2 କୋଟି 7 ଲକ୍ଷ ଟଙ୍କା ଜବତ
ମଦ - 18 କୋଟି 19 ଲକ୍ଷ
43 କୋଟି 69 ଲକ୍ଷ ଗଞ୍ଜେଇ ବ୍ରାଉନ ସୁଗାର ଜବତ
ସୁନା 7.17 କୋଟି
47.44 ଅନ୍ୟାନ୍ୟ ସାମଗ୍ରୀ
ମୋଟ 118 କୋଟି ଟଙ୍କାର ସାମଗ୍ରୀ ଜବତ ହୋଇଛି
କିଏ କେତେ ଟଙ୍କାର ସାମଗ୍ରୀ ଜବତ କରିଛି
61.66 କୋଟି ପୋଲିସ ଜବତ କରିଛି
ଅବକାରୀ 30 କୋଟି
ରାଜ୍ୟ ଯିଏସଟି 17 କୋଟି
ରାଜସ୍ୱ ଏବଂ ଗୁଇନ୍ଦା ବିଭାଗ 6.64 କୋଟି
ପରିବହନ - 1.19 କୋଟି
ଇନକମ ଟ୍ୟାକ୍ସ - 73 ଲକ୍ଷ
ବନ ବିଭାଗ - 95 ଲକ୍ଷ
ସେହିପରି ରାଜ୍ୟରେ ସି ଭିଜିଲି ଆପରେ 3873 ଅଭିଯୋଗ ଆସିଥିବା ବେଳେ ଗତକାଲି ସୁଦ୍ଧା 3854 ସମାଧାନ ହୋଇଛି । ଭିଜିଲ ଆପ ରେ 587 ଅଭିଯୋଗ ଆସିଥିଲା 582 ସମାଧାନ ହୋଇଛି ବିଶେଷ ଭାବେ ପୁରୀ, ଖୋର୍ଦ୍ଧା, କଟକ, ଯାଜପୁରରୁ ଅଧିକ ଅଭିଯୋଗ ଆସିଛି । ପୋଷ୍ଟର ଆଉ ବ୍ୟାନରକୁ ନେଇ 2700 ଅଭିଯୋଗ ଆସିଛି ।
ସେପଟେ ଏହି ସବୁ ଟଙ୍କା ଓ ସାମଗ୍ରୀ ର ବଡ଼ ପ୍ରମାଣ ଆସିଛି ରାୟଗଡା ରୁ । ଦେଖନ୍ତୁ ରାୟଗଡ଼ାରେ ଲୋକେ ଜବତ କରି ପୋଲିସ ଜିମା ଦେଇଥିବା ଏହି ଗାଡ଼ିରେ ଭର୍ତ୍ତି ହୋଇଛି ମୋବାଇଲ ଟାବଲେଟ୍। ଯେଉଁଥିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଫଟୋ ସହ 5ଟି ଲୋଗ ମଧ୍ୟ ରହିଛି। ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ଏଗୁଡ଼ିକ ବାଣ୍ଟିବା ଲାଗି ଅଣାଯାଇଥିବା ଅଭିଯୋଗ ହୋଇଛି। ଏନେଇ କଂଗ୍ରେସ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ତେବେ ଟାବଲେଟ୍ ନେଇ ଯାଉଥିବା ଲୋକଙ୍କର ସଫେଇ ହେଲା ଏଗୁଡ଼ିକୁ ସ୍କୁଲରେ ବାଣ୍ଟିବା ପାଇଁ ଅଣାଯାଇଥିଲା। ପ୍ରଶ୍ନ ଉଠୁଛି ନିର୍ବାଚନ ଆଚରଣ ବିଧ ଲାଗୁ ହୋଇସାରିଥିବା ବେଳେ ଏତେ ପରିମାଣର ଟାବଲେଟ୍ ନେବା ବେଆଇନ ନୁହେଁକି ?
କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ବ୍ରହ୍ମପୁର ଲୋକସଭା ଆସନ ଓ 28 ବିଧାନସଭା ଆସନର ନିର୍ବାଚନ ମେ ୧୩ ରେ ହେବ । ତେବେ ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ ଏହି ୪ ସଂସଦୀୟ କ୍ଷେତ୍ରରେ ମହିଳା ଭୋଟର ଙ୍କ ସଂଖ୍ୟା ରହିଛି ଅଧିକ । ମହିଳା ଭୋଟର ଙ୍କ ସଂଖ୍ୟା ହେଉଛି 31 ଲକ୍ଷ 87 ହଜାର 771 । ଏବଂ ପୁରୁଷ ଭୋଟରଙ୍କ ସଂଖ୍ୟା ହେଉଛି 30 ଲକ୍ଷ 96 ହଜାର 243 । ମୋଟ ଭୋଟ ର ଙ୍କ ସଂଖ୍ୟା 62,84,649 ।
ଆହୁରି ପଢନ୍ତୁ ଓଡିଶା ଖବର...