରେ ପାଣି ଟାଙ୍କିର ବ୍ୟବସ୍ଥା କରାଯାଇଛି କିନ୍ତୁ ବସୁଧା ଯୋଜନା ଗାଁ ଲୋକଙ୍କ ପାଇଁ ପ୍ରହସନ ପାଲଟିଛି ।
ଅର୍ଗସ ବ୍ୟୁରୋ: ଯୁକ୍ତ ୨ ପରୀକ୍ଷା ଓ ଫଳାଫଳ ଛାତ୍ର ଛାତ୍ରୀଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ତେବେ ଚଳିତ ବର୍ଷ ମାର୍ଚ୍ଚ ୧ରୁ ଏପ୍ରିଲ ୫ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀଙ୍କ ପରୀକ୍ଷା ରହିଥିଲା।। ୧ ତାରିଖରେ ବିଜ୍ଞାନ ବିଭାଗ, ୨ ତାରିଖରେ କଳା ଓ ବାଣିଜ୍ୟ ବିଭାଗର ଏବଂ ୩ ତାରିଖରେ ଧନ୍ଦାମୂଳକ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ। ତେବେ ଚଳିତ ଥର ମୋଟ ୩ ଲକ୍ଷରୁ ଉର୍ଧ୍ଵ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ କେବଳ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ରେଜଲ୍ଟ ଆସିଛି।
ନିୟମ ରହିଛି ୪୫ ଦିନ ଭିତରେ ପରୀକ୍ଷା ଫଳାଫଳ ବାହାରିବାର ନିୟମ ରହିଛି। କିନ୍ତୁ ଏଥର ୨୬ ଦିନ ବିଳମ୍ବରେ ରେଜଲ୍ଟ ପ୍ରକାଶ କରିଛି CHSE। ଯାହାକୁ ନେଇ ଶିକ୍ଷାବିତ ପ୍ରଶ୍ନ ଉଠାଇଛନ୍ତି। ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପରେ ଏବେ କଳା ଓ ଧନ୍ଦାମୂଳକ ପରୀକ୍ଷାର୍ଥୀ ନିଜ ଫଳାଫଳକୁ ନେଇ ଅପେକ୍ଷା କରିଛନ୍ତି। ଏହା ଭିତରେ ଅନେକ ଜାତୀୟ ସ୍ତରରପ୍ରତିଯୋଗିତାମୂଳକ ପରୀକ୍ଷା ମଧ୍ୟ ଆସୁଛି। ଏହାରି ଭିତରେ ପିଲାଙ୍କର ବଢ଼ିଛି ଟେନସନ।
ବିଜ୍ଞାନ ବିଭାଗର ରେଜଲ୍ଟ କମ ଆସିବା ପରେ ଏବେ ଆହୁରି ଦ୍ଵନ୍ଦ ସହ ପିଲାଙ୍କ ଭୟ ବଢିଛି। ରେଜଲ୍ଟ ପାଇଁ ଅପେକ୍ଷା ରହିଛି ସେପଟେ ଉଚ୍ଚ ଶିକ୍ଷା ପାଇଁ ବିଭିନ୍ନ ପରୀକ୍ଷା ଦେବାର ରହିଛି। ତେଣୁ ଏକସହ ରେଜଲ୍ଟ ବାହାରିଲେ ରିଲାକ୍ସ ମନରେ ଭୟ କମ ହୁଅନ୍ତା ବୋଲି କହିଛନ୍ତି ଛାତ୍ର ଛାତ୍ରୀ। ତେବେ ଚଳିତ ବର୍ଷ ପୁଣି ପରୀକ୍ଷା ପରିଚାଳନା ସଠିକ ଭାବେ ହେଉଛି ନା ନାହିଁ ତାକୁ ନେଇ ଅପେକ୍ଷା।