ସୂଚନାନୁସାରେ, ଗତ ୧୪ ଦିନ ମଧ୍ୟରେ ୬ଟି ହାତୀ ମଲେଣି । ତେବେ ଗତକାଲି ୧୬ ଦିନର ଶିଶୁ ହାତୀ ପରେ ଆଜି ପୁଣି ମାଈ ହାତୀର ମୃତ୍ୟୁ ବନ ବିଭାଗର ଚିନ୍ତା ବଢାଇଛି । ଘଟଣାସ୍ଥଳରେ DFOଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।
ସେପଟେ ସେଣ୍ଟର ଫର ୱାଇର୍ଲ୍ଡ ଲାଇଫ ହେଲ୍ଥ ଓୟୁଏଟି ଭୁବନେଶ୍ୱର ଲ୍ୟାବରୁ କୋର୍ଡିନେଟର ନିରଞ୍ଜନ ସାହୁ ଏବଂ ସହଯୋଗୀ ଡ. ସୁସେନ କୁମାର ପଣ୍ଡା କଳାହାଣ୍ଡିରେ ପହଞ୍ଚି ହାତୀ ମୃତ୍ୟୁର କାରଣ କଣ ତଦନ୍ତ ଜାରି ରଖିଛନ୍ତି ।