
ଅନୁଗୁଳ: ଥମିବାର ନାଁ ଧରୁନି ହାତୀ ଆତଙ୍କ । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ରାଇପାଳ ଗାଁରେ ହାତୀପଲ ୨ବଖରା ଘର ଭାଙ୍ଗିବା ସହ ଅନେକ ଫସଲ ନଷ୍ଟ କରିଛନ୍ତି । ହାତୀ ଭୟରେ ଲୋକେ ଆତଙ୍କିତ ଥିବା ଜଣାପଡ଼ିଛି । ଘରଭାଙ୍ଗିବା ସହ ୨ଏକର ମଜିରେ ଥିବା କୋବି, କଦଳୀ, ଆଳୁ ଫସଲ ମଧ୍ୟ ଖାଇ ନଷ୍ଟ କରିଦେଇଛି ।
ଗାଁରେ ରାତି ତମାମ ୭ଟି ହାତୀ ଆତଙ୍କ ମଚାଇଥିବା ଲୋକମାନେ ଅଭିଯୋଗ କରିଛନ୍ତି । ଫଳରେ ହାତୀକୁ ଘଉଡାଇବା ପାଇଁ ଗ୍ରାମବାସୀ ରାତିତମାମ ବିଫଳ ହୋଇଥିଲେ । ସକାଳ ସମୟରେ ଗାଁ ଛାଡି ହାତୀପଲ ସ୍ଥାନୀୟ ଜଙ୍ଗଲକୁ ପଳେଇଥିବା ସୂଚନା ମିଳିଛି । ଅନ୍ୟ ପକ୍ଷରେ ହାତୀଙ୍କୁ ଘଉଡାଇବା ପାଇଁ ବନବିଭାଗ ଯାଇନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ହାତୀପଲକୁ ଅନ୍ୟତ୍ର ଘଉଢେଇବା ସହ ଲୋକମାନଙ୍କୁ କ୍ଷତିପୂରଣ ପାଇଁ ଗ୍ରାମବାସୀ ବନବିଭାଗକୁ ଦାବି ଜଣାଇଛନ୍ତି ।