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଢୋଲ ମୃଦଙ୍ଗ ଭଳି ପାରମ୍ପରିକ ବାଦ୍ୟଯନ୍ତ୍ରର ବ୍ୟବହାର ବେଶ ପୁରାତନ । ବାହାଘର ହେଉ କିମ୍ବା ବ୍ରତଘର ବିଭିନ୍ନ ମାଙ୍ଗଳିକ କାର୍ଯ୍ୟରେ ଏହାର ଆବଶ୍ୟକତା ପଡିଥାଏ । କିନ୍ତୁ ଏହି ବାଦ୍ୟଯନ୍ତ୍ରକୁ ତିଆରି କରି ପରିବାର ପୋଷୁଥିବା ଲୋକେ ଏବେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଳା ବ୍ଲକ କୁଟେନପାଳି ଗାଁରୁ ଦେଖିବା ଏହି ରିପୋର୍ଟ।
କାହିଁ କେଉଁ କାଳରୁ ପୂଜା ପାର୍ବଣରେ ଲୋକବାଦ୍ୟର ବ୍ୟବହାର କରାଯାଉଛି । ହେଲେ ଏହି ଲୋକ ବାଦ୍ୟ ତିଆରି କରୁଥିବା କାରିଗର ମାନେ ଅନ୍ଧାରରେ ଦିନ କାଟୁଛନ୍ତି । ପରିବାର ପ୍ରତିପୋଷଣ ପାଇଁ କୌଳିକ ବୃତ୍ତିକୁ ଆପଣେଇ ଆର୍ଥିକ ଅନାଟନରେ ଜୀବନ କାଟୁଛନ୍ତି । ବଲାଙ୍ଗୀର ଜିଲ୍ଲା କୁଟେନପାଳି ଗାଁରେ ପ୍ରାୟ ପରିବାରଙ୍କ ହାତର ସ୍ପର୍ଶରେ ତିଆରି ହୁଏ ସୁନ୍ଦର ସୁନ୍ଦର ବାଦ୍ୟଯନ୍ତ୍ର । ଏ କଳା ଏମାନଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇଛି ,ଖାଲି ବଲାଙ୍ଗୀର ନୁହେଁ ଏମାନଙ୍କ ଦ୍ବାରା ନିର୍ମିତ ମୃଦଙ୍ଗ,ଟମକ, ଢୋଲ, ନିଶାନ, ତାସାର ଚାହିଦା ସାରା ଓଡ଼ିଶାରେ ରହିଛି କିନ୍ତୁ ଏମାନଙ୍କ ଆର୍ଥିକ ସ୍ଥିତିରେ ଆଜିବି ସୁଧାର ଆସିନି। କଳା ଓ କୁଟୀର ଶିଳ୍ପକୁ ନେଇ ଓଡିଶା ସରକାରଙ୍କ ତରଫରୁ ଅନେକ ଯୋଜନା ରହିଛି କିନ୍ତୁ ଏହି ସବୁ ଯୋଜନା ଠାରୁ ବହୁ ଦୂରରେ ରହୁଛନ୍ତି ଲୋକ କାଳର ବିନ୍ଧାଣି ।
ପୀଢ଼ି ପରେ ପୀଢ଼ି ଏହି ବୃତ୍ତିକୁ ଆପଣେଇ ଆମ ସଂସ୍କୃତିକୁ ବଞ୍ଚାଇ ରଖିଛନ୍ତି । ହେଲେ କାମ ଅନୁସାରେ ପାରିଶ୍ରମିକ ମିଳୁନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି କାରିଗର । ଏହି ବାଦ୍ୟଯନ୍ତ୍ର ବଜାଇ କଳାକାର ମାନେ କଳାକାର ଭତ୍ତା ପାଉଥିବା ବେଳେ କାରିଗର ମାନଙ୍କୁ କିଛି ପ୍ରୋତ୍ସାହନ ମିଳୁନଥିବାରୁ ଦୁଃଖ ପ୍ରକାଶ କରିଛନ୍ତି କାରିଗର ।
ଦିନକୁ ଦିନ ଲୋପ ପାଇବାରେ ବସିଛି ଲୋକକଳା । ତୁରନ୍ତ ରାଜ୍ୟ ସରକାର ଲୋକକଳାର କାରିଗର ମାନଙ୍କୁ ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି କାରିଗର।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର